ଫାର୍ମା କମ୍ପାନୀ ଖୋଲିବେ ଯୁବ ବିଜ୍ଞାନୀ ଶେଷ କିଷାନ

ରେଢ଼ାଖୋଲ : ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଯୁବ ବୈଜ୍ଞାନିକ ଶେଷ କିଷାନ I ସମ୍ବଲପୁର ନାକଟି ଦେଉଳ ବ୍ଲକ ବଲାସିଙ୍ଗା ଗ୍ରାମର ଶେଷ କିସାନ ବର୍ତ୍ତମାନ ଜର୍ମାନରେ ବୈଜ୍ଞାନିକ ଅଛନ୍ତି I ସେ ସୋମବାର ଦିନ ବାଲେଶ୍ୱର ବାଲିଆ ପାଳ ବ୍ଲକ ମଧୁପୁରାର ଜୟଶ୍ରୀ ଜେନାଙ୍କୁ ବୈଦିକ ରୀତିନୀତି ଅନୁସାରେ ରେଢ଼ାଖୋଲ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ବିବାହ କରିଛନ୍ତି I ମଙ୍ଗଳବାର ବାହାଘର ଭୋଜି ଅବସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାରେ ନିଜର ଏକ […]

Samaya Live Picture
Published On

ରେଢ଼ାଖୋଲ : ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଯୁବ ବୈଜ୍ଞାନିକ ଶେଷ କିଷାନ I ସମ୍ବଲପୁର ନାକଟି ଦେଉଳ ବ୍ଲକ ବଲାସିଙ୍ଗା ଗ୍ରାମର ଶେଷ କିସାନ ବର୍ତ୍ତମାନ ଜର୍ମାନରେ ବୈଜ୍ଞାନିକ ଅଛନ୍ତି I ସେ ସୋମବାର ଦିନ ବାଲେଶ୍ୱର ବାଲିଆ ପାଳ ବ୍ଲକ ମଧୁପୁରାର ଜୟଶ୍ରୀ ଜେନାଙ୍କୁ ବୈଦିକ ରୀତିନୀତି ଅନୁସାରେ ରେଢ଼ାଖୋଲ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ବିବାହ କରିଛନ୍ତି I

ମଙ୍ଗଳବାର ବାହାଘର ଭୋଜି ଅବସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାରେ ନିଜର ଏକ ଫାର୍ମା କମ୍ପାନୀ ଖୋଲିବା ବିଷୟରେ ଡ. କିଷାନ ଏହି ଘୋଷଣା କରିଥିଲେ। ଏଥିରୁ ଯେଉଁ ଲାଭାଂଶ ମିଳିବ ତାହା ଗରିବ ପିଲାଙ୍କ ପାଠପଢ଼ାରେ ଖର୍ଚ୍ଚ ହେବ ବୋଲି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଅତି ଅଳ୍ପ ଖର୍ଚ୍ଚରେ ସାଧାରଣ ରୋଗୀମାନେ ଉନ୍ନତ ମାନର ଔଷଧ ପାଇପାରିବେ । ୪ ମାସ ମଧ୍ୟରେ ଓଡ଼ିଶାରେ ଜେନେରିକ୍‌ ମେଡିସିନ ଡାଇବେଟିସ, ବ୍ଲଡ୍‌ପ୍ରେସର, ଆଣ୍ଟିବାୟୋଟିକ, ମଲ୍‌ଟିଭିଟାମିନ, ଗ୍ୟାଷ୍ଟିକ ଭଳି ୫ ପ୍ରକାର ମେଡିସିନ ତାଙ୍କ କଂପାନି ଦ୍ବାରା ବାହାର କରାଯାଇ ସାଧାରଣ ଲୋକଙ୍କୁ ବ୍ୟବହାର ପାଇଁ ଯୋଗାଇ ଦିଆଯିବ। ଆଗକୁ ୫୦୦ରୁ ୧୦୦୦ ଜେନେରିକ ମେଡିସିନ ପ୍ରଡକ୍ଟ ବାହାର କରିବେ ଓ ଏହାର ମୁଖ୍ୟାଳୟ ଭୁବନେଶ୍ବରରେ ରହିବ ବୋଲି ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ କ୍ୟାନ୍‌ସର ଭଳି ରୋଗର ମେଡିସିନ ମଧ୍ୟ କଂପାନି ଦ୍ବାରା ପ୍ରସ୍ତୁତ ହେବ ବୋଲି କହିଥିଲେ। ଏହି ସାମ୍ବଦିକ ସମ୍ମଳନୀରେ ତାଙ୍କ ନବବିବାହିତ ସ୍ତ୍ରୀ’ଙ୍କ ଉଚ୍ଚ ପ୍ରଶଂସା କରିଥିଲେ ଡ. କିଷାନ।

ଡ଼.ଶେଷ କିଷାନ ବର୍ତ୍ତମାନ ଜର୍ମାନୀର ଗଟିନଜେନ ୟୁନିଭର୍ସିଟିରେ ଅଗାର୍ନିକ କ୍ୟାମଷ୍ଟ୍ରିରେ ପିଏଚ୍‌ଡି କରିଛନ୍ତି। ଡ. କିଷାନଙ୍କ ବିବାହ ଭୋଜିରେ ପୂର୍ବ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସହ ରେଢ଼ାଖୋଲ ଓ ନାକଟିଦେଉଳ ବ୍ଲକ୍‌ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ।

Tags: