ରିଲ୍ସ କରୁ କରୁ ନଦୀକୁ ଖସି ପଡିଲେ ଯୁବତୀ

ଢେଙ୍କାନାଳ : ରିଲ୍ସ କରିବା ହେଲା କାଳ । ବାରମ୍ବାର ବାରଣ ସତ୍ତ୍ୱେ ଚେତୁଁ ନାହାନ୍ତି ଅମାନିଆ । ବ୍ରାହ୍ମଣୀ ନଦୀ ପୋଲ ବାଡ଼ ଉପରେ ଠିଆ ହୋଇ ରିଲ୍ସ କରୁଥିବାବେଳେ ନଦୀକୁ ଖସି ପଡିଲେ ଯୁବତୀ । ସ୍ଥାନୀୟ ଲୋକଙ୍କ ସହାୟତାରେ ଯୁବତୀଙ୍କୁ ପ୍ରାୟ ଅଧଘଣ୍ଟାଏ ପରେ ନଦୀରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରାଯାଇଛି । ତେବେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ସୂଚନାନୁସାରେ, ଆଜି ଢେଙ୍କାନାଳ ତରଭା ଗାଁର ୧୯ […]

ରିଲ୍ସ କରୁ କରୁ ନଦୀକୁ ଖସି ପଡିଲେ ଯୁବତୀ
Samaya Live Picture
Published On

ଢେଙ୍କାନାଳ : ରିଲ୍ସ କରିବା ହେଲା କାଳ । ବାରମ୍ବାର ବାରଣ ସତ୍ତ୍ୱେ ଚେତୁଁ ନାହାନ୍ତି ଅମାନିଆ । ବ୍ରାହ୍ମଣୀ ନଦୀ ପୋଲ ବାଡ଼ ଉପରେ ଠିଆ ହୋଇ ରିଲ୍ସ କରୁଥିବାବେଳେ ନଦୀକୁ ଖସି ପଡିଲେ ଯୁବତୀ । ସ୍ଥାନୀୟ ଲୋକଙ୍କ ସହାୟତାରେ ଯୁବତୀଙ୍କୁ ପ୍ରାୟ ଅଧଘଣ୍ଟାଏ ପରେ ନଦୀରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରାଯାଇଛି । ତେବେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି ।

ସୂଚନାନୁସାରେ, ଆଜି ଢେଙ୍କାନାଳ ତରଭା ଗାଁର ୧୯ ବର୍ଷୀୟା ଯୁବତୀ ଅମ୍ବିକା ନାୟକ, ମାଉସିଙ୍କ ସହ ଅଟୋରେ ଢେଙ୍କାନାଳ ତରଭା ଗାଁରୁ କାମାକ୍ଷାନଗର ଖଟୁଆହତା ଯାଉଥିଲେ । ତେବେ ଅଧା ବାଟରେ ଅଟୋକୁ ଅଟକାଇ କମଗରା ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ ଅମ୍ବିକା ମୋବାଇଲରେ ରିଲ୍ସ କରୁଥିଲେ । ଏହି ସମୟରେ ଅସାବଧାନତା ବସତଃ ଗୋଡ ଖସିଯାଇ ନଦୀ ଭିତରକୁ ପଡି ଯାଇଥିଲେ ।

ଘଟଣାସ୍ଥଳରେ ଉପସ୍ଥିତ ସ୍ଥାନୀୟ ବାସିନ୍ଦା ଅଧଘଣ୍ଟା ଧରି ପରିଶ୍ରମ ପରେ ଅମ୍ବିକାକୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ ଦ୍ୱାରା ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବା ଜଣା ପଡ଼ିଛି ।

Tags: