ରାଜଧାନୀରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ବୃଦ୍ଧି ପାଉଛି ଅସାମାଜିକଙ୍କ ଆତଙ୍କରାଜ । କିଛି ଦିନ ପୂର୍ବରୁ ଏୟାରପୋର୍ଟ ଥାନା ପଳାଶପଲ୍ଲୀ ଅଞ୍ଚଳରେ ଜଣେ ସମାଜସେବୀଙ୍କୁ ଆକ୍ରମଣ ହୋଇଥିବ। ବେଳେ ଏବେ ଜଣେ ବ୍ୟବସାୟୀଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଛନ୍ତି ଦୁର୍ବୁତ୍ତ । ଯେଉଁଥିରେ ବ୍ୟବସାୟୀ ଜଣଙ୍କ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ପ୍ରାୟ ରାତି ୧୨ ଟା ବଡ଼ଗଡ଼ ଥାନା ଠାରୁ ମାତ୍ର ୨୦୦ ମିଟର […]

Samaya Live Picture
Published On

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ବୃଦ୍ଧି ପାଉଛି ଅସାମାଜିକଙ୍କ ଆତଙ୍କରାଜ । କିଛି ଦିନ ପୂର୍ବରୁ ଏୟାରପୋର୍ଟ ଥାନା ପଳାଶପଲ୍ଲୀ ଅଞ୍ଚଳରେ ଜଣେ ସମାଜସେବୀଙ୍କୁ ଆକ୍ରମଣ ହୋଇଥିବ। ବେଳେ ଏବେ ଜଣେ ବ୍ୟବସାୟୀଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଛନ୍ତି ଦୁର୍ବୁତ୍ତ । ଯେଉଁଥିରେ ବ୍ୟବସାୟୀ ଜଣଙ୍କ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ପ୍ରାୟ ରାତି ୧୨ ଟା ବଡ଼ଗଡ଼ ଥାନା ଠାରୁ ମାତ୍ର ୨୦୦ ମିଟର ଦୂରରେ ଏହି କାଣ୍ଡ ଘଟିଛି । ଆକ୍ରମଣର ଶିକାର ହୋଇଥିବା ଵ୍ୟଵସାୟୀଙ୍କର ନାଁ ଦୀପକ ପ୍ରଧାନ । ଗତକାଲି ରାତି ପ୍ରାୟ ୧୧ ଟା ବେଳେ ଦୀପକ ନିଜ ଘରକୁ ଫେରୁଥିବା ବେଳେ କିଛି ମୁଖା ପିନ୍ଧା ଦୁର୍ବୁର୍ତ୍ତ ଏକ ପଲସର ବାଇକରେ ଆସିବା ସହ ତାଙ୍କୁ ଗୋଇଠା ମାରିଥିଲେ । ଦୀପକ ଭାରସାମ୍ୟ ହରାଇ ପଡିଯିବା ପରେ ତାଙ୍କୁ ୩ ଜଣ ଦୁର୍ବୁତ୍ତ ଛୁରୀ, ସର୍ଜିକାଲ ବ୍ଲେଡରେ ସାହାଯ୍ୟରେ ପିଠି, ହାତ, ମୁହଁ କାଟି ପକାଇଥିଲେ । ଏହି ଆକ୍ରମଣରେ ଦୀପକଙ୍କ ହାତ, କାନ୍ଧ ଏବଂ ପିଠି ଗଭୀର ଆଘାତ ଲାଗିଛି । ଆକ୍ରମଣ ପରେ ଦୁର୍ବୁତ୍ତ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ସ୍ଥାନୀୟ ଲୋକେ ଆହତ ଯୁବକକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଚିକିତ୍ସା ପରେ ବର୍ତ୍ତମାନ ସେ ସୁସ୍ଥ ଥିବା ସୂଚନା ମିଳିଛି । ତେବେ ପୂର୍ବ ଶ୍ରତ୍ରୁତାକୁ କେନ୍ଦ୍ର କରି ଦୀପକଙ୍କ ଉପରେ ଆକ୍ରମଣ ହୋଇଥିବା କୁହାଯାଇଛି । ପୋଲିସରେ ଏ ନେଇ ଏତଲା ପରେ ଆଖପାଖ ସିସିଟିଭି ଚେକ ଚାଲିଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାନଭିନ ଆରମ୍ଭ ହୋଇଛି ।

Tags: