ଟ୍ରକ ଦୁର୍ଘଟଣାରେ ସ୍ତ୍ରୀ ମୃତ,ସ୍ୱାମୀ ଗୁରୁତର
କଟକ : ଆଜି ସକାଳୁ ସକାଳୁ ଘଟିଯାଇଛି ମର୍ମନ୍ତୁଦ ଦୁର୍ଘଟଣା I କଟକ ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ଘଟିଛି ଏହି ଦୁର୍ଘଟଣା I ସ୍ୱାମୀ ସ୍ତ୍ରୀ ଏକ ସ୍କୁଟିରେ ଯାଉଥିବାବେଳେ ପଛପଟୁ ଏକ ଟ୍ରକ ଉଭୟଙ୍କୁ ଧକ୍କା ଦେଇଥିଲା I ଘଟଣା ସ୍ଥଳରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ସ୍ୱାମୀ I ମୃତାହତ ଦମ୍ପତି ହେଲେ କଟକ ଗତିରାଉତପାଟଣା ଅଞ୍ଚଳର। ସୂଚନାନୁସାରେ,ଆଜି ସକାଳେ ଦମ୍ପତି ସ୍କୁଟି ଯୋଗେ କଟକ ଆସୁଥିଲେ। ଦୁର୍ଗା ମଣ୍ଡପ […]
କଟକ : ଆଜି ସକାଳୁ ସକାଳୁ ଘଟିଯାଇଛି ମର୍ମନ୍ତୁଦ ଦୁର୍ଘଟଣା I କଟକ ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ଘଟିଛି ଏହି ଦୁର୍ଘଟଣା I ସ୍ୱାମୀ ସ୍ତ୍ରୀ ଏକ ସ୍କୁଟିରେ ଯାଉଥିବାବେଳେ ପଛପଟୁ ଏକ ଟ୍ରକ ଉଭୟଙ୍କୁ ଧକ୍କା ଦେଇଥିଲା I ଘଟଣା ସ୍ଥଳରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ସ୍ୱାମୀ I ମୃତାହତ ଦମ୍ପତି ହେଲେ କଟକ ଗତିରାଉତପାଟଣା ଅଞ୍ଚଳର।
ସୂଚନାନୁସାରେ,ଆଜି ସକାଳେ ଦମ୍ପତି ସ୍କୁଟି ଯୋଗେ କଟକ ଆସୁଥିଲେ। ଦୁର୍ଗା ମଣ୍ଡପ ନିକଟରେ ପଛରୁ ଏକ ଟ୍ରକ୍ ଆସି ଦମ୍ପତିଙ୍କୁ ଦେଖାଦେଇଥିଲା। ଉଭୟ ସ୍ୱାମୀସ୍ତ୍ରୀ ତଳେ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଚାଉଳିଆଗଞ୍ଜ ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ହେପାଜତକୁ ନେଇଛି I




