ନିର୍ମାଣାଧୀନ ପୋଲ ଉପରେ ବିଦ୍ୟୁତ ଆଘାତ ଲାଗି ଶ୍ରମିକଙ୍କ ମୃତ୍ୟୁ
ସୋନପୁର : ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା କପାସିରାରେ ଅଘଟଣ । ନିର୍ମାଣାଧୀନ ପୋଲ ଉପରେ ବିଦ୍ୟୁତ ଆଘାତ ଲାଗି ଶ୍ରମିକଙ୍କ ମୃତ୍ୟୁ । ମୃତ ଶ୍ରମିକ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଉଲ୍ ଗାଁର ଟଙ୍କଧର ତାର୍ଜନ ବୋଲି ଜଣାପଡିଛି । ଡୁଙ୍ଗୁରିପାଲି ଥାନା କପାସିରା ଠାରେ ଗୋରହାଣ୍ଡି ଜୋରରେ ଏକ ବ୍ରିଜ୍ ନିର୍ମାଣ ଚାଲିଥିଲା । ଶ୍ରମିକ ଜଣଙ୍କ ବ୍ରିଜ ନିର୍ମାଣ କାମରେ ବ୍ୟସ୍ତ ଥିବା ବେଳେ ଲାଗିଥିଲା ବିଦ୍ୟୁତ ଆଘାତ । ଯାହାପରେ […]
ସୋନପୁର : ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା କପାସିରାରେ ଅଘଟଣ । ନିର୍ମାଣାଧୀନ ପୋଲ ଉପରେ ବିଦ୍ୟୁତ ଆଘାତ ଲାଗି ଶ୍ରମିକଙ୍କ ମୃତ୍ୟୁ । ମୃତ ଶ୍ରମିକ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଉଲ୍ ଗାଁର ଟଙ୍କଧର ତାର୍ଜନ ବୋଲି ଜଣାପଡିଛି ।
ଡୁଙ୍ଗୁରିପାଲି ଥାନା କପାସିରା ଠାରେ ଗୋରହାଣ୍ଡି ଜୋରରେ ଏକ ବ୍ରିଜ୍ ନିର୍ମାଣ ଚାଲିଥିଲା । ଶ୍ରମିକ ଜଣଙ୍କ ବ୍ରିଜ ନିର୍ମାଣ କାମରେ ବ୍ୟସ୍ତ ଥିବା ବେଳେ ଲାଗିଥିଲା ବିଦ୍ୟୁତ ଆଘାତ । ଯାହାପରେ ସାଥୀ ଶ୍ରମିକମାନେ ଗୁରୁତରଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଡୁଙ୍ଗୁରିପାଲି ପୋଲିସ ଘଟଣା ସଂପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି ।




