ଚପଲ ପିନ୍ଧି ଶ୍ରୀମନ୍ଦିର ପ୍ରବେଶ ଉଦ୍ୟମ,ଯୁବକ ଅଟକ

ପୁରୀ : ପୁଣି ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ମନ୍ଦିର ଭିତରକୁ ଚପଲ ପିନ୍ଧି ପ୍ରବେଶ ଉଦ୍ୟମ କଲେ ଯବାକ । ସିଂହଦ୍ଵାର ବନ୍ଦ ଥିବା ସମୟରେ ରାଧାବଲ୍ଲଭ ମଠ ଦେଇ ସିଧା ସଳଖ ପ୍ରବେଶ ଉଦ୍ୟମ କରୁଥିଲେ ଯୁବକ । ଏହି ସମୟରେ ତାଙ୍କୁ ଅଟକାଇଥିଲେ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଏବଂ ଜେଟିପି । ତେବେ ଏହି ସମୟରେ ଯୁବକ ଜଣକ କର୍ମଚାରୀମାନଙ୍କ ସହିତ ପ୍ରବଳ ଯୁକ୍ତି ତର୍କ କରୁଥିବାର ଦେଖାଯାଇଥିଲା । […]

ଚପଲ ପିନ୍ଧି ଶ୍ରୀମନ୍ଦିର ପ୍ରବେଶ ଉଦ୍ୟମ,ଯୁବକ ଅଟକ
Samaya Live Picture
Published On

ପୁରୀ : ପୁଣି ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ମନ୍ଦିର ଭିତରକୁ ଚପଲ ପିନ୍ଧି ପ୍ରବେଶ ଉଦ୍ୟମ କଲେ ଯବାକ । ସିଂହଦ୍ଵାର ବନ୍ଦ ଥିବା ସମୟରେ ରାଧାବଲ୍ଲଭ ମଠ ଦେଇ ସିଧା ସଳଖ ପ୍ରବେଶ ଉଦ୍ୟମ କରୁଥିଲେ ଯୁବକ । ଏହି ସମୟରେ ତାଙ୍କୁ ଅଟକାଇଥିଲେ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଏବଂ ଜେଟିପି । ତେବେ ଏହି ସମୟରେ ଯୁବକ ଜଣକ କର୍ମଚାରୀମାନଙ୍କ ସହିତ ପ୍ରବଳ ଯୁକ୍ତି ତର୍କ କରୁଥିବାର ଦେଖାଯାଇଥିଲା । କର୍ମଚାରୀ ଯୁବକଙ୍କୁ ଅଟକାଇବା ବେଳେ ଯୁକ୍ତିତର୍କ ହୋଇଥିଲା । ଯୁବକଙ୍କ ନାଁ ଲାଲୁ ପ୍ରସାଦ ସାହୁ । ତାଙ୍କ ଘର ଢେଙ୍କାନାଳ ଗଁଦିଆରେ ବୋଲି ସୂଚନା ମିଳିଛି । ଆଜି ବଡ଼ି ଭୋରରୁ ଏହି ଘଟଣା ଘଟିଥିଲା ।

ଶ୍ରୀମନ୍ଦିର ସିଂହଦ୍ଵାର ଦ୍ବାର ଖୋଲିବା ପୂର୍ବରୁ ଜଣେ ଯୁବକ ଶ୍ରୀମନ୍ଦିର ଭିତରକୁ ଚପଲ ପିନ୍ଧି ପଶିବାକୁ ଉଦ୍ୟମ କରିଥିଲ । ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷା କର୍ମୀ ଓ ଜେଟିପି ସମ୍ପୃକ୍ତ ଯୁବକଙ୍କୁ ସିଂହଦ୍ଵାର ଥାନାରେ ଜିମା ଦେଇଥିବା ବେଳେ ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Tags: