ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କହି ଠକେଇ ଅଭିଯୋଗରେ ଯୁବକ ଗିରଫ
ଭୁବନେଶ୍ୱର : ଠକ ଯୁବକଙ୍କୁ ଧରିଲା ରାଉରକେଲା ପୋଲିସ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ ଭାବରେ ନିଜକୁ ପରିଚୟ ଦେଇ ଠକେଇ କରିବାକୁ ଚେଷ୍ଟା କରୁଥିଲା । ଅଭିଯୁକ୍ତ ଜଣକ ହେଲେ ଅମନ ପ୍ରଧାନ (୨୪ ବର୍ଷ ) । ତାଙ୍କ ଘର କଳାହାଣ୍ଡି ଜିଲ୍ଲାରେ । ସେ ଭୁବନେଶ୍ୱରର ସଙ୍କଳ୍ପ ବିହାର ଅଞ୍ଚଳର ରହୁଥିବା ସୂଚନା ମିଳିଛି । ଅମନକୁ ଗିରଫ ପରେ ରାଉରକେଲାର ଏକ ସ୍ଥାନୀୟ ଅଦାଲତକୁ ପଠାଇ ଦିଆଯାଇଛି। ଖବର ଅନୁସାରେ, […]
ଭୁବନେଶ୍ୱର : ଠକ ଯୁବକଙ୍କୁ ଧରିଲା ରାଉରକେଲା ପୋଲିସ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ ଭାବରେ ନିଜକୁ ପରିଚୟ ଦେଇ ଠକେଇ କରିବାକୁ ଚେଷ୍ଟା କରୁଥିଲା । ଅଭିଯୁକ୍ତ ଜଣକ ହେଲେ ଅମନ ପ୍ରଧାନ (୨୪ ବର୍ଷ ) । ତାଙ୍କ ଘର କଳାହାଣ୍ଡି ଜିଲ୍ଲାରେ । ସେ ଭୁବନେଶ୍ୱରର ସଙ୍କଳ୍ପ ବିହାର ଅଞ୍ଚଳର ରହୁଥିବା ସୂଚନା ମିଳିଛି । ଅମନକୁ ଗିରଫ ପରେ ରାଉରକେଲାର ଏକ ସ୍ଥାନୀୟ ଅଦାଲତକୁ ପଠାଇ ଦିଆଯାଇଛି।
ଖବର ଅନୁସାରେ, ସେ ନିଜକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଆଇଏଏସ୍ ଅଧିକାରୀ ମନୋଜ କୁମାର ସାହୁ ପରିଚୟ ଦେଇ ଏପ୍ରିଲ ୨୨ ତାରିଖରେ ରାଉରକେଲା ଖଣି ଉପନିର୍ଦେଶକ ବିମ୍ବାଧର ସେଠୀଙ୍କୁ ଫୋନ କରି ଟଙ୍କା ଦାବି କରିଥିଲେ। ଏହାକୁ ଏକ ନକଲି କଲ୍ ଭାବି ସେଠୀ ଉଦିତ ନଗର ଥାନାରେ ଏକ ଅଭିଯୋଗ ଦାୟର କରିଥିଲେ। ପୋଲିସ ରାଉରକେଲା ସାଇବର ପୋଲିସ ଷ୍ଟେସନର ସହାୟତାରେ ଅଭିଯୁକ୍ତଙ୍କ ଠିକଣା ଟ୍ରାକ୍ କରି ତାଙ୍କୁ ଭୁବନେଶ୍ୱରରୁ ଧରିଥିଲେ ।




