ଯାତ୍ରା କଳାକାର ଦେବୀ ରଥଙ୍କ ପରଲୋକ
ଭୁବନେଶ୍ୱର : ଯାତ୍ରା ଜଗତରେ ଶୋକର ଛାୟା । ଯାତ୍ରା ଜଗତ ଅପ୍ରତିଦ୍ୱନ୍ଦ୍ୱି ଅଭିନେତା ଦେବୀ ରଥଙ୍କ ପରଲୋକ । ଆଜି ଭୋର ସମୟରେ ତାଙ୍କର ହୃଦଘାତରେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଗଡ଼ରେ ନିଜ ଜନ୍ମମାଟିରେ ତାଙ୍କର ଦେହାନ୍ତ ହୋଇଛି । ଯାତ୍ରାରେ ସେ ‘ବାପା’ ବା ‘ମାମା’ ଭାବରେ ପରିଚିତ ଥିଲେ । କ୍ୟାରିଅରର ପ୍ରାରମ୍ଭିକ ଅବସ୍ଥାରେ ‘ଜେଲ ଟାଇଗର’ […]
ଭୁବନେଶ୍ୱର : ଯାତ୍ରା ଜଗତରେ ଶୋକର ଛାୟା । ଯାତ୍ରା ଜଗତ ଅପ୍ରତିଦ୍ୱନ୍ଦ୍ୱି ଅଭିନେତା ଦେବୀ ରଥଙ୍କ ପରଲୋକ । ଆଜି ଭୋର ସମୟରେ ତାଙ୍କର ହୃଦଘାତରେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଗଡ଼ରେ ନିଜ ଜନ୍ମମାଟିରେ ତାଙ୍କର ଦେହାନ୍ତ ହୋଇଛି । ଯାତ୍ରାରେ ସେ ‘ବାପା’ ବା ‘ମାମା’ ଭାବରେ ପରିଚିତ ଥିଲେ । କ୍ୟାରିଅରର ପ୍ରାରମ୍ଭିକ ଅବସ୍ଥାରେ ‘ଜେଲ ଟାଇଗର’ ଭଳି ନାକଟରେ ନିଖୁଣ ଅଭିନୟ କରି ସେ ଦର୍ଶକଙ୍କ ହୃଦୟରେ ବାନ୍ଧି ହୋଇ ରହିଥିଲେ । ଖାଲି ଅଭିନେତା ଭାବେ ନୁହେଁ ଜଣେ ନିର୍ଦ୍ଦେଶକ ଭାବେ ମଧ୍ୟ ସେ ନିଜ ବଳିଷ୍ଠ ପ୍ରତିଭାର ପରିଚୟ ଦେଇଥିଲେ ।
ସେ ଦୀର୍ଘ ୨୬ ବର୍ଷ ଧରି ତାରପୁର ଅପେରାରେ ବାନ୍ଧି ହୋଇ ରହିବା ପରେ ତୁଳସୀ ଗଣନାଟ୍ୟରେ ୮ ବର୍ଷ ଏବଂ ପରେ ଇଷ୍ଟର୍ଣ୍ଣ ବ୍ଳୁ ରେ ୬ ବର୍ଷ ରହି ଶତାଧିକ ନାଟକରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ଯାତ୍ରା ଜଗତର ଏହି ପତାମହ ଭିଷ୍ମ। ଯାତ୍ରାରେ ଦୀର୍ଘ ୪୯ ବର୍ଷର ଯାତ୍ରାରେ ସେ ସାଉଁଟିଛନ୍ତି ଭିନ୍ନ ଭିନ୍ନ ପରିଚୟ। ବିଶେଷ କରି ଜଣେ ଚରତ୍ର ଅଭିନେତା ଭାବେ ଯାତ୍ରାରେ ସେ ଦର୍ଶକଙ୍କ କରତାଳି ସାଙ୍ଗକୁ ପ୍ରଶଂସା ସାଉଁଟିଥିଲେ । ଏହି ବରିଷ୍ଠ ଅଭିନେତା ନିଜର ବଳିଷ୍ଠ ଅଭିନୟ ପାଇଁ ବିଭିନ୍ନ ଅନୁଷ୍ଠାନରୁ ସମ୍ମାନିତ ମଧ୍ୟ ହୋଇଥିଲେ । ତାରାପୁର ଅପେରାରୁ ଆରମ୍ଭ ହୋଇଥିବା ଦେବୀ ରଥଙ୍କ ଯାତ୍ରା କ୍ୟାରିୟର ଯବନିକା ପଡ଼ିଥିଲା ପାର୍ବତୀ ଗଣନାଟ୍ୟର ନାଟକ ‘ଠକିଦେଲ ବନ୍ଧୁ ଠିକଣା ବେଳେ’ ନାଟକରେ। ତାଙ୍କ ବିୟୋଗରେ ଯାତ୍ରା ଜଗତରରେ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି । କଳାକାର ମହଲରେ ଶୋକର ଛାୟା ଖେଳିଯାଇଛି ।




