ଟ୍ୱିନ ସିଟିରେ ଶୀତ

ଭୁବନେଶ୍ୱର : ରାଜଧାନୀରେ ଖସିଲା ପାରଦ I ଧୀରେଧୀରେ କମୁଛି ଟ୍ୱିନସିଟିର ରାତି ତାପମାତ୍ରା I ରାତିର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ କମିବା ଫଳରେ ସନ୍ଧ୍ୟା ଏବଂ ଭୋର ସମୟରେ ଥଣ୍ଡା ଅନୁଭୂତ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରର ରାତି ତାପମାତ୍ରା ୧୮.୫ ରହିଥିବାବେଳେ କଟକ ତାପମାତ୍ରା ୧୯ ଡିଗ୍ରୀ ରହିଥିଲା I ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ କମିବା ସହିତ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ […]

Samaya Live Picture
Published On

ଭୁବନେଶ୍ୱର : ରାଜଧାନୀରେ ଖସିଲା ପାରଦ I ଧୀରେଧୀରେ କମୁଛି ଟ୍ୱିନସିଟିର ରାତି ତାପମାତ୍ରା I ରାତିର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ କମିବା ଫଳରେ ସନ୍ଧ୍ୟା ଏବଂ ଭୋର ସମୟରେ ଥଣ୍ଡା ଅନୁଭୂତ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରର ରାତି ତାପମାତ୍ରା ୧୮.୫ ରହିଥିବାବେଳେ କଟକ ତାପମାତ୍ରା ୧୯ ଡିଗ୍ରୀ ରହିଥିଲା I ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ କମିବା ସହିତ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ଥଣ୍ଡା ଶୁଷ୍କ ପବନ । ଏହାରି ପ୍ରଭାବରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଛି ପାରଦ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆହୁରି ତାପମାତ୍ରା କମିବ ଓ ଦୀପାବଳିରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ପାଣିପାଗର କେନ୍ଦ୍ରର ସୂଚନା ଅନୁସାରେ, ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ରାଜ୍ୟର ଅନେକ ସ୍ଥାନରେ ରାତ୍ରି ତାପମାତ୍ରାରେ ୩ ରୁ ୪ ଡ଼ିଗ୍ରୀ ହ୍ରାସ ଘଟିବାରେ ସମ୍ଭାବନା ରହିଛି I ଫଳରେ ରାଜ୍ୟରେ ସମସ୍ତ ଜିଲ୍ଲା ଗୁଡିକରେ ଧୀରେ ଧୀରେ ଶୀତ ବଢିବ Iସେହିଭଳି ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲା ଗୁଡିକରେ ମଧ୍ୟ ପାରଦ ଖସିଛି I ଦାରିଙ୍ଗିବାଡ଼ିରେ ଅଧିକ ଶୀତ ଅନୁଭୂତ ହେଉଥିବାବେଳେ ମୟୁରଭଞ୍ଜରେ ୮ ଡିଗ୍ରୀ ତଳକୁ ପାରଦ ଖସିବାର ଜଣାପଡିଛି । ସେହିପରି କନ୍ଧମାଳ -୧୦,ଗି.ଉଦୟଗିରି-୯,ଫୁଲବାଣୀ-୧୨,ଭବାନୀପାଟଣା-୧୪,କୋରାପୁଟ-୧୧.୫,ଏବଂ ଦାରିଙ୍ଗିବାଡିରେ ୧୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି I

Tags: