ସ୍କ୍ରବ୍‌ ଟାଇଫସ୍ ରେ ମହିଳା ମୃତ

କଳାହାଣ୍ଡି : ରାଜ୍ୟରେ ଚିନ୍ତା ବଢ଼ାଉଛି ସ୍କ୍ରବ୍‌ ଟାଇଫସ୍ l କଳାହାଣ୍ଡି ଜିଲ୍ଲାରେ ସ୍କ୍ରବ୍‌ ଟାଇଫସ୍ ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି l ମୃତ ମହିଳା ଜଣକ ମ.ରାମପୁର ତାଳସାଗର ପଡ଼ାର ଯଶୋଦା ସାହୁ l ତଥ୍ୟାନୁସାରେ, ପ୍ରଥମ କରି କଳାହାଣ୍ଡି ଜିଲ୍ଲାରେ ସ୍କ୍ରବ୍‌ ଟାଇଫସ୍ କାରଣରୁ ମୃତ୍ୟୁ ଘଟିଛି l ଯଶୋଦା ଚାଷ ଜମିକୁ କାମରେ ଯାଇଥିବା ବେଳେ ସେଠାରେ ଏକ କୀଟ ତାଙ୍କୁ କାମୁଡ଼ି ଥିଲା l ଫଳରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ […]

Samaya Live Picture
Published On

କଳାହାଣ୍ଡି : ରାଜ୍ୟରେ ଚିନ୍ତା ବଢ଼ାଉଛି ସ୍କ୍ରବ୍‌ ଟାଇଫସ୍ l କଳାହାଣ୍ଡି ଜିଲ୍ଲାରେ ସ୍କ୍ରବ୍‌ ଟାଇଫସ୍ ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି l ମୃତ ମହିଳା ଜଣକ ମ.ରାମପୁର ତାଳସାଗର ପଡ଼ାର ଯଶୋଦା ସାହୁ l
ତଥ୍ୟାନୁସାରେ, ପ୍ରଥମ କରି କଳାହାଣ୍ଡି ଜିଲ୍ଲାରେ ସ୍କ୍ରବ୍‌ ଟାଇଫସ୍ କାରଣରୁ ମୃତ୍ୟୁ ଘଟିଛି l ଯଶୋଦା ଚାଷ ଜମିକୁ କାମରେ ଯାଇଥିବା ବେଳେ ସେଠାରେ ଏକ କୀଟ ତାଙ୍କୁ କାମୁଡ଼ି ଥିଲା l ଫଳରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଥିଲା l ପରେ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ରାଉରକେଲାର ଏକ ଘରୋଇ ହସ୍‌ପିଟାଲ୍‌କୁ ନିଆଯାଇଥିଲା l ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା
l ଆଜି ତାଙ୍କ ରିପୋର୍ଟ ଆସିବା ପରେ ସ୍କ୍ରବ୍‌ ଟାଇଫସ୍‌ ଯୋଗୁ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି l ଏହା କଳାହାଣ୍ଡି ଜିଲ୍ଲାର ପ୍ରଥମ ଘଟଣା ହୋଇଥିବା ବେଳେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି l

Tags: