ଦୀପ ନିଆଁରେ ପୋଡ଼ିଯାଇ ମହିଳା ଗୁରୁତର

ଆଳି : ପବିତ୍ର ସୁଦଶା ବ୍ରତ ଭଳି ଦିନରେ ଅଘଟଣ । ମନ୍ଦିରରେ ଦୀପ ନିଆଁରେ ପୋଡ଼ିଯାଇ ଗୁରୁତର ହୋଇଛନ୍ତି ଜଣେ ମହିଳା । ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଶ୍ରୀଲକ୍ଷ୍ମୀବରାହ ମନ୍ଦିରରେ । ଦୀପ ଜାଳୁଥିବା ବେଳେ ଜଣେ ମହିଳା ଭକ୍ତଙ୍କ ଶାଢୀରେ ନିଆଁ ଲାଗିଯିବାରୁ ସେ ଗୁରୁତର ହୋଇଛନ୍ତି । ଗୁରୁତର ମହିଳା ହେଉଛନ୍ତି ରାଜକନିକା ଦେଓଗାଁର ସୁପ୍ରିୟା ନାୟକ । ତାଙ୍କ ଶରୀରର ପ୍ରାୟ ୫୦ ପ୍ରତିଶତ ପୋଡ଼ି ଯାଇଥିବା ସୂଚନା […]

ଦୀପ ନିଆଁରେ ପୋଡ଼ିଯାଇ ମହିଳା ଗୁରୁତର
Samaya Live Picture
Published On

ଆଳି : ପବିତ୍ର ସୁଦଶା ବ୍ରତ ଭଳି ଦିନରେ ଅଘଟଣ । ମନ୍ଦିରରେ ଦୀପ ନିଆଁରେ ପୋଡ଼ିଯାଇ ଗୁରୁତର ହୋଇଛନ୍ତି ଜଣେ ମହିଳା । ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଶ୍ରୀଲକ୍ଷ୍ମୀବରାହ ମନ୍ଦିରରେ । ଦୀପ ଜାଳୁଥିବା ବେଳେ ଜଣେ ମହିଳା ଭକ୍ତଙ୍କ ଶାଢୀରେ ନିଆଁ ଲାଗିଯିବାରୁ ସେ ଗୁରୁତର ହୋଇଛନ୍ତି । ଗୁରୁତର ମହିଳା ହେଉଛନ୍ତି ରାଜକନିକା ଦେଓଗାଁର ସୁପ୍ରିୟା ନାୟକ । ତାଙ୍କ ଶରୀରର ପ୍ରାୟ ୫୦ ପ୍ରତିଶତ ପୋଡ଼ି ଯାଇଥିବା ସୂଚନା ମିଳିଛି । ଆଜି ସୁଦଶା ବ୍ରତ ଓଷା ପାଇଁ ପ୍ରଭୁ ଲକ୍ଷ୍ମୀବରହଙ୍କୁ ଦର୍ଶନ ପାଇଁ ଆସି ଅଘଟଣର ଶିକାର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

Tags: