ମୋ ବସ ଧକ୍କାରେ ମହିଳା ମୃତ
ଭୁବନେଶ୍ୱର : ପାଳଭୁତ ସାଜିଛି ମୋ ବସ । ମୋ ବସକୁ ଦେଖି ଲୋକେ ହେଉଛନ୍ତି ଛାନିଆ । ଅମାନିଆ ହୋଇ ଏଣେ ତେଣେ ମାଡି ଯାଉଛି । ରାସ୍ତାକୁ ବାହାରିଲେ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି ମୋ ବସ । ଚାଳକଙ୍କ ବେପରୁୱା ମନୋଭାବ ଯୋଗୁଁ ଘଟୁଛି ବାରମ୍ବାର ଦୁର୍ଘଟଣା । ମୋ ବସ୍ ବାରମ୍ବାର ମୃତ୍ୟୁର ଦୂତ ସାଜିବା ପରେ ଟ୍ୱିନ୍ସିଟିର ପ୍ରକାଶ ପାଇଛି ଉଦ୍ବେଗ । ଗତକାଲି ରାତିରେ ମୋ ବସ୍ […]
ଭୁବନେଶ୍ୱର : ପାଳଭୁତ ସାଜିଛି ମୋ ବସ । ମୋ ବସକୁ ଦେଖି ଲୋକେ ହେଉଛନ୍ତି ଛାନିଆ । ଅମାନିଆ ହୋଇ ଏଣେ ତେଣେ ମାଡି ଯାଉଛି । ରାସ୍ତାକୁ ବାହାରିଲେ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି ମୋ ବସ । ଚାଳକଙ୍କ ବେପରୁୱା ମନୋଭାବ ଯୋଗୁଁ ଘଟୁଛି ବାରମ୍ବାର ଦୁର୍ଘଟଣା । ମୋ ବସ୍ ବାରମ୍ବାର ମୃତ୍ୟୁର ଦୂତ ସାଜିବା ପରେ ଟ୍ୱିନ୍ସିଟିର ପ୍ରକାଶ ପାଇଛି ଉଦ୍ବେଗ । ଗତକାଲି ରାତିରେ ମୋ ବସ୍ ଚକତଳେ ଚାଲିଗଲା ଜଣେ ମହିଳାଙ୍କ ଜୀବନ । ତମାଣ୍ଡୋ ଥାନା ଅଞ୍ଚଳର ଏକ ଏକ ଓଭରବ୍ରିଜ ତଳେ ଏହି ଦୁର୍ଘଟଣା ଘଟିଛି । ସଂପୃକ୍ତ ବସଟି ୨ ଜଣ ସ୍କୁଟି ଆରୋହୀ ମହିଳାଙ୍କୁ ଧକ୍କା ଦେଇ ଶହେ ମିଟର ଯାଏଁ ଘୋଷାଡ଼ି ନେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ଅନ୍ୟ ୩ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ଇ ତେବେ ଦୁର୍ଘଟଣା ପରେ ପୋଲିସ ପହଞ୍ଚିବାରେ ବିଳମ୍ବ ହେବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା ।
ସୂଚନାନୁସାରେ,୩୩ ନମ୍ବର ରୁଟ ମୋ ବସ୍ ଟି ଭୁବନେଶ୍ୱର ଟାଉନରୁ ସାମନ୍ତରାପୁର,ଉତ୍ତରା ହୋଇ ପିପିଲି ମଧ୍ୟରେ ଚଳାଚଳ କରିଥାଏ । କିନ୍ତୁ ଗତକାଲି ରାତିରେ ବସଟି ଡ୍ୟୁଟି ସାରି ଭୁବନେଶ୍ୱର ଟାଉନରୁ କଳିଙ୍ଗ ନଗର ଡିପୋ ଆଡକୁ ଯାଉଥିଲା । ଏହି ସମୟରେ ନାଇଟ୍ କୋଚ୍କୁ କିଛି ଲୋକ ଅପେକ୍ଷାରତ ଥିଲେ । ତାଙ୍କୁ ସ୍କୁଟିରେ ଛାଡିବାକୁ ଆସିଥିବା ୪ ଜଣ ଲୋକ ସର୍ଭିସ ରୋଡ଼୍ ଦେଇ ଫେରୁଥିଲେ । ସେହି ସମୟରେ NH ତଳକୁ ଖସୁଥିବା ମୋ ବସ୍ ପ୍ରଥମେ ଗୋଟିଏ ସ୍କୁଟିକୁ ଧକ୍କା ଦେବା ପରେ ପୁଣି ଅନ୍ୟ ଏକ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ତମାଣ୍ଡୋ ଥାନା ଡି.ଏନ. ରେଙ୍ଗାଲିଆ ଓଭରବ୍ରିଜ ତଳେ ଜଣେ ମହିଳାଙ୍କୁ ଧକ୍କା ଦେଇ ୧୦୦ ମିଟର ଘୋଷାଡ଼ି ନେଇଥିଲା ମୋ ବସ୍ । ଏଥିରେ ଘଟଣା ସ୍ଥଳରେ ହିଁ ମହିଳାଙ୍କ ପ୍ରାଣ ଚାଲି ଯାଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା କ୍ରୁଟ(CRUT ) ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ସେହିପରି କିଛି ଦିନ ପୂର୍ବରୁ ରାଜଧାନୀ ଭୁବନେଶ୍ୱର ରଘୁନାଥପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟାଇ ଜଣେ ନାବାଳିକାର ଜୀବନ ନେଇଥିଲା ମୋ ବସ୍ । ଦୁର୍ଘଟଣା ପରେ ନନ୍ଦନକାନନ-ଜୟଦେବବିହାର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ଉତ୍ୟକ୍ତ ଲୋକ। ଟାୟାର ଜାଳି ପ୍ରତିବାଦକୁ ଓହ୍ଲାଇଥିଲେ ଲୋକେ ।
ଅନ୍ୟପଟେ ଜାନୁଆରୀ ୨୩ରେ ରାଜମହଲ-ମାଷ୍ଟରକ୍ୟାଣ୍ଟିନ ଛକରେ ସିରିଜ୍ ଦୁର୍ଘଟଣା ପାଇଁ ୪ ଜଣ ଆହତ ହୋଇଥିବାବେଳେ ୨୦୨୪ ନଭେମ୍ବର ୨ରେ ଚନ୍ଦ୍ରଶେଖରପୁରରେ ମୋ ବସ୍ ଦୁର୍ଘଟଣାରେ ବାମ ହାତ ହରାଇଥିଲେ ଜଣେ ଯୁବତୀ।




