ପାଇପ୍ ଲାଇନ୍ ରେ ଫସିଥିବା ଶ୍ରମିକଙ୍କ ମୃତ୍ୟୁ
କଟକ- BPCL ଗ୍ୟାସ୍ ପାଇପ୍ ଲାଇନ୍ ମରାମତି ବେଳେ ଅଘଟଣ । ମାଟି ତଳେ ଫସି ଥିବା ଶ୍ରମିକଙ୍କ ମୃତ୍ୟୁ । ଶ୍ରମିକଙ୍କୁ ଅଚେତ ଅବସ୍ଥାରେ ହସ୍ପିଟାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଶୁକ୍ରବାର କଟକ ପାରାଦ୍ୱୀପ ରାସ୍ତାର ତାଳଦଣ୍ଡାଠାରେ ପାଇପ ମରାମତି ବେଳେ ଘଟିଥିଲା ଅଘଟଣ । କଟକ-ପାରାଦୀପ ରାସ୍ତା କୁଜଙ୍ଗଠାରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତକ ହେଲେ ପରିମଳ ଗାୟନ। ତାଙ୍କର ବୟସ ୨୨ ବର୍ଷ। ତାଙ୍କ […]
କଟକ- BPCL ଗ୍ୟାସ୍ ପାଇପ୍ ଲାଇନ୍ ମରାମତି ବେଳେ ଅଘଟଣ । ମାଟି ତଳେ ଫସି ଥିବା ଶ୍ରମିକଙ୍କ ମୃତ୍ୟୁ । ଶ୍ରମିକଙ୍କୁ ଅଚେତ ଅବସ୍ଥାରେ ହସ୍ପିଟାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଶୁକ୍ରବାର କଟକ ପାରାଦ୍ୱୀପ ରାସ୍ତାର ତାଳଦଣ୍ଡାଠାରେ ପାଇପ ମରାମତି ବେଳେ ଘଟିଥିଲା ଅଘଟଣ । କଟକ-ପାରାଦୀପ ରାସ୍ତା କୁଜଙ୍ଗଠାରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତକ ହେଲେ ପରିମଳ ଗାୟନ। ତାଙ୍କର ବୟସ ୨୨ ବର୍ଷ। ତାଙ୍କ ଘର କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ନୂଆଗଡ଼ ପଞ୍ଚାୟତ ବିଜୟଚାନ୍ଦପୁରରେ ।
ସୂଚନାନୁସାରେ, ଆଜିଦିନ ପ୍ରାୟ ସାଢ଼େ ୧୧ଟା ବେଳେ BPCLର ଗ୍ୟାସ ପାଇପଲାଇନ କାମ କରିବାକୁ ପରିମଳ ଗାୟନଙ୍କ ସମେତ ୬ଜଣ ଶ୍ରମିକ ବାହାରିଥିଲେ। ହେଲେ କାମ କରିବା ସ୍ଥଳରେ କୌଣସି କାରଣରୁ ଗ୍ୟାସ୍ ନିର୍ଗତ ହେଉଥିଲା। ଏଥିରେ ପ୍ରଭାବିତ ହୋଇ ପରିମଳ ଗାୟନ ତଳକୁ ଖସିପଡ଼ିଥିଲେ। ସେ ମାଟି ତଳେ ପୋତି ହୋଇଯାଇଥିଲେ। ୨ ଘଣ୍ଟା ପରେ ଅଗ୍ନିଶମ ବାହିନୀ ପକ୍ଷରୁ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।




