ଭିଜିଲାନ୍ସ ଜାଲରେ ବନ୍ୟପ୍ରାଣୀ ଅଧିକାରୀ
ସମ୍ବଲପୁର : ଭିଜିଲାନ୍ସ ଜାଲରେ ACF । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ACF ରେବତୀ ରମଣ ଜୋଶୀଙ୍କ ଘରେ ଭିଜିଲାନ୍ସ ଚଢଉ ଚାଲିଛି । ACF ଙ୍କ ସମ୍ବଲପୁର ଓ ବରଗଡ ବାସସ୍ଥାନ ସମେତ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ ଚାଲିଛି । ଚଢାଉରେ ୩ ଡିଏସପି, ୧୦ ଜଣ ଇନିପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ତାଙ୍କ ସରକାରୀ ବାସ ଭବନ, କାର୍ଯ୍ଯାଳୟ, ଅଇଁଠାପାଲି ଘର, […]
ସମ୍ବଲପୁର : ଭିଜିଲାନ୍ସ ଜାଲରେ ACF । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ACF ରେବତୀ ରମଣ ଜୋଶୀଙ୍କ ଘରେ ଭିଜିଲାନ୍ସ ଚଢଉ ଚାଲିଛି । ACF ଙ୍କ ସମ୍ବଲପୁର ଓ ବରଗଡ ବାସସ୍ଥାନ ସମେତ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ ଚାଲିଛି । ଚଢାଉରେ ୩ ଡିଏସପି, ୧୦ ଜଣ ଇନିପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।
ତାଙ୍କ ସରକାରୀ ବାସ ଭବନ, କାର୍ଯ୍ଯାଳୟ, ଅଇଁଠାପାଲି ଘର, ଚର୍ଚ୍ଚ ଛକ ଘର, ଫାର୍ମ ରୋଡ ଆପଟମେଣ୍ଟ, ସମ୍ବଲପୁର ମାଲିପାଲି ଘର ସମେତ ଅନ୍ଯ ସ୍ଥାନରେ ଚାଲିଛି ଚଢାଉ । ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚାଲିଛି ଚଢ଼ାଉ । ଅନ୍ୟପଟେ ଏହି ଚଢ଼ାଉକୁ ବେଆଇନ କହିଛନ୍ତି ଏସିଏଫ୍ । ସେ ସବୁ କିଛି ସ୍ବଛ ଭାବେ କିଣିଥିବା କହିଛନ୍ତି । ଶତ୍ରୁମାନେ ତାଙ୍କୁ ଫସାଇ ଦେଇଥିବା ଅଭିଯୋଗ କରିଛନ୍ତି ।




