ଛୁରାମାଡ଼ରେ ଯୁବକଙ୍କ ମୃତ୍ୟୁ

ଭବାନୀପାଟଣା: ସାମାନ୍ୟ ବଚସାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼ । ଗୁରୁବାର ବିଳମ୍ୱିତ ରାତିରେ ଭବାନୀପାଟଣା ଘୋଡ଼ାଘାଟ ଛକ ନିକଟରେ କିଛି ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ଯୁବକର ଛୁରା ମାଡ଼ରେ ଅନ୍ୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ସ୍ଥାନୀୟ ବାହାଦୁରବଗିଚା ପଡ଼ାର ସତ୍ୟନାରାୟଣ ରଏ (୨୪) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ନଗରପାଳିକା ସମ୍ମୁଖରେ ଦୁଇଗୋଷ୍ଠୀ ମଧ୍ୟରେ ସାମାନ୍ୟ କଥାକୁ କେନ୍ଦ୍ରକରି ଯୁକ୍ତିତର୍କ […]

ଛୁରାମାଡ଼ରେ ଯୁବକଙ୍କ ମୃତ୍ୟୁ
Samaya Live Picture
Published On

ଭବାନୀପାଟଣା: ସାମାନ୍ୟ ବଚସାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼ । ଗୁରୁବାର ବିଳମ୍ୱିତ ରାତିରେ ଭବାନୀପାଟଣା ଘୋଡ଼ାଘାଟ ଛକ ନିକଟରେ କିଛି ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ଯୁବକର ଛୁରା ମାଡ଼ରେ ଅନ୍ୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ସ୍ଥାନୀୟ ବାହାଦୁରବଗିଚା ପଡ଼ାର ସତ୍ୟନାରାୟଣ ରଏ (୨୪) ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ନଗରପାଳିକା ସମ୍ମୁଖରେ ଦୁଇଗୋଷ୍ଠୀ ମଧ୍ୟରେ ସାମାନ୍ୟ କଥାକୁ କେନ୍ଦ୍ରକରି ଯୁକ୍ତିତର୍କ ହେଇଥିଲା । ଏହି ସମୟରେ ଅପର ଗୋଷ୍ଠୀର ରାଜ ବାଗ, ସତ୍ୟନାରାୟଣଙ୍କୁ ଛୁରା ଭୁସି ଦେଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ଗୁରୁତର ସତ୍ୟନାରାୟଣଙ୍କୁ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ଟାଉନ୍ ଥାନା ପୁଲିସ ଏହି ଘଟଣାରେ ଦେବାନ ସାହେବ୍ ପଡ଼ାର ରାଜ ବାଗ, ଲଖନ ବାଗ, ଶିବାନନ୍ଦ ବାଗଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଆଜି ସକାଳେ ସନ୍ଧାନୀ କୁକୁର ସହିତ ପୁଲିସ ଘଟଣାସ୍ଥଳରେ ତଦନ୍ତ କରୁଛି।

Tags: