ରାଜଧାନୀରେ ଯୁବକଙ୍କ ଆତ୍ମଦାହ ଉଦ୍ୟମ
ଭୁବନେଶ୍ୱର : ଥମୁନାହିଁ ଆତ୍ମଦାହ ନିଆଁ । କାମାକ୍ଷାନଗର ପରେ ପରେ ଆଜି ପୁଣି ରାଜଧାନୀରେ ଜଣେ ଯୁବକ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଖଣ୍ଡଗିରି ଥାନା ଅଧୀନରେ ଥିବା ଏକ ଘରୋଇ କଲେଜ ପରିସରରେ ଘଟିଛି ଏହି ଅଘଟଣ । କଲେଜ ପରିସରରେ ନିଜ ଦେହରେ ନିଆଁ ଲଗାଇ ଦେଇଛନ୍ତି । ଯୁବକ ଜଣକ ସେହି କଲେଜରେ ଆଟେଣ୍ଡାଣ୍ଟ ଭାବରେ କାର୍ଯ୍ୟ କରୁଥିଲେ । ପାରିବାରିକ କଳହରୁ ସେ ନିଜ ଦେହରେ […]
ଭୁବନେଶ୍ୱର : ଥମୁନାହିଁ ଆତ୍ମଦାହ ନିଆଁ । କାମାକ୍ଷାନଗର ପରେ ପରେ ଆଜି ପୁଣି ରାଜଧାନୀରେ ଜଣେ ଯୁବକ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଖଣ୍ଡଗିରି ଥାନା ଅଧୀନରେ ଥିବା ଏକ ଘରୋଇ କଲେଜ ପରିସରରେ ଘଟିଛି ଏହି ଅଘଟଣ । କଲେଜ ପରିସରରେ ନିଜ ଦେହରେ ନିଆଁ ଲଗାଇ ଦେଇଛନ୍ତି । ଯୁବକ ଜଣକ ସେହି କଲେଜରେ ଆଟେଣ୍ଡାଣ୍ଟ ଭାବରେ କାର୍ଯ୍ୟ କରୁଥିଲେ । ପାରିବାରିକ କଳହରୁ ସେ ନିଜ ଦେହରେ ନିଆଁ ଲଗାଇଦେଇଥିବା ସୂଚନା ମିଳିଛି । ତାଙ୍କ ଶରୀରରେ ୧୫ ପ୍ରତିଶତ ପୋଡ଼ିଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯଇଛି । ଯୁବକଙ୍କ ଘର ଯାଜପୁର ଜିଲ୍ଲା ବିଂଝାରପୁର ବୋଲି ସୂଚନା ମିଳିଛି । ଭାଇ ଭଉଣୀଙ୍କ ସହ ବିବାଦ ପରେ ଯୁବକ ଏଭଳି କରିଥିବା ଅଭିଯୋଗ ହୋଇଛି।




