ଓଡ଼ିଶାରେ ଯୋଗୀ ଆଦିତ୍ୟ ନାଥ
ଭୁବନେଶ୍ୱର : ବିଜେପି ଫୋକସରେ ଓଡ଼ିଶା। ରାଜ୍ୟରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନରେ ଜଣଙ୍କ ପରେ ଜଣେ କେନ୍ଦ୍ରୀୟ ନେତା। ହେଭିୱେଟଙ୍କ ପ୍ରଚାରରେ ଜମୁଛି ନିର୍ବାଚନୀ ମାହୋଲ୍। ଆଜି ଓଡ଼ିଶାରେ ପହଁଚିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ I ଗୁରୁବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚଛନ୍ତି। ଏଠାରେ ପହଞ୍ଚିବା ପରେ ଚିଲିକା ବିଧାନସଭା କ୍ଷେତ୍ର ବାଣପୁର ଯାଇଛନ୍ତି। ସେଠାରୁ ଫେରିବା ପରେ କେନ୍ଦ୍ରାପଡ଼ା ଏବଂ କୁଳିଆଠାରେ ଆୟୋଜିତ ସଭାରେ ଯୋଗ ଦେବେ। […]
ଭୁବନେଶ୍ୱର : ବିଜେପି ଫୋକସରେ ଓଡ଼ିଶା। ରାଜ୍ୟରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନରେ ଜଣଙ୍କ ପରେ ଜଣେ କେନ୍ଦ୍ରୀୟ ନେତା। ହେଭିୱେଟଙ୍କ ପ୍ରଚାରରେ ଜମୁଛି ନିର୍ବାଚନୀ ମାହୋଲ୍। ଆଜି ଓଡ଼ିଶାରେ ପହଁଚିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ I ଗୁରୁବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚଛନ୍ତି। ଏଠାରେ ପହଞ୍ଚିବା ପରେ ଚିଲିକା ବିଧାନସଭା କ୍ଷେତ୍ର ବାଣପୁର ଯାଇଛନ୍ତି। ସେଠାରୁ ଫେରିବା ପରେ କେନ୍ଦ୍ରାପଡ଼ା ଏବଂ କୁଳିଆଠାରେ ଆୟୋଜିତ ସଭାରେ ଯୋଗ ଦେବେ।
ସେହିପରି ଯୋଗୀ ଆଦିତ୍ୟନାଥ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଅନ୍ତର୍ଗତ ସାଲେପୁର ନିର୍ବାଚନ ମଣ୍ଡଳୀ ଓ ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ। ପ୍ରଥମେ ସାଲେପୁରର କୁଳିଆରେ ଜନସଭାକୁ ଉଦବୋଧନ ଦେବେ ଯୋଗୀ । ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ସହ ୭ଟି ବିଧାନସଭାର ବିଧାୟକ ପ୍ରାର୍ଥୀମାନେ ଯୋଗ ଦେବେ I




