ପୃଥକ ଥାନାରେ ୨ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ

ଯାଜପୁର : ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ । ପୋଲିସର ନିସ୍ତୁକ ମାଡ଼ରେ ଯୁବକ ଗୁରୁତର । ଘଟଣାର ତିନି ଦିନ ପରେ ମଧ୍ୟ ପରିବାର ଲୋକଙ୍କୁ ନଜଣାଇ ଯୁବକଙ୍କୁ ମେଡିକାଲରେ ଭର୍ତି କରାଯାଇଛି । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ବିରୋଧରେ। ଗୁରୁତର ଯୁବକ ହେଲେ ଅଣକା ପଞ୍ଚାୟତ ମହୀପୁର ଗାଁର ମହେଶ୍ୱର ମଲ୍ଲିକଙ୍କ ପୁଅ ରବୀନ୍ଦ୍ର ମଲ୍ଲିକ । ଗତ ୩ ଦିନ ତଳେ ଏହି ଘଟଣା […]

ପୃଥକ ଥାନାରେ ୨ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ
Samaya Live Picture
Published On

ଯାଜପୁର : ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ । ପୋଲିସର ନିସ୍ତୁକ ମାଡ଼ରେ ଯୁବକ ଗୁରୁତର । ଘଟଣାର ତିନି ଦିନ ପରେ ମଧ୍ୟ ପରିବାର ଲୋକଙ୍କୁ ନଜଣାଇ ଯୁବକଙ୍କୁ ମେଡିକାଲରେ ଭର୍ତି କରାଯାଇଛି । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ବିରୋଧରେ। ଗୁରୁତର ଯୁବକ ହେଲେ ଅଣକା ପଞ୍ଚାୟତ ମହୀପୁର ଗାଁର ମହେଶ୍ୱର ମଲ୍ଲିକଙ୍କ ପୁଅ ରବୀନ୍ଦ୍ର ମଲ୍ଲିକ । ଗତ ୩ ଦିନ ତଳେ ଏହି ଘଟଣା ଘଟିଥିଲେ ମଧ୍ୟ ମଙ୍ଗଳବାର ପୋଲିସ ତାଙ୍କ ପରିବାର ଲୋକଙ୍କୁ ନେଇ କଟକ ବଡ଼ ମେଡିକାଲ ଯାଇଛି ।

ସୂଚନା ଅନୁଯାୟୀ, ଟଙ୍କା ନେଣ ଦେଣକୁ ନେଇ ସେହି ଗ୍ରାମର କିଛି ଯୁବକ ରବୀନ୍ଦ୍ରଙ୍କ ବାପା ମହେଶ୍ଵରଙ୍କୁ ପିଟାମରା କରିଥିଲେ । ତେବେ ମହେଶ୍ୱର ଦିବ୍ୟାଙ୍ଗ ହୋଇଥିବାରୁ ପୁଅ ରବୀନ୍ଦ୍ର ତାଙ୍କୁ ବଞ୍ଚାଇବାକୁ ଯାଇ ଯୁବକ ମାନଙ୍କୁ ପ୍ରତିରୋଧ କରିଥିଲେ । ଏହିଘଟଣାରେ ଉକ୍ତ ଯୁବକ ମାନେ ବାଲିଚନ୍ଦ୍ରପୁର ଥାନାରେ ରବୀନ୍ଦ୍ରଙ୍କ ନାଁରେ କେଶ ଦେବାରୁ ରବୀନ୍ଦ୍ର ମଧ୍ୟ ପାଲଟା ଅଭିଯୋଗ କରିଥିଲେ । ତେବେ ପୋଲିସ ରବୀନ୍ଦ୍ରଙ୍କ ଅଟକ ରଖି ରାତିରେ ନିସ୍ତୁକ ମାଡ଼ ମାରି ଗୁରୁତର କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିବାବେଳେ ପରିବାରକୁ ଏନେଇ କୌଣସି ସୂଚନା ଦିଆଯାଇନଥିବା ଅଭିଯୋଗ ହୋଇଥିଲା । ମେଡିକାଲରେ ରବୀନ୍ଦ୍ରଙ୍କର ଚିକିତ୍ସା ଚାଲିଛି । ୪ଜଣ ପୋଲିସ କର୍ମଚାରୀ ତାଙ୍କୁ ମେଡ଼ିକାଲରେ ଜଗି ରହିଛନ୍ତି । ତେବେ ଏହାକୁ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ସମରଜିତ ନାୟକ ଖଣ୍ଡନ କରିଛନ୍ତି । ଥାନାରେ ରବୀନ୍ଦ୍ର ହଠାତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି ।

ଅନ୍ୟପଟେ, ଜଗତସିଂହପୁର ଆଉ ଏକ ମାମଲା ସାମ୍ନାକୁ ଆସିଛି । ବିରିଡ଼ି ଥାନାରେ ଯୁବକଙ୍କୁ ଅମାନବୀୟ ଭାବେ ମାଡ଼ ମରାଯାଇ ଥାନା ଭିତରେ ଉଲଗ୍ନ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗକାରୀ ଯୁବକ ହେଲେ ବାଲିଆର ପାର୍ଥ ସାରଥୀ ଦାସ । ସେ ଏ ନେଇ ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ହୋଇଛି ।

ସୂଚନା ମୁତାବକ, ଗତ ଜୁଲାଇ ୨୫ ତାରିଖରେ ବିରିଡ଼ି ବ୍ଲକ୍ କାର୍ଯ୍ୟାଳୟରେ ବିଜେଡ଼ି ବିଧାୟକ ରମାକାନ୍ତ ଭୋଇଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିବାର ଥିଲା । କିନ୍ତୁ ବିଧାୟକ ବୈଠକ ନ କରି ଚାଲିଯିବାରୁ ବିଜେଡ଼ିର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡୋଗଳ ହୋଇଥିଲା । ସେଠାରେ ଉପସ୍ଥିତ ପୋଲିସ ପାର୍ଥ ସାରଥୀ ଦାସଙ୍କୁ ଗିରଫ କରି ବିରିଡ଼ି ଥାନାକୁ ଆଣିଥିଲା । ସେଠାରେ ତାଙ୍କୁ ଥାନା ଅଧିକାରୀ ନିସ୍ତୁକ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି । ଏ ନେଇ ସେ ଜଗତସିଂହପୁର ଏସପି ଏବଂ ମାନବାଧିକାର କମିଶନ ନିକଟରେ ଅଭିଯୋଗ କରିଛନ୍ତି ।

Tags: