ଭାଙ୍ଗୁଥିବାବେଳେ ମାଟି କାନ୍ଥ ଭୁଶୁଡି ୨ ମୃତ
ସମ୍ବଲପୁର : ମାଟି କାନ୍ଥ ଭୁଶୁଡି ୨ ମୃତ I ପୁରୁଣା କାନ୍ଥ ଭାଙ୍ଗୁଥିବାବେଳେ ୨ ଜଣଙ୍କ ଉପରେ ଭାଙ୍ଗି ପଡିଥିଲା I ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଅଛନ୍ତି I ମହିଳା ଜଣକ ଘର ମାଲିକାଣି ହୋଇଥିବାବେଳେ ପୁରୁଷ ଜଣକ ଶ୍ରମିକ ଭବରେ ଘର ଭଙ୍ଗା କାମରେ ନିୟୋଜିତ ହୋଇଥିଲେ I ମୃତକ ଦ୍ୱୟ ହେଲେ ନମିତା ପଟେଲ ଓ ଲଳିତ ଦେହୁରୀ।ଏଭଳି ଏକ ଦୁଃଖଦ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା […]
ସମ୍ବଲପୁର : ମାଟି କାନ୍ଥ ଭୁଶୁଡି ୨ ମୃତ I ପୁରୁଣା କାନ୍ଥ ଭାଙ୍ଗୁଥିବାବେଳେ ୨ ଜଣଙ୍କ ଉପରେ ଭାଙ୍ଗି ପଡିଥିଲା I ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଅଛନ୍ତି I ମହିଳା ଜଣକ ଘର ମାଲିକାଣି ହୋଇଥିବାବେଳେ ପୁରୁଷ ଜଣକ ଶ୍ରମିକ ଭବରେ ଘର ଭଙ୍ଗା କାମରେ ନିୟୋଜିତ ହୋଇଥିଲେ I ମୃତକ ଦ୍ୱୟ ହେଲେ ନମିତା ପଟେଲ ଓ ଲଳିତ ଦେହୁରୀ।ଏଭଳି ଏକ ଦୁଃଖଦ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ବିଜାଡିହି ଗ୍ରାମରେ ।
ଖବର ଅନୁଯାୟୀ, ଆଜି ସକାଳେ ଘର ମାଲିକାଣୀ ନମିତା ପଟେଲ ନିଜ ପୁରୁଣା ମାଟି କାନ୍ଥ ଭାଙ୍ଗିବା ପାଇଁ କିଣ୍ଡିରା ଗାଁର ଲଳିତଙ୍କୁ ଦେହୁରୀଙ୍କୁ ଡାକିଥିଲେ। ଲଳିତ କାନ୍ଥ ଭାଙ୍ଗୁଥିବା ବେଳେ ନମିତା ସେଠାରେ ଉପସ୍ଥିତ ଥିଲେ। ଏହି ସମୟରେ କାନ୍ଥଟି ଉଭୟଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା। ଉଭୟ କାନ୍ଥ ତଳେ ଚାପି ହୋଇ ଯାଇଥିଲେ। ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଖବର ପ୍ରସାରିତ ହେବାପରେ ଗାଁରେ ଶୋକର ଛାୟା ଖେଳି ଯାଇଛି I ଘଟଣା ସ୍ଥଳରେ କୁଚିଣ୍ଡା ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି I




