ଗାଧୋଇବାବେଳେ ସମୁଦ୍ରରେ ଭାସି ଗଲେ ଯୁବକ

ପୁରୀ : ସମୁଦ୍ର ଗାଧୁଆ ହେଲା କାଳ । ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ । ବହୁ ଖୋଜାଖୋଜି ପରେ ବି ମିଳୁନି ପତ୍ତା। ଆଜି ସକାଳେ ପୁରୀରେ ଦିଗବାରେଣି ଛକରେ ଘଟିଛି ଏପରି ଏକ ଅଘଟଣ । ନିଖୋଜ ଯୁବକଜଣକ ଯାଜପୁର ଜିଲ୍ଲା ବିଞ୍ଛାରପୁର ବ୍ଲକ ଉତ୍ତମପୁର ଅଞ୍ଚଳର ପ୍ରିୟାଂଶୁ ବେହେରା ବୋଲି ଜଣାଯାଇଛି । ଆଜି ସକାଳେ ପ୍ରିୟାଂଶୁ ନିଜ ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଯାଇଥିଲେ। ଦିଗବାରେଣୀ ଛକ ସମ୍ମୁଖ ସମୁଦ୍ରରେ […]

Samaya Live Picture
Published On

ପୁରୀ : ସମୁଦ୍ର ଗାଧୁଆ ହେଲା କାଳ । ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ । ବହୁ ଖୋଜାଖୋଜି ପରେ ବି ମିଳୁନି ପତ୍ତା। ଆଜି ସକାଳେ ପୁରୀରେ ଦିଗବାରେଣି ଛକରେ ଘଟିଛି ଏପରି ଏକ ଅଘଟଣ । ନିଖୋଜ ଯୁବକଜଣକ ଯାଜପୁର ଜିଲ୍ଲା ବିଞ୍ଛାରପୁର ବ୍ଲକ ଉତ୍ତମପୁର ଅଞ୍ଚଳର ପ୍ରିୟାଂଶୁ ବେହେରା ବୋଲି ଜଣାଯାଇଛି ।

ଆଜି ସକାଳେ ପ୍ରିୟାଂଶୁ ନିଜ ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଯାଇଥିଲେ। ଦିଗବାରେଣୀ ଛକ ସମ୍ମୁଖ ସମୁଦ୍ରରେ ସେମାନେ ସ୍ନାନ କରୁଥିବାବେଳେ ଏକ ବଡ଼ ଲହଡ଼ି ଧକ୍କା ଦେବା ଫଳରେ ପ୍ରିୟାଂଶୁ ସମୁଦ୍ର ଭିତରକୁ ଚାଲି ଯାଇ ନିଖୋଜ ହେଇଯାଇଛନ୍ତି । ସାଙ୍ଗ ମାନଙ୍କ ଠାରୁ ଖବର ପାଇ ଲାଇଫ ଗାର୍ଡ ଓ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି ।

Tags: