ରାଜଧାନୀରେ ଯୁବତୀଙ୍କୁ ଅପହରଣ,ବରମୁଣ୍ଡା ରୁ ଉଦ୍ଧାର

ଭୁବନେଶ୍ୱର : ପୁରୁଷ ବନ୍ଧୁଙ୍କୁ ମାଡ଼ ମାରି ଯୁବତୀଙ୍କୁ ଅପହରଣ କରିନେଲେ ଦୁର୍ବୁତ୍ତ ଇ ଗତ ବିଳମ୍ବିତ ରାତି ପ୍ରାୟ ୧.୩୦ ସମୟରେ ଲୁମ୍ବିନିଵିହାର ଅଞ୍ଚଳରେ ଏକ ବାଇକରେ ପୁରୁଷ ବନ୍ଧୁଙ୍କ ସହ ଯୁବତୀ ଜଣଙ୍କ ଯାଉଥିବାବେଳେ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ୪ ଜଣ ଦୁର୍ବୁତ୍ତ ଏକ କାର ରେ ଆସି ପ୍ରେମିକଙ୍କୁ ମାଡ଼ମାରି ଆହତ କରିବା ପରେ ତାଙ୍କ ପ୍ରେମିକାଙ୍କୁ ଜୋର ଜବରଦସ୍ତ କାରରେ ବସେଇ ନେଇଯାଇଛନ୍ତି । ଘଟଣାର ସୂଚନା […]

Samaya Live Picture
Published On

ଭୁବନେଶ୍ୱର : ପୁରୁଷ ବନ୍ଧୁଙ୍କୁ ମାଡ଼ ମାରି ଯୁବତୀଙ୍କୁ ଅପହରଣ କରିନେଲେ ଦୁର୍ବୁତ୍ତ ଇ ଗତ ବିଳମ୍ବିତ ରାତି ପ୍ରାୟ ୧.୩୦ ସମୟରେ ଲୁମ୍ବିନିଵିହାର ଅଞ୍ଚଳରେ ଏକ ବାଇକରେ ପୁରୁଷ ବନ୍ଧୁଙ୍କ ସହ ଯୁବତୀ ଜଣଙ୍କ ଯାଉଥିବାବେଳେ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ୪ ଜଣ ଦୁର୍ବୁତ୍ତ ଏକ କାର ରେ ଆସି ପ୍ରେମିକଙ୍କୁ ମାଡ଼ମାରି ଆହତ କରିବା ପରେ ତାଙ୍କ ପ୍ରେମିକାଙ୍କୁ ଜୋର ଜବରଦସ୍ତ କାରରେ ବସେଇ ନେଇଯାଇଛନ୍ତି । ଘଟଣାର ସୂଚନା ପାଇବା ପରେ ଆହତ ଯୁବକଙ୍କୁ ଡାକ୍ତରଖାନା ନିଆଯାଇଛି । ମୈତ୍ରୀବିହାର ଥାନାରେ ଏ ନେଇ ଅଭିଯୋଗ ହେବାସହ ସ୍ୱତନ୍ତ୍ର ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଶେଷ ସୂଚନା ଅନୁସାରେ,ଉଦ୍ଧାର ହୋଇଛନ୍ତି ଅପହୃତା ଯୁବତୀ । ଭୁବନେଶ୍ୱର ବରମୁଣ୍ଡା ଅଂଚଳରୁ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ସୁଦ୍ଧା ଅପହରଣର ସଠିକ ତଥ୍ୟ ମିଳିପାରି ନଥିବା ବେଳେ ପୋଲିସ ତଦନ୍ତ ଜାରି ରହିଛି ।

Tags: