ସ୍ୱାମୀଙ୍କ ପଛେ ପଛେ ଚାଲିଗଲେ ସ୍ତ୍ରୀ,୨ ଝିଅ ଅନାଥ

ଖୋର୍ଦ୍ଧା : ଦୁର୍ଘଟଣାରେ ଚାଲିଗଲେ ସ୍ୱାମୀ I ସ୍ୱାମୀଙ୍କ ମୃତ୍ୟୁକୁ ୨୪ ଘଣ୍ଟା ନପୂରୁଣୁ ଆତ୍ମହତ୍ୟା କଲେ ସ୍ତ୍ରୀ I ପଛରେ ଛାଡି ଯାଇଛନ୍ତି ୨ ଝିଅଙ୍କୁ । ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅନ୍ତର୍ଗତ ବେଣାଗାଡ଼ିଆ ଅଞ୍ଚଳରେ । ସୂଚନାନୁସାରେ,ରାଜସୁନାଖଳା ଅଂଚଳର ବ୍ୟବସାୟୀ ଗୋକୁଳ ଚନ୍ଦ୍ର ସାହୁ I ଦୀପାବଳି ସନ୍ଧ୍ୟାରେ ବାଇକ ଯୋଗେ ନିଜ ଘରକୁ ଫେରୁଥିବା ସମୟରେ ଅନ୍ୟ ଏକ ବାଇକ ଧକ୍କାରେ ଗୁରୁତର […]

Samaya Live Picture
Published On

ଖୋର୍ଦ୍ଧା : ଦୁର୍ଘଟଣାରେ ଚାଲିଗଲେ ସ୍ୱାମୀ I ସ୍ୱାମୀଙ୍କ ମୃତ୍ୟୁକୁ ୨୪ ଘଣ୍ଟା ନପୂରୁଣୁ ଆତ୍ମହତ୍ୟା କଲେ ସ୍ତ୍ରୀ I ପଛରେ ଛାଡି ଯାଇଛନ୍ତି ୨ ଝିଅଙ୍କୁ । ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅନ୍ତର୍ଗତ ବେଣାଗାଡ଼ିଆ ଅଞ୍ଚଳରେ ।
ସୂଚନାନୁସାରେ,ରାଜସୁନାଖଳା ଅଂଚଳର ବ୍ୟବସାୟୀ ଗୋକୁଳ ଚନ୍ଦ୍ର ସାହୁ I ଦୀପାବଳି ସନ୍ଧ୍ୟାରେ ବାଇକ ଯୋଗେ ନିଜ ଘରକୁ ଫେରୁଥିବା ସମୟରେ ଅନ୍ୟ ଏକ ବାଇକ ଧକ୍କାରେ ଗୁରୁତର ହୋଇପଡ଼ିଥିଲେ I ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା I ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ଶୁଣି ସ୍ତ୍ରୀ ଅନିନ୍ଦ୍ୱିତା ସୁବୁଦ୍ଧି ଧୈର୍ଯ୍ୟହରା ହୋଇପଡିଥିଲେ I ଘରେ କାନ୍ଦବୋବାଳୀରେ ଫାଟିପଡୁଥିବାବେଳେ ଅନିନ୍ଦ୍ୱିତା ଅନ୍ୟ ଏକ କୋଠରୀରେ ପଙ୍ଖାରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିଲେ I ବାପା,ମା’ଙ୍କୁ ହରାଇ ଦୁଇ ନାବାଳିକା ଝିଅ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଏହିଭଳି ହୃଦୟବିଦାରକ ଘଟଣାରେ ସାରାଗାଁ ସ୍ତବ୍ଧ ହୋଇଯାଇଛି I ଖବରପାଇ ଘଟଣାସ୍ଥଳରେ ବାଙ୍କୀ ଫାଣ୍ଡି ଅଧିକାରୀ ସଂଗ୍ରାମ ପାଇକରାୟ ପହଂଚି ଶବ ବ୍ୟବଚ୍ଛେଦ କରିବାକୁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି I

Tags: