ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ଅନୁଗୁଳ : ହାତୀ ଆକ୍ରମଣରେମହିଳାଙ୍କ ମୃତ୍ୟୁ । ଧାନ ବିଲକୁ ଯାଉଥିବାବେଳେ ମହିଳାଙ୍କୁ ଶୁଣ୍ଢରେ କଚାଡି ହାତୀଟି ମାରିଦେଇଥିବା ସୂଚନା ମିଳିଛି । ଅନୁଗୁଳ ଜିଲ୍ଲା ଛେଣ୍ଡିପଡ଼ା ବନାଞ୍ଚଳ ପାଟକମୁଣ୍ଡା ଗାଁରେ ଘଟିଛି ଏହି ଅଘଟଣ । ମୃତ ମହିଳା ଜଣଙ୍କ ହେଲେ ପାଟକମୁଣ୍ଡା ଗାଁର ମନ୍ଦୋଦରୀ ସାହୁ(୪୫)। ଖବର ପାଇ ବନବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି । ଆଜି ସକାଳେ ମନ୍ଦୋଦରୀ ଧାନ କାଟିବା ପାଇଁ ଯାଉଥିଲେ। ଏହି ସମୟରେ ସେ […]

Samaya Live Picture
Published On

ଅନୁଗୁଳ : ହାତୀ ଆକ୍ରମଣରେମହିଳାଙ୍କ ମୃତ୍ୟୁ । ଧାନ ବିଲକୁ ଯାଉଥିବାବେଳେ ମହିଳାଙ୍କୁ ଶୁଣ୍ଢରେ କଚାଡି ହାତୀଟି ମାରିଦେଇଥିବା ସୂଚନା ମିଳିଛି । ଅନୁଗୁଳ ଜିଲ୍ଲା ଛେଣ୍ଡିପଡ଼ା ବନାଞ୍ଚଳ ପାଟକମୁଣ୍ଡା ଗାଁରେ ଘଟିଛି ଏହି ଅଘଟଣ । ମୃତ ମହିଳା ଜଣଙ୍କ ହେଲେ ପାଟକମୁଣ୍ଡା ଗାଁର ମନ୍ଦୋଦରୀ ସାହୁ(୪୫)। ଖବର ପାଇ ବନବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି ।

ଆଜି ସକାଳେ ମନ୍ଦୋଦରୀ ଧାନ କାଟିବା ପାଇଁ ଯାଉଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ନିକଟରୁ ବଞ୍ଚିବା ପାଇଁ ମନ୍ଦିରି ଚେଷ୍ଟା କରିଥିଲେ। ହେଲେ ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ମନ୍ଦିରିଙ୍କର ମୃତ୍ୟୁ ଘଟିଥିଲା।

ମନ୍ଦିରିଙ୍କ ମୃତ୍ୟୁକୁ ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦେବାକୁ ଗ୍ରାମବାସୀ ଅଡ଼ି ବସିଛନ୍ତି। ଗାଁକୁ ହାତୀ ପଲ ପଶି ଉପଦ୍ରବ କରିବା ସହ ଆତଙ୍କ ମଚାଉ ଥିବାବେଳେ ବନ ବିଭାଗ ଏନେଇ କୌଣସି ଠୋସ ପଦକ୍ଷେପ ନେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Tags: