ରତ୍ନ ପଥର ଖନନ ବେଳେ ଶ୍ରମିକଙ୍କ ମୃତ୍ୟୁ

ବୌଦ୍ଧ : ରତ୍ନ ପଥର ସନ୍ଧାନ ବେଳେ ଅଘଟଣ I ପଥର ସନ୍ଧିରେ ଚାପି ହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ । ସୂଚନା ଅନୁଯାୟୀ,ବୌଦ୍ଧ ଜିଲ୍ଲାର ମହାନଦୀ ଗର୍ଭରେ ରତ୍ନ ପଥର ଖନନ କରାଯାଉଥିଲା । ଶୁକ୍ରବାର ଦିନ ଏହି ପ୍ରକ୍ରିୟା ଚାଲିଥିବାବେଳେ ଶ୍ରମିକଙ୍କ ଉପରେ ଏକ ବିରାଟ ପଥର ଖସିପଡି ଥିଲା I ସ୍ଥାନୀୟ ଲୋକେ ସଂଗେ ସଂଗେ ଉଦ୍ଧାରକାରୀଙ୍କୁ ଖବର ଜଣାଇଥିଲେ । […]

Samaya Live Picture
Published On

ବୌଦ୍ଧ : ରତ୍ନ ପଥର ସନ୍ଧାନ ବେଳେ ଅଘଟଣ I ପଥର ସନ୍ଧିରେ ଚାପି ହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ ।

ସୂଚନା ଅନୁଯାୟୀ,ବୌଦ୍ଧ ଜିଲ୍ଲାର ମହାନଦୀ ଗର୍ଭରେ ରତ୍ନ ପଥର ଖନନ କରାଯାଉଥିଲା । ଶୁକ୍ରବାର ଦିନ ଏହି ପ୍ରକ୍ରିୟା ଚାଲିଥିବାବେଳେ ଶ୍ରମିକଙ୍କ ଉପରେ ଏକ ବିରାଟ ପଥର ଖସିପଡି ଥିଲା I ସ୍ଥାନୀୟ ଲୋକେ ସଂଗେ ସଂଗେ ଉଦ୍ଧାରକାରୀଙ୍କୁ ଖବର ଜଣାଇଥିଲେ । ଖବର ପାଇ ଉଦ୍ଧାରକରି ଟିମ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଗତକାଲି ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରଖାଯାଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Tags: