ରାଜ୍ୟରେ ୧୨ ରୁ ବଢିବ ଶୀତ

ଭୁବନେଶ୍ୱର : କାର୍ତିକ ମାସ ଶେଷ ହୋଇଛି । ମାର୍ଗଶିର ମାସ ଆରମ୍ଭରୁ ସାମାନ୍ୟ କାକରିଆ ଶୀତ ଭୋର ବେଳକୁ ଅନୁଭୂତ ହେଲାଣି I ତେବେ ଗତ ବର୍ଷ ଅପେକ୍ଷା ଏ ବର୍ଷର ଶୀତ କମ ରହିବ ବୋଲି ଅନୁମାନ କରାଯାଇଥିବାବେଳେ,ଆସନ୍ତା ୧୨ ତାରିଖରୁ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ । ଫଳରେ ଅଧିକ ଶୀତ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ପୂର୍ବାନୁମାନ ଦେଇଛି । ଆସନ୍ତା ତିନି […]

Samaya Live Picture
Published On

ଭୁବନେଶ୍ୱର : କାର୍ତିକ ମାସ ଶେଷ ହୋଇଛି । ମାର୍ଗଶିର ମାସ ଆରମ୍ଭରୁ ସାମାନ୍ୟ କାକରିଆ ଶୀତ ଭୋର ବେଳକୁ ଅନୁଭୂତ ହେଲାଣି I ତେବେ ଗତ ବର୍ଷ ଅପେକ୍ଷା ଏ ବର୍ଷର ଶୀତ କମ ରହିବ ବୋଲି ଅନୁମାନ କରାଯାଇଥିବାବେଳେ,ଆସନ୍ତା ୧୨ ତାରିଖରୁ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ । ଫଳରେ ଅଧିକ ଶୀତ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ପୂର୍ବାନୁମାନ ଦେଇଛି ।

ଆସନ୍ତା ତିନି ଦିନ ଯାଏ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି ବୋଲି କୁହାଯାଇଛି । କିନ୍ତୁ ତିନି ଦିନ ପରେ ବା ୧୨ରୁ ପରବର୍ତ୍ତୀ ଦୁଇ ଦିନ ରାତିରେ ପାରଦ ତଳକୁ ଖସିବ । ଏହାସହ କିଛି ସ୍ଥାନରେ କୁହୁଡ଼ି ପଡ଼ୁଥିବା ଦେଖିବାକୁ ମିଳିଛି । କୋରାପୁଟ ଶିମିଳିଗୁଡ଼ା ରାତି ତାପମାତ୍ରା ରହିଛି ୧୨.୮ ଡିଗ୍ରୀ । ସେହିଭଳି ଫୁଲବାଣୀ ସହରରେ ଘନ କୁହୁଡି ଦୃଶ୍ୟମାନ ହୋଇଛି।

Tags: