ଆଖି ବୁଜିଲା ସ୍ନେହା

ଭୁବନେଶ୍ୱର : ୧୪ ଵର୍ଷ ବୟସରେ ଆଖି ବୁଜିଲା ସ୍ନେହା I ଗୁରୁବାର ଦିନ ଅସୁସ୍ଥ ହୋଇ ପଡିବାରୁ ନନ୍ଦନକାନ ପ୍ରାଣୀ ଉଦ୍ୟାନରେ ଧଳା ବାଘୁଣୀ ସ୍ନେହାର ଚିକିତ୍ସା ଚାଲିଥିଲା I ତେବେ ସ୍ନେହାର ମୃତ୍ୟୁର ସଠିକ କାରଣ ଜଣା ପଡ଼ିନାହିଁ I ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ଜଣା ପଡିବ ବୋଲି ନନ୍ଦନକାନନ କର୍ତୃପକ୍ଷ ସ୍ପଷ୍ଟ କରିଛନ୍ତି I ସୂଚନା ଅନୁସାରେ, କିଛିଦିନ ଆଗରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୩ନଂ ଫିଡ଼ି ଚ୍ୟାମ୍ୱରରେ ରହୁଥିବା […]

Samaya Live Picture
Published On

ଭୁବନେଶ୍ୱର : ୧୪ ଵର୍ଷ ବୟସରେ ଆଖି ବୁଜିଲା ସ୍ନେହା I ଗୁରୁବାର ଦିନ ଅସୁସ୍ଥ ହୋଇ ପଡିବାରୁ ନନ୍ଦନକାନ ପ୍ରାଣୀ ଉଦ୍ୟାନରେ ଧଳା ବାଘୁଣୀ ସ୍ନେହାର ଚିକିତ୍ସା ଚାଲିଥିଲା I ତେବେ ସ୍ନେହାର ମୃତ୍ୟୁର ସଠିକ କାରଣ ଜଣା ପଡ଼ିନାହିଁ I ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ଜଣା ପଡିବ ବୋଲି ନନ୍ଦନକାନନ କର୍ତୃପକ୍ଷ ସ୍ପଷ୍ଟ କରିଛନ୍ତି I

ସୂଚନା ଅନୁସାରେ, କିଛିଦିନ ଆଗରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୩ନଂ ଫିଡ଼ି ଚ୍ୟାମ୍ୱରରେ ରହୁଥିବା ୧୪ ବର୍ଷୀୟା ବାଘୁଣୀ ସ୍ନେହାର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ତେବେ ବାଘୁଣୀ ସ୍ନେହାରର ଅବସ୍ଥା ଧୀରେ ଧୀରେ ଗୁରୁତର ହେବାରୁ ଓୟୁଏଟିର ପ୍ରଫେସରଙ୍କ ତତ୍ତ୍ୱାବଧାନରେ ପ୍ରାଣୀ ଚିକିତ୍ସକ ମାନେ ତା’ର ଚିକିତ୍ସା ଆରମ୍ଭ କରିଥିଲେ। ସ୍ନେହା କିଛି ଖିଆ ପିଆ କରୁ ନଥିଲା I ତେବେ ଗୁରୁବାର ସ୍ନେହାର ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହୋଇପଡିବାରୁ ସ୍ୱାସ୍ଥ୍ୟବସ୍ଥା ସୁଧୁରିବା ପାଇଁ ସାଲାଇନ ସହିତ ଭିଟାମିନ ଓ ଆଣ୍ଟିବାୟୋଟିକ ଆଦି ଦିଆଯାଇଥିଲା। ତା’ ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଥିଲା I ହେଲେ ଏତେ ଅକ୍ଲାନ୍ତ ପରିଶ୍ରମ ପରେ ମଧ୍ୟ ଆଖି ବୁଜିଦେଇଥିଲା ବାଘୁଣୀ ସ୍ନେହା। ତେବେ ଏହି ଦୁଃଖଦ ଖବର ଆସିବା ପରେ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଶୋକର ଛାୟା ଖେଳି ଯାଇଛି।

Tags: