ଉପକୂଳ ଓଡିଶାରେ ପାଗ ମେଘୁଆ ରହିବ: କାଁଭାଁ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର:ବଙ୍ଗୋପସାଗରରେ ଥିବା ବାତ୍ୟାର ପ୍ରଭାବ ସିଧାସଳଖ ଭାବେ ଓଡ଼ିଶାରେ ନଥିବା ବେଳେ ବାୟୁର ଦିଗ ପରିବର୍ତ୍ତନକୁ ନେଇ ସମୁଦ୍ରମଧ୍ୟରୁ ସ୍ଥଳଭାଗକୁ ବାୟୁ ପ୍ରବେଶ କରୁଛି। ଫଳରେ ଆଦ୍ରତାର ମାତ୍ରା ଅଧିକା ରହୁଛି।ମାତ୍ରାଧିକ ଆଦ୍ରତା ଯୋଗୁ ପାଗ ମେଘୁଆ ସହ କାଁଭାଁ ସ୍ଥାନରେ ବର୍ଷାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ବିଶେଷ କରି ଉପକୂଳ ଓ ତାର ପାଶ୍ୱବର୍ତୀ ଅଂଚଳରେ ଏଭଳି ପାଗ ଲାଗିରହିବ। ଆସନ୍ତା ୨୪ ଘଂଟାରେ ପୁରୀ ଗଂଜାମ ଓ ଗଜପତି ଜିଲ୍ଲାର ଗୋଟିଏ କିମ୍ବା […]

Samaya Live Picture
Published On

ଭୁବନେଶ୍ୱର:ବଙ୍ଗୋପସାଗରରେ ଥିବା ବାତ୍ୟାର ପ୍ରଭାବ ସିଧାସଳଖ ଭାବେ ଓଡ଼ିଶାରେ ନଥିବା ବେଳେ ବାୟୁର ଦିଗ ପରିବର୍ତ୍ତନକୁ ନେଇ ସମୁଦ୍ରମଧ୍ୟରୁ ସ୍ଥଳଭାଗକୁ ବାୟୁ ପ୍ରବେଶ କରୁଛି। ଫଳରେ ଆଦ୍ରତାର ମାତ୍ରା ଅଧିକା ରହୁଛି।ମାତ୍ରାଧିକ ଆଦ୍ରତା ଯୋଗୁ ପାଗ ମେଘୁଆ ସହ କାଁଭାଁ ସ୍ଥାନରେ ବର୍ଷାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ବିଶେଷ କରି ଉପକୂଳ ଓ ତାର ପାଶ୍ୱବର୍ତୀ ଅଂଚଳରେ ଏଭଳି ପାଗ ଲାଗିରହିବ। ଆସନ୍ତା ୨୪ ଘଂଟାରେ ପୁରୀ ଗଂଜାମ ଓ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲକା ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ।ସେହିପରି ଆସନ୍ତାକାଲି ରାଜ୍ୟରେ ମେଘୁଆ ପାଗ ସହ
ଯାଜପୁର,କଟକ,ପୁରୀ,ଖୋର୍ଦ୍ଧା,ନୟାଗଡ,ଗଂଜାମ,ଗଜପତି,ରାୟଗଡା କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟି କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୩୦ରେ ମୟୁରଭଞ୍ଜ,କେନ୍ଦୁଝର, ସୁନ୍ଦରଗଡ,ଦେଓଗଡ,କୋରାପୁଟ,ରାୟଗଡା,ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି। ୩୦ତାରିଖ ପରେ ପାଗ ଶୁଖିଲା ରହିବ। ତେବେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ରହିଥିବା ବେଳେ ଭୁବନେଶ୍ୱର ମେଘୁଆ ପାଗ ସହ କାଁଭାଁ ସ୍ଥାନରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି।

ଅନ୍ୟପଟେ ଆଗାମୀ ୨୪ ଘଂଟା ପରେ ସର୍ବନିମ୍ନ ତାପମାତ୍ରା ୨ ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ସମ୍ଭାବନା ରହିଛି। ବର୍ଷା ପ୍ରଭାବରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସହ ରାତ୍ରି ତାପମାତ୍ରା ବଢିବ। ସେପଟେ ୨ଦିନ ଯାଏ ରାଜ୍ୟରେ ଘନକୁହୁଡିର ସମ୍ଭାବନା ରହିଛି।ସୁନ୍ଦରଗଡ ,ଫୁଲବାଣୀ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। କିଛି ଜାଗାରେ ମେଘୁଆ ପାଗ ଦେଖିବାକୁ ମିଳିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କହିଛି।

Tags: