୩ଟଙ୍କା ବଦଳରେ ୨୫ ହଜାର ଟଙ୍କା ତଣ୍ଡ ଗଣିଲେ ଜେରକ୍ସ ଦୋକାନୀ
ସମ୍ବଲପୁର : ଜେରକ୍ସ ଦୋକାନୀଙ୍କୁ ୨୫ ହଜାର ଜରିମାନା । ୩ଟଙ୍କା ବଦଳରେ ୨୫ ହଜାର ଟଙ୍କା ତଣ୍ଡ ଗଣିବେ ଜେରକ୍ସ ଦୋକାନୀ I ଜଣେ ଗ୍ରାହକଙ୍କୁ ଦୋକାନୀ ଦୂର୍ବ୍ୟବହାର କରି ସାଂଘାତିକ ଅଡୁଆରେ ପଡିଛନ୍ତି । ଖାଉଟି ଅଦାଲତ ତାଙ୍କୁ ଏହି ଜୋରିମାନା କରିଛନ୍ତି । ସମ୍ବଲପୁରରେ ଜଣେ ଜେରକ୍ସ ଦୋକାନୀଙ୍କୁ ୨୫ ହଜାର ଟଙ୍କା ଫାଇନ କରିଛନ୍ତି ଜିଲ୍ଲା ଖାଉଟି ଅଦାଲତ । ମାସେ ଭିତରେ ଟଙ୍କା ନଦେଲେ ୯ ପ୍ରତିଶତ ସୁଧ ସହ […]
ସମ୍ବଲପୁର : ଜେରକ୍ସ ଦୋକାନୀଙ୍କୁ ୨୫ ହଜାର ଜରିମାନା । ୩ଟଙ୍କା ବଦଳରେ ୨୫ ହଜାର ଟଙ୍କା ତଣ୍ଡ ଗଣିବେ ଜେରକ୍ସ ଦୋକାନୀ I ଜଣେ ଗ୍ରାହକଙ୍କୁ ଦୋକାନୀ ଦୂର୍ବ୍ୟବହାର କରି ସାଂଘାତିକ ଅଡୁଆରେ ପଡିଛନ୍ତି । ଖାଉଟି ଅଦାଲତ ତାଙ୍କୁ ଏହି ଜୋରିମାନା କରିଛନ୍ତି । ସମ୍ବଲପୁରରେ ଜଣେ ଜେରକ୍ସ ଦୋକାନୀଙ୍କୁ ୨୫ ହଜାର ଟଙ୍କା ଫାଇନ କରିଛନ୍ତି ଜିଲ୍ଲା ଖାଉଟି ଅଦାଲତ । ମାସେ ଭିତରେ ଟଙ୍କା ନଦେଲେ ୯ ପ୍ରତିଶତ ସୁଧ ସହ ଟଙ୍କା ଦେବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି ।
ସୂଚନା ଅନୁସାରେ ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ ଗତ ଏପ୍ରିଲ ୨୮ ତାରିଖରେ ବୁଢାରଜାର ଗୋୟଲ ପ୍ରିଣ୍ଟିଂ ଜୋନ୍ ନାମକ ଜେରକ୍ସ ସେଣ୍ଟରକୁ ଏକ କାଗଜର ଜେରକ୍ସ ପାଇଁ ଯାଇଥିଲେ । ଗୋଟିଏ କପିକୁ ଜେରକ୍ସ ପାଇଁ ଦେଇ ୫ ଟଙ୍କା ବଢାଇ ଦେଇଥିଲେ । ଦୋକାନୀ ଜଣକ ଉକ୍ତ କପିକୁ ଜେରକ୍ସ କରିଥିଲେ ହେଁ ବଳକା ୩ ଟଙ୍କା ଫେରାଇନଥିଲେ । ବାରମ୍ବାର ଟଙ୍କା ମାଗିବାରୁ ତାଙ୍କୁ ୫ ଟଙ୍କା ଫେରସ୍ତ ସହ ମୁଁ ଭିକାରୀକୁ ୫ ଟଙ୍କା ଦାନ କରିଦେଲି ବୋଲି ପ୍ରକାଶ କରିଥିଲେ। ଏହାଦ୍ଵାରା ସେ ଗଭୀର ଅପମାନିତ ସହ ମାନସିକ ଚାପଗ୍ରସ୍ତ ହୋଇ ଖାଉଟି ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ । ଫଳରେ ମାନ୍ୟବର ଖାଉଟି ଅଦାଲତ ଏହାର ଶୁଣାଣି କରି ଦୋକାନୀକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । କୋର୍ଟ ଜେରେକ୍ସ ଦୋକାନୀଙ୍କୁ ହାଜର ହେବାପାଇଁ ନୋଟିସ କରିଥିଲେ। ହେଲେ ଜେରେକ୍ସ ଦୋକାନୀ ୪ଟି ଡେଟ୍ରେ ହାଜର ହୋଇନଥିଲେ। ପଞ୍ଚମ ଡେଟ୍ରେ ଜେରେକ୍ସ ଦୋକାନୀ ପକ୍ଷରୁ ତାଙ୍କ ଓକିଲ କୋର୍ଟରେ ହାଜର ହୋଇଥିଲେ। ଦୋକାନୀ ଜଣକ କୌଣସି ରସିଦ କିମ୍ବା ବିଲ୍ ନ ଦେଇ ଅସାଧୁ ଉପାୟରେ ବ୍ୟବସାୟ କରୁଥିବା ନେଇ ଅଦାଲତ ଦର୍ଶାଇଛନ୍ତି ।
କୋର୍ଟ ତାଙ୍କ ରାୟରେ ବଳକା ୩ ଟଙ୍କା ଫେରସ୍ତ ସହ ମାନସିକ ଅଶାନ୍ତି ଏବଂ ନିର୍ଯାତନା ପାଇଁ ୩୦ ଦିନ ମଧ୍ୟରେ ଆବେଦନକାରୀ ସାମ୍ବାଦିକ ପ୍ରଫୁଲ ଦାସଙ୍କୁ ୨୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଏହି ସମୟ ମଧ୍ୟରେ ଜରିମାନା ନ ଦେଲେ ବାର୍ଷିକ ୯ ପ୍ରତିଶତ ହାରରେ ସୁଧ ଦେବାକୁ ରାୟରେ ଉଲ୍ଲେଖ ରହିଛି । ଦୋକାନୀର ଏହି କଥା ଗ୍ରାହକଙ୍କୁ ବହୁତ ବାଧିଥିଲା। ସେ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ।ଦୋକାନୀ ନାଁରେ ଅଭିଯୋଗ କରିଥିଲେ।




