ଭାଲୁ ଆକ୍ରମଣରେ ଯୁବକ ମୃତ
ମୟୂରଭଞ୍ଜ : ଭାଲୁ ଆକ୍ରମଣରେ ଯୁବକ ମୃତ I ମୟୂରଭଞ୍ଜ ଜିଲ୍ଲାରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି I ସୂଚନାନୁସାରେ , ଘଟଣାଟି ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ ଆନନ୍ଦପୁର ଥାନା ଅନ୍ତର୍ଗତ ମନୋହରପୁର ପଞ୍ଚାୟତ ସାନ ପୁରୁଣାପାଣି ଗାଁ ରେ ଘଟିଛି I ଗାଁ ର ଚାରପାଣି ସାହିର ଘନଶ୍ୟାମ ହେମ୍ବ୍ରମ ଙ୍କର ଭାଲୁ ଆକ୍ରମଣରେ ମୃତ୍ୟୁ ଘଟିଛି I ବୁଧବାର ସକାଳୁ ନିଜ ବିଲବାଡି ଦେଖାଶୁଣା ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର […]
ମୟୂରଭଞ୍ଜ : ଭାଲୁ ଆକ୍ରମଣରେ ଯୁବକ ମୃତ I ମୟୂରଭଞ୍ଜ ଜିଲ୍ଲାରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି I
ସୂଚନାନୁସାରେ , ଘଟଣାଟି ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ ଆନନ୍ଦପୁର ଥାନା ଅନ୍ତର୍ଗତ ମନୋହରପୁର ପଞ୍ଚାୟତ ସାନ ପୁରୁଣାପାଣି ଗାଁ ରେ ଘଟିଛି I ଗାଁ ର ଚାରପାଣି ସାହିର ଘନଶ୍ୟାମ ହେମ୍ବ୍ରମ ଙ୍କର ଭାଲୁ ଆକ୍ରମଣରେ ମୃତ୍ୟୁ ଘଟିଛି I ବୁଧବାର ସକାଳୁ ନିଜ ବିଲବାଡି ଦେଖାଶୁଣା ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇ ଘଟଣାସ୍ଥଳରେ ଘନଶ୍ୟାମ ପ୍ରାଣ ହରାଇଥିବା ଜଣାପଡିଛି I ଭାଲୁଟି ଘନଶ୍ୟାମଙ୍କ ମୁଣ୍ଡକୁ କାମୁଡି କ୍ଷତାକ୍ତ କରିବା ଦ୍ୱାରା ଘନଶ୍ୟାମଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା I ଖବରପାଇ ଫରେଷ୍ଟର ଅନାଦି ଚରଣ ବାରିକ ଓ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ I ଘଟଣାସ୍ଥଳରେ ଆନନ୍ଦପୁର ପୋଲିସ ପହଞ୍ଚି ମୃତଦେହ ଜବତ କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି I ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭାଲୁ ଆକ୍ରମଣ ଭୟ ଲୋକଙ୍କୁ ଆତଙ୍କିତ କରିଥିବା ବେଳେ ବନ ବିଭାଗ ପକ୍ଷରୁ ନିୟମିତ ଭାବେ ପାଟ୍ରୋଲିଂ କରିବାକୁ ମନହୋରପୁର ପଞ୍ଚାୟତବାସୀ ଦାବି କରିଛନ୍ତି I




