IAS ବିଷ୍ଣୁପଦ ସେଠୀଙ୍କ ବାସଭବନ ଆଗରେ ଯୁବ କଂଗ୍ରେସ ର ପ୍ରତିବାଦ
ଭୁବନେଶ୍ୱର : ଦିନକୁ ଦିନ ବଢୁଛି ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଅଡୁଆ । ବ୍ରିଜ ଆଣ୍ଡ ରୁଫ କମ୍ପାନୀ ସହ ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଲିଙ୍କ ନେଇ ଆସିଲା ବଡ଼ ଖବର । ବ୍ରିଜ ଆଣ୍ଡ ରୁଫ କମ୍ପାନୀ ପକ୍ଷରୁ ବିଷ୍ଣୁପଦଙ୍କୁ ଭେଟିବା ପାଇଁ ଲେଖାଯାଇଥିବା ଚିଠି । ବି ଆଣ୍ଡ ଆର କମ୍ପାନୀ ଜିଏମ୍ ଭୁପେନ୍ଦ୍ର କୁମାର ସିଂ ବିଷ୍ଣୁପଦ ସେଠୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଚିଠି ଲେଖିଥିଲେ। ଗତ ୪ ତାରିଖରେ କମ୍ପାନୀ ପକ୍ଷରୁ […]
ଭୁବନେଶ୍ୱର : ଦିନକୁ ଦିନ ବଢୁଛି ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଅଡୁଆ । ବ୍ରିଜ ଆଣ୍ଡ ରୁଫ କମ୍ପାନୀ ସହ ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଲିଙ୍କ ନେଇ ଆସିଲା ବଡ଼ ଖବର । ବ୍ରିଜ ଆଣ୍ଡ ରୁଫ କମ୍ପାନୀ ପକ୍ଷରୁ ବିଷ୍ଣୁପଦଙ୍କୁ ଭେଟିବା ପାଇଁ ଲେଖାଯାଇଥିବା ଚିଠି । ବି ଆଣ୍ଡ ଆର କମ୍ପାନୀ ଜିଏମ୍ ଭୁପେନ୍ଦ୍ର କୁମାର ସିଂ ବିଷ୍ଣୁପଦ ସେଠୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଚିଠି ଲେଖିଥିଲେ। ଗତ ୪ ତାରିଖରେ କମ୍ପାନୀ ପକ୍ଷରୁ ଚିଠି ଲେଖାଯାଇଥିଲା । ଚିଠିରେ ବିଷ୍ଣୁପଦ ସେଠୀଙ୍କୁ କମ୍ପାନୀର ଦୁଇ ଅଧିକାରୀ ଚଞ୍ଚଳ ମୁଖାର୍ଜୀ ଓ ଆଉ ଜଣେ ବିକେ ସିଂହ ୫ ତାରିଖ ଦିନ ଭେଟିବା ଲାଗି ଅନୁମତି ମଗାଯାଇଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଲିଥିବା କମ୍ପାନିର ପ୍ରକଳ୍ପ ସଂପର୍କରେ ଆଲୋଚନା କରିବା ପାଇଁ ସେମାନେ ବିଷ୍ଣୁପଦ ସେଠୀଙ୍କୁ ଭେଟିବାକୁ ଚାହୁଁଥିଲେ। ୫ ଆଉ ଏହାର ଦୁଇ ଦିନ ପରେ ଅର୍ଥାତ୍ ୭ ତାରିଖ ଦିନ ସିବିଆଇ ରେଡ୍ କରିଥିଲା । ରେଡ୍ ବେଳେ ରାସ୍ତାରୁ ଉପରୁ ଏକ ଦାମୀ ଗାଡିରୁ ମିଳିଥିଲା ୧୦ ଲକ୍ଷ ଟଙ୍କା । ଏହା ସହ ବି ଆଣ୍ଡ ଆର ଜିଜିଏମ୍ ଚଞ୍ଚଲ ମୁଖାର୍ଜୀ, ଆଦିତ୍ୟଦେବ ଇନ୍ଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ୍ର ଦେବଦତ୍ତ ମହାପାତ୍ର ଓ ପେଣ୍ଟାଏ ଷ୍ଟୁଡିଓର ନିର୍ଦ୍ଦେଶକ ସନ୍ତୋଷ ମହାରଣାଙ୍କୁ ସିବିଆଇ ଗିରଫ କରିଥିଲା ।
ଅନ୍ୟପଟେ ଏହି ଘଟଣାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ସିବିଆଇର ଯୁଗ୍ମ ନିର୍ଦ୍ଦେଶକ । କାରରୁ ୧୦ ଲକ୍ଷ ଟଙ୍କା ସମ୍ବନ୍ଧରେ କରୁଛନ୍ତି ସମୀକ୍ଷା । ଗିରଫ ୩ ଅଭିଯୁକ୍ତଙ୍କ IAS ବିଷ୍ଣୁପଦ ସେଠୀଙ୍କ ସହ କଣ ସଂପର୍କ ରହିଛି ଏହାର ହେବ ତଦନ୍ତ I ଏବେ ସୁଦ୍ଧା ମିଳିଥିବା ତଥ୍ୟକୁ ଆଧାର କରି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ଚାଲିଛି । ସୋମବାର ଗିରଫ ୩ ଅଭିଯୁକ୍ତଙ୍କ ରିମାଣ୍ଡ ସରୁଥିବାରୁ ପୁଣି ଥରେ ରିମାଣ୍ଡରେ ଆଣିବାକୁ ସିବିଆଇ ଯୋଜନା କରିପାରେ । ଅପରପକ୍ଷେ ରିମାଣ୍ଡରେ ସିବିଆଇର ପଚରାଉଚରା ପରେ ଅସୁସ୍ଥ ହୋଇପଡ଼ିଛନ୍ତି କଣ୍ଟ୍ରାକ୍ଟର ସନ୍ତୋଷ ମହାରଣା। ତାଙ୍କୁ ଝାଡ଼ାବାନ୍ତି ହେବାରୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ବିଷ୍ଣୁପଦ ସେଠୀ ଏଯାଏଁ ହାଜର ହୋଇନାହାନ୍ତି। ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ପକ୍ଷରୁ ସିବିଆଇ ଅଫିସ ଓ ବିଷ୍ଣୁପଦଙ୍କ ବାସଭବନ ସମ୍ମୁଖରେ ପ୍ରତିବାଦ ଚେତାବନୀ ଦିଆଯାଇଛି। କମିଶନରେଟ ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତାସହ ବିଷ୍ଣୁପଦଙ୍କ ସରକାରୀ କ୍ବାଟରରେ ସୁରକ୍ଷା ବ୍ୟବସ୍ଥା ବଢ଼ିଛି।




