ଭୁଲ ଇଞ୍ଜେକ୍ସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ଯାଜପୁର : ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା । ଭୁଲ ଇଞ୍ଜେକ୍ସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ମୃତ ଯୁବକ ହେଲେ ଯାଜପୁର ଧର୍ମଶାଳା ବାଉଁଶ କଣ୍ଟା ଗାଁର ଭରତ ଦାସ। ମେଡିକାଲ ପରିସରରେ ଉତ୍ତେଜନା ଯୋଗୁଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ସୂଚନାନୁସାରେ, ଗତକାଲି ଯାଜପୁର ଜିଲ୍ଲା ଧର୍ମଶାଳା ବାଉଁଶ କଣ୍ଟା ଗାଁର ଭାରତ ଦାସ ନାମକ ଜଣେ ଯୁବକ ଅସୁସ୍ଥ ହୋଇ ଯାଜପୁର ମେଡିକାଲରେ ଭର୍ତି ହୋଇଥିଲେ । ଚିକିତ୍ସା ପାରେ […]

ଭୁଲ ଇଞ୍ଜେକ୍ସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ
Samaya Live Picture
Published On

ଯାଜପୁର : ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା । ଭୁଲ ଇଞ୍ଜେକ୍ସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ମୃତ ଯୁବକ ହେଲେ ଯାଜପୁର ଧର୍ମଶାଳା ବାଉଁଶ କଣ୍ଟା ଗାଁର ଭରତ ଦାସ। ମେଡିକାଲ ପରିସରରେ ଉତ୍ତେଜନା ଯୋଗୁଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ସୂଚନାନୁସାରେ, ଗତକାଲି ଯାଜପୁର ଜିଲ୍ଲା ଧର୍ମଶାଳା ବାଉଁଶ କଣ୍ଟା ଗାଁର ଭାରତ ଦାସ ନାମକ ଜଣେ ଯୁବକ ଅସୁସ୍ଥ ହୋଇ ଯାଜପୁର ମେଡିକାଲରେ ଭର୍ତି ହୋଇଥିଲେ । ଚିକିତ୍ସା ପାରେ ମଙ୍ଗଳବାର ସେ ମେଡିକାଲ ରୁ ଡିସଚାର୍ଜ ହୋଇଥାନ୍ତେ ମାତ୍ର ଆଜି ସକାଳେ ସେଠାରେ ଡିଉଟିରେ ଥିବା ଜଣେ ନର୍ସ ତାଙ୍କୁ କୌଣସି ଏକ ଇଞ୍ଜେକ୍ସନ ଦେବାରୁ ସେ ହଠାତ ଅସୁସ୍ଥ ହୋଇପଡିଥିଲେ ଏବଂ କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଅଚାନକ ଏଭଳି ଘଟଣା ଦେଖି ହାତବାକ ହୋଇଥିଲେ ପରିବାର ଲୋକେ । ଏହି ଅଘଟଣ ପରେ ଭରତଙ୍କ ପରିବାରଙ୍କ ସହ ଅନ୍ୟ ରୋଗୀଙ୍କ ଆତ୍ମୀୟ ମାନେ ଆସି ସେଠାରେ ପାଟିତୁଣ୍ଡ କରିବାରୁ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା । ଭରତଙ୍କ ପରିବାର ଲୋକେ ଭୁଲ୍ ଇଞ୍ଜେକ୍ସନ୍‌ରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରି ସମ୍ପୃକ୍ତ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ଚିକିତ୍ସାଳୟରେ ପୁଲିସ ମୁତୟନ ହୋଇଛନ୍ତି।

Tags: