କୁମ୍ଭୀର ଆକ୍ରମଣରେ ମହିଳା ମୃତ

ଯାଜପୁର : ଆଉ ଏକ ଜୀବନ ନେଲା କୁମ୍ଭୀର l ଜଣେ ମହିଳା ନଦୀ କୂଳରେ ବସି ଲୁଗା ସଫା କରୁଥିବା ସମୟରେ ଏକ କୁମ୍ଭୀର ତାଙ୍କୁ ନଦୀ ଭିତରକୁ ଟାଣି ନେଇଥିଲା । ଏଭଳି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ବରୀ ବ୍ଳକ ଅମଠପୁର ଦେଇ ପ୍ରବାହିତ ବିରୂପା ନଦୀରେ ଘଟିଛି l ମୃତକଙ୍କ ନାମ ଜ୍ୟୋତ୍ସ୍ନା l ସୂଚନାନୁଯାୟୀ, ବୁଧବାର ସକାଳୁ ପାଲଟପୁର ଗ୍ରାମ ନିବାସୀ ଅନାମ ଜେନାଙ୍କ ପତ୍ନୀ ଜ୍ୟୋତ୍ସ୍ନା ଲୁଗା ସଫା […]

Samaya Live Picture
Published On

ଯାଜପୁର : ଆଉ ଏକ ଜୀବନ ନେଲା କୁମ୍ଭୀର l ଜଣେ ମହିଳା ନଦୀ କୂଳରେ ବସି ଲୁଗା ସଫା କରୁଥିବା ସମୟରେ ଏକ କୁମ୍ଭୀର ତାଙ୍କୁ ନଦୀ ଭିତରକୁ ଟାଣି ନେଇଥିଲା । ଏଭଳି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ବରୀ ବ୍ଳକ ଅମଠପୁର ଦେଇ ପ୍ରବାହିତ ବିରୂପା ନଦୀରେ ଘଟିଛି l ମୃତକଙ୍କ ନାମ ଜ୍ୟୋତ୍ସ୍ନା l
ସୂଚନାନୁଯାୟୀ, ବୁଧବାର ସକାଳୁ ପାଲଟପୁର ଗ୍ରାମ ନିବାସୀ ଅନାମ ଜେନାଙ୍କ ପତ୍ନୀ ଜ୍ୟୋତ୍ସ୍ନା ଲୁଗା ସଫା କରିବାକୁ ନଦୀ କୂଳକୁ ଯାଇଥିଲେ l ସେତିକିବେଳେ ଏକ କୁମ୍ଭୀର ତାଙ୍କୁ ପାଣି ଭିତରକୁ ଟାଣି ନେଇଥିଲା l ପରେ ସ୍ଥାନୀୟ ଲୋକେ ଓଡ୍ରାଫ ଟିମକୁ ଖବର ଦେଇଥିଲେ l ଓଡ୍ରାଫ ଟିମ ପହଁଞ୍ଚି କୁମ୍ଭୀରକୁ ଗୋଡ଼ାଇବାରୁ କୁମ୍ଭୀରଟି ମହିଳାଙ୍କ ମୁଣ୍ଡ ନେଇ ନଦୀ ଭିତରକୁ ପଳିଯାଇଥିଲା l ତେବେ ମୁଣ୍ଡବିହୀନ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି l ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Tags: