ଚଡକ ଯାତ୍ରାରେ ମହିଳାଙ୍କ ମୃତ୍ୟୁ
ଚନ୍ଦନେଶ୍ୱର : ଚଡକ ଯାତ୍ରାରେ ଅଘଟଣ I ଜଣେ ମହିଳା ଉପବୀତ ଧାରୀଙ୍କ ମୃତ୍ୟୁ ଘଟିଛି I ମୃତ ମହିଳାଙ୍କ ଘର ପଶ୍ଚିମବଙ୍ଗ ମେଦିନୀପୁର ଜିଲ୍ଲାରେ I ତାଙ୍କ ନାଁ ତୁଳସୀ ମିର୍ଦ୍ଧା I ଭିଡରେ ଅଣନିଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି I ସୂଚନାନୁସାରେ,ଚୈତ୍ର ମାସରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ପ୍ରସିଦ୍ଧ ବାବା ଚନ୍ଦନେଶ୍ବର ମହାଦେବଙ୍କ ଚଡକ ଯାତ୍ରା ଅନୁଷ୍ଠିତ ହୋଇଥାଏ I ୩ ଦିନ ଧରି ହେଉଥିବା ଏହି ଯାତ୍ରାର […]
ଚନ୍ଦନେଶ୍ୱର : ଚଡକ ଯାତ୍ରାରେ ଅଘଟଣ I ଜଣେ ମହିଳା ଉପବୀତ ଧାରୀଙ୍କ ମୃତ୍ୟୁ ଘଟିଛି I ମୃତ ମହିଳାଙ୍କ ଘର ପଶ୍ଚିମବଙ୍ଗ ମେଦିନୀପୁର ଜିଲ୍ଲାରେ I ତାଙ୍କ ନାଁ ତୁଳସୀ ମିର୍ଦ୍ଧା I ଭିଡରେ ଅଣନିଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି I
ସୂଚନାନୁସାରେ,ଚୈତ୍ର ମାସରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ପ୍ରସିଦ୍ଧ ବାବା ଚନ୍ଦନେଶ୍ବର ମହାଦେବଙ୍କ ଚଡକ ଯାତ୍ରା ଅନୁଷ୍ଠିତ ହୋଇଥାଏ I ୩ ଦିନ ଧରି ହେଉଥିବା ଏହି ଯାତ୍ରାର ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ I ଏହି ଯାତ୍ରାର ଆଜି ହେଉଛି ପ୍ରସିଦ୍ଧ ପାଟ ପର୍ବ I ଆଜି ଶେଷ ଅର୍ଘ୍ୟ ପ୍ରଦାନ କରାଯିବ। ଏଥିସହ ଶେଷ ହେବ ବାବା ଚନ୍ଦନେଶ୍ୱରଙ୍କ ପ୍ରସିଦ୍ଧ ଚଡକଯାତ୍ରା।
ଏଥି ନିମନ୍ତେ ଆଜି ଉପବୀତ ଧାରୀମାନେ ଦୂର ଦୂରାନ୍ତରୁ ଆସି ବାବାଙ୍କ ପୀଠରେ ଭିଡ଼ ଜମାଇଛନ୍ତି। ମାନସିକ ଧାରୀମାନେ ବାବାଙ୍କ ପୀଠରେ ପହଞ୍ଚି ଅର୍ଘ୍ୟ ପଇତା ପକାଇ ବ୍ରତାଚାରୀ ହୋଇଥାନ୍ତି। ତେବେ ଆଜିର ପାଟ ପର୍ବରେ ଜଣେ ମହିଳା ଉପବୀତ ଧାରୀଙ୍କର ମୃତ୍ୟୁ ଘଟିଛି I ଏହା ସହ ଅନ୍ୟ ଜଣେ ଶ୍ରଦ୍ଧାଳୁ ଗୁରୁତର ହୋଇଛନ୍ତି । ମନ୍ଦିର ବାହାରେ ଥିବା ସମୟରେ ମହିଳାଙ୍କର ମୃତ୍ୟୁ ହୋଇଛି । ସେ ଆଜି ସକାଳୁ ହଠାତ ଅସୁସ୍ଥ ହୋଇ ପଡିବାରୁ ସେଠାରେ ନିୟୋଜିତ ଥିବା ସ୍ବାସ୍ଥ୍ଯ ବିଭାଗର ଟିମ ତାଙ୍କୁ ଚିକିତ୍ସା କରୁଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ଯୁ ହୋଇ ଥିଲା ,ତେବେ ଅଣନିସ୍ବାସୀ ହୋଇ ମୃତ୍ଯୁ ହୋଇଥିବା ନେଇ ଭୋଗରାଇ ମେଡିକାଲ ଅଫିସର ଡକ୍ଟର କମଳାକାନ୍ତ ଜେନା ସୂଚନା ଦେଇଛନ୍ତି, ଅନ୍ଯ ଜଣେ ଯୁବକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅସ୍ଥାୟୀ ସ୍ବାସ୍ଥ୍ଯଶିବିର ରେ ଚିକିତ୍ସା କରା ଯାଉଛି ।




