ପୁରୀ ବେଳାଭୂମିରେ ୱାର୍ଲଡ କପ ଟ୍ରଫି
ପୁରୀ : ଆସନ୍ତା କାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ବିଶ୍ୱକପ ଫାଇନାଲ୍ Iଏହି ହାଇଭୋଲଟେଜ ମ୍ୟାଚକୁ ନେଇ ଫ୍ୟାନଙ୍କ ମଧ୍ୟରେ ବଢ଼ି ଚାଲିଛି ଉତ୍କଣ୍ଠା। ଏହାକୁ ନେଇ ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ୱାର୍ଲଡକପ ଟ୍ରଫିକୁ ବାଲୁକା କଳା ମାଧ୍ୟମରେ ନିର୍ମାଣ କରିଛନ୍ତି I ୫୬ ଫୁଟ୍ ଲମ୍ବର ଏକ ବିରାଟକାୟ ବିଶ୍ୱକପ୍ ଟ୍ରଫି ପ୍ରତିକୃତୀ ନିର୍ମାଣ କରିବା ସହ ଟିମ୍ ଇଣ୍ଡିଆକୁ ଶୁଭେଛା ଜଣାଇଛନ୍ତି I ଏହି ଟ୍ରଫିରେ ୫ଶହରୁ […]
ପୁରୀ : ଆସନ୍ତା କାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ବିଶ୍ୱକପ ଫାଇନାଲ୍ Iଏହି ହାଇଭୋଲଟେଜ ମ୍ୟାଚକୁ ନେଇ ଫ୍ୟାନଙ୍କ ମଧ୍ୟରେ ବଢ଼ି ଚାଲିଛି ଉତ୍କଣ୍ଠା। ଏହାକୁ ନେଇ ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ୱାର୍ଲଡକପ ଟ୍ରଫିକୁ ବାଲୁକା କଳା ମାଧ୍ୟମରେ ନିର୍ମାଣ କରିଛନ୍ତି I ୫୬ ଫୁଟ୍ ଲମ୍ବର ଏକ ବିରାଟକାୟ ବିଶ୍ୱକପ୍ ଟ୍ରଫି ପ୍ରତିକୃତୀ ନିର୍ମାଣ କରିବା ସହ ଟିମ୍ ଇଣ୍ଡିଆକୁ ଶୁଭେଛା ଜଣାଇଛନ୍ତି I
ଏହି ଟ୍ରଫିରେ ୫ଶହରୁ ଅଧିକ ଷ୍ଟିଲ ବାଉଲ ଓ ୩ ଶହ ବଲ ସ୍ଥାପନ କରାଯାଇଛି। ପୁରୀ ବେଳାଭୂମିରେ ଏହି ୱାର୍ଲଡ କପ ଟ୍ରଫିକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଛି । ବିଶ୍ୱକପ ଫାଇନାଲ ମ୍ୟାଚରେ ଭାରତ ଦମଦାର ପଦର୍ଶନ କରି ବିଜୟ ହାସଲ କରୁ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ସୁଦର୍ଶନ ପଟ୍ଟନାୟକ ।




