ଟ୍ରକ ଧକ୍କାରେ ସ୍ତ୍ରୀ ମୃତ ,ସ୍ୱାମୀ ଗୁରୁତର

ପୁରୀ : ଟ୍ରକ ଧକ୍କାରେ ମହିଳାଙ୍କ ମୃତ୍ୟୁ । ସ୍ୱାମୀ ସ୍ତ୍ରୀ ସ୍କୁଟିରେ ଯାଉଥିବାବେଳେ ସାମ୍ନାପଟୁ ଟ୍ରକଟି ଧକ୍କା ଦେଇ ୨୦ ଫୁଟ ଦୂରକୁ ଘୋଷାରି ନେଇଥିଲା । ଏଥିରେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ସ୍ୱାମୀ ଗୁରୁତର ଆହତ ହୋଇଥିଲେ । ସ୍ୱାମୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଯାଇଛି । ପୁରୀ ଜିଲ୍ଲା ଦହିଜଙ୍ଗା ବ୍ରିଜ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ଅଙ୍ଗନବାଡି ସୁପରଭାଇଜର ବୋଲି ଜଣା ପଡିଛି […]

Samaya Live Picture
Published On

ପୁରୀ : ଟ୍ରକ ଧକ୍କାରେ ମହିଳାଙ୍କ ମୃତ୍ୟୁ । ସ୍ୱାମୀ ସ୍ତ୍ରୀ ସ୍କୁଟିରେ ଯାଉଥିବାବେଳେ ସାମ୍ନାପଟୁ ଟ୍ରକଟି ଧକ୍କା ଦେଇ ୨୦ ଫୁଟ ଦୂରକୁ ଘୋଷାରି ନେଇଥିଲା । ଏଥିରେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ସ୍ୱାମୀ ଗୁରୁତର ଆହତ ହୋଇଥିଲେ । ସ୍ୱାମୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଯାଇଛି । ପୁରୀ ଜିଲ୍ଲା ଦହିଜଙ୍ଗା ବ୍ରିଜ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ଅଙ୍ଗନବାଡି ସୁପରଭାଇଜର ବୋଲି ଜଣା ପଡିଛି । ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ଟ୍ରକ ।

ସୂଚନାନୁସାରେ, ଆଜି ସକାଳେ ସ୍ୱାମୀ ସ୍ତ୍ରୀ ପାଇକସାହିରୁ ନିମାପଡ଼ା ଅଭିମୁଖେ ନିଜ ସ୍କୁଟିରେ ଯାଉଥିବା ବେଳେ ଏକ ଟ୍ରକ୍‌ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇ ଗାଡ଼ିଟିକୁ ୨୦ ଫୁଟ ଦୂରକୁ ଘୋଷାରି ନେଇଥିଲା । ଏହି ଦୁର୍ଘଟଣାରେ ସ୍ୱାମୀ ସ୍ତ୍ରୀ ଗୁରୁତର ଅବସ୍ଥାରେ ରାସ୍ତାରେ ପଡ଼ି ରହିଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍ୱାମୀ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିମାପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଟ୍ରକ୍‌ ସହ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି ।

Tags: