ରାଜ୍ୟରେ ଏବେ ଡେଙ୍ଗୁ ପିକରେ ଅଛି – ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ୩୦ ଜିଲ୍ଲାକୁ ଛୁଇଁଲାଣି ଡେଙ୍ଗୁ । ବର୍ତ୍ତମାନ ପିକ୍ ପିରିୟଡରେ ଚାଲିଛି ଡେଙ୍ଗୁ । ଗତବର୍ଷ ତୁଳନାରେ ସେପ୍ଟେମ୍ବର ମାସ ଯାଏଁ ଏହି ପିକ୍ ପିରିୟଡ ଚାଲିବ ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । କ୍ୟାପିଟାଲ ହସ୍ପିଟାଲର ଲୋଡ଼ କମାଇବା ପାଇଁ ଅନ୍ୟ ଜାଗାରେ ହେବ ଡେଙ୍ଗୁ ପରୀକ୍ଷା । ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୭୦୦ ଟପିଛି I ପ୍ରତିଦିନ ନୂଆ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି […]

Samaya Live Picture
Published On

ଭୁବନେଶ୍ୱର : ୩୦ ଜିଲ୍ଲାକୁ ଛୁଇଁଲାଣି ଡେଙ୍ଗୁ । ବର୍ତ୍ତମାନ ପିକ୍ ପିରିୟଡରେ ଚାଲିଛି ଡେଙ୍ଗୁ । ଗତବର୍ଷ ତୁଳନାରେ ସେପ୍ଟେମ୍ବର ମାସ ଯାଏଁ ଏହି ପିକ୍ ପିରିୟଡ ଚାଲିବ ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । କ୍ୟାପିଟାଲ ହସ୍ପିଟାଲର ଲୋଡ଼ କମାଇବା ପାଇଁ ଅନ୍ୟ ଜାଗାରେ ହେବ ଡେଙ୍ଗୁ ପରୀକ୍ଷା ।

ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୭୦୦ ଟପିଛି I ପ୍ରତିଦିନ ନୂଆ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି I ପଥୋଲ୍ୟାବ ଗୁଡିକ ଡେଙ୍ଗୁ ପରୀକ୍ଷଣ ନାଁରେ ଅତିମାତ୍ରାରେ ଶୋଷଣ କରୁଛନ୍ତି I ଆସନ୍ତା ୨ରୁ ୩ ଦିନ ଭିତରେ ଆରମ୍ଭ ହେବ ଡେଙ୍ଗୁ ପରୀକ୍ଷା । କ୍ୟାପିଟାଲ ହସ୍ପିଟାଲ, ଆରଏମଆରସି, ନୟାପଲ୍ଲୀରେ ଉପଲବ୍ଧ ହେବ ଏହି ଟେଷ୍ଟ । ଭୁବନେଶ୍ୱର ସିଏଚସି ଗୁଡିକରେ ବ୍ୟବସ୍ଥା ହୋଇଛି Iଡେଙ୍ଗୁ ୪ ପ୍ରକାରର ରହିଥିବା ବେଳେ ଏବେ ଟାଇପ-୨ ଚାଲିଛି । ଲୋକଙ୍କୁ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ I

ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆରଏମଆରସିରେ ସଂକ୍ରମିତ ରକ୍ତ ନମୂନା ସିକ୍ୟୁଏନସିଂ ହୋଇଛି । ୭୦ ପ୍ରତିଶତ ନମୂନା ଡେଙ୍ଗୁ-୨ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଆରଏମଆସି ନିର୍ଦ୍ଦେଶିକା ।

Tags: