ସ୍ୱାମୀଙ୍କ ମଦ ନିଶା ଯୋଗୁଁ ଚିଠି ଲେଖି ଆତ୍ମହତ୍ୟା କଲେ ସ୍ତ୍ରୀ

ବାଲେଶ୍ୱର : ମଦ ନିଶା ଯୋଗୁଁ ଛାରଖାର ହେଲା ପରିବାର ଇ ପ୍ରତିଦିନ ସ୍ୱାମୀ ମଦ ପିଇବା ଯୋଗୁଁ ଅତିଷ୍ଠ ହୋଇ ଜୀବନ ହାରିଛନ୍ତି ସ୍ତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ । ମୃତକ ହେଉଛନ୍ତି ସଞ୍ଜୁଲତା ନାଏକ । ବାରମ୍ବାର ତାଗିଦ୍ ପରେ ସ୍ବାମୀ ଅନାଦି ନାଏକ ମଦ ପିଇବା ନ ଛାଡିବାରୁ ସଞ୍ଜୁଲତା ପ୍ରଥମେ ବିଷ ପି’ପରେ ଘରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି । […]

ସ୍ୱାମୀଙ୍କ ମଦ ନିଶା ଯୋଗୁଁ ଚିଠି ଲେଖି ଆତ୍ମହତ୍ୟା କଲେ ସ୍ତ୍ରୀ
Samaya Live Picture
Published On

ବାଲେଶ୍ୱର : ମଦ ନିଶା ଯୋଗୁଁ ଛାରଖାର ହେଲା ପରିବାର ଇ ପ୍ରତିଦିନ ସ୍ୱାମୀ ମଦ ପିଇବା ଯୋଗୁଁ ଅତିଷ୍ଠ ହୋଇ ଜୀବନ ହାରିଛନ୍ତି ସ୍ତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ । ମୃତକ ହେଉଛନ୍ତି ସଞ୍ଜୁଲତା ନାଏକ । ବାରମ୍ବାର ତାଗିଦ୍ ପରେ ସ୍ବାମୀ ଅନାଦି ନାଏକ ମଦ ପିଇବା ନ ଛାଡିବାରୁ ସଞ୍ଜୁଲତା ପ୍ରଥମେ ବିଷ ପି’ପରେ ଘରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି । ତେବେ ଆତ୍ମହତ୍ୟା ପୂର୍ବରୁ ସେ ଏକ ଚିଠି ଲେଖି ଯାଇଛନ୍ତି । ସ୍ଵମୀଙ୍କ ମଦ ନିଶା ଯୋଗୁଁ ସେ ଏହିଭଳି ଚରମ ନିଷ୍ପତି ନେଇଥିବା ଜଣା ପଡିଛି ।

ସୂଚନା ଅନୁସାରେ କପ୍ତିପଦା ଥାନା ଅଞ୍ଚଳର ସଞ୍ଜୁଲତା ନାୟକ ଓ ତାଙ୍କ ସ୍ୱାମୀ ଅନାଦି ନାୟକ ଦୀର୍ଘ ଦିନ ଧରି ସୋରର ଉତ୍ତରେଶ୍ୱରରେ ରହୁଥିଲେ। ତେବେ ସେଠାରେ ସ୍ବାମୀ ଅନାଦି ମଦ୍ୟପାନ କରି ଅନେକ ସମୟରେ ତାଙ୍କୁ ନିର୍ଯାତନା ଦେଉଥିଲେ। ସେହିପରି ଗତକାଲି ଅନାଦି ମଦ୍ୟପାନ କରି ଘରକୁ ଆସିବା ପରେ ସଞ୍ଜୁଲତା ତାଙ୍କୁ ବାରଣ କରିବା ସହିତ ଆଉ କେବେ ମଦ ପିଇଲେ ଜୀବନ ହାରିଦେବି ବୋଲି ଧମକ ଦେଇ କହିଥିଲେ। ଆଜି ସକାଳେ ଅନାଦି ମଦ ପିଇବାକୁ ଯାଇଥିବା ବେଳେ ସଞ୍ଜୁଲତା ପ୍ରଥମେ ବିଷ ପିଇ ପରେ ଘର ଗଡାଣରେ ବେକରେ ରଶି ଦେଇ ଝୁଲିପଡିଥିଲେ।

ଅନାଦି ଫେରିବା ପରେ ସଞ୍ଜୁଲତା କବାଟ ନଖୋଲିବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ କବାଟ ଭାଙ୍ଗି ସଞ୍ଜୁଲତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ତାଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ସୋର ଡାକ୍ତରଖାନାକୁ ଆଣିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡାକ୍ତର ଖାନାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Tags: