ଚଷମାର ହିଡେନ୍ କ୍ୟାମେରା ଲଗାଇ ଶ୍ରୀମନ୍ଦିର ଭିତରେ ଧରାପଡ଼ିଲେ ଯୁବକ
ପୁରୀ : ମହାପ୍ରଭୁଙ୍କ ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା । ଶ୍ରୀମନ୍ଦିର ଭିତରେ ଧରାପଡ଼ିଲେ ଯୁବକ । ନିଜ ଚଷମାରେ ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିର ଭିତରକୁ ପଶିଥିଲେ । ଅଭିନବ ଉପାୟରେ ଶ୍ରୀମନ୍ଦିର ଭିତରେ କଏଦ କରିଥିଲା ଫୋଟୋ ଭିଡିଓ । ତେବେ ସନ୍ଦେହ ହେବାରୁ ବେହରଣ ଦ୍ଵାର ନିକଟରେ ଉକ୍ତ ଯୁବକକୁ ଧରିଥିଲା ପୋଲିସ । ଅଟକ ରହିଥିବା ଯୁବକଙ୍କ ଘର ପୁରୀ ଗଜପତି ସାହିରେ ବୋଲି ଜଣା ପଡିଛି । ସୂଚନା ଅନୁସାରେ […]
ପୁରୀ : ମହାପ୍ରଭୁଙ୍କ ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା । ଶ୍ରୀମନ୍ଦିର ଭିତରେ ଧରାପଡ଼ିଲେ ଯୁବକ । ନିଜ ଚଷମାରେ ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିର ଭିତରକୁ ପଶିଥିଲେ । ଅଭିନବ ଉପାୟରେ ଶ୍ରୀମନ୍ଦିର ଭିତରେ କଏଦ କରିଥିଲା ଫୋଟୋ ଭିଡିଓ । ତେବେ ସନ୍ଦେହ ହେବାରୁ ବେହରଣ ଦ୍ଵାର ନିକଟରେ ଉକ୍ତ ଯୁବକକୁ ଧରିଥିଲା ପୋଲିସ । ଅଟକ ରହିଥିବା ଯୁବକଙ୍କ ଘର ପୁରୀ ଗଜପତି ସାହିରେ ବୋଲି ଜଣା ପଡିଛି ।
ସୂଚନା ଅନୁସାରେ ଯୁବକ ଜଣଙ୍କ ନିଜ ଚଷମାରେ ଲେନ୍ସ ଲଗାଇ ଶ୍ରୀମନ୍ଦିରର ଭିତର ଭିଜୁଆଲ ଉତ୍ତୋଳନ କରୁଥିଲା । ଚଷମାରେ ଲାଗିଥିବା ଲେନ୍ସରୁ ଫୋଟୋ ଭିଡିଓ ଗୁଡ଼ିକ ସିଧାସଳଖ ମୋବାଇଲକୁ ଟ୍ରାନ୍ସଫର ହେଉଥିଲା । ବେହରଣ ଦ୍ଵାର ନିକଟରେ ସନ୍ଦେହ ହେବାରୁ ଉକ୍ତ ଯୁବକକୁ ପୋଲିସ ଧରିଥିଲା । ଶ୍ରୀମନ୍ଦିର ସଶସ୍ତ୍ର ସୁରକ୍ଷା ବାହିନୀତାକୁ ସିଂହଦ୍ୱାର ଥାନାର କଣ୍ଟ୍ରଲ ରୁମ ଜିମା ଦେଇଛନ୍ତି । ବାରମ୍ବାର ଶ୍ରୀ ମନ୍ଦିର ଭିତରେ ଏହିପରି ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଶୂନ । କେବଳ ପଚରାଉଚରା କରି ସନ୍ଦିଗ୍ଧ ମାନଙ୍କୁ ଛାଡି ଦିଆଯାଉଥିବାରୁ ଏହାକୁ ନେଇ ଉଠିଛି ପ୍ରଶ୍ନ ।
ଅନ୍ୟପଟେ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ବା ଏଏସ୍ଆଇ ଫଟୋ ପୋଷ୍ଟ କରିଥିଲା । ରତ୍ନଭଣ୍ଡାର ନୂତନ ଜୀବନ ପାଇଲା ବୋଲି କିଛି ଫଟୋକୁ ସୋସିଆଲ ଏକ୍ସରେ ପୋଷ୍ଟ କରିଥିଲା ଏଏସ୍ଆଇ । ଫଟୋ ପୋଷ୍ଟକୁ ବୁଦ୍ଧିଜୀବୀମାନେ ନାପସନ୍ଦ କରିବାରୁ ବିଳମ୍ବିତ ରାତିରେ ଫଟୋ ଗୁଡ଼ିକୁ ଡିଲିଟ୍ କରିଦେଇଛନ୍ତି ଏଏସ୍ଆଇ କର୍ତ୍ତୃପକ୍ଷ । ଶ୍ରୀମନ୍ଦିରରେ ଫଟୋ ଓ ଭିଡିଓକୁ ନେଇ ରହିଥିବା ଆଇନକୁ ନିଜେ ଉଲ୍ଲଂଘନ କରିଛି ଏଏସ୍ଆଇ ।




