ଓଭରଟେକ ହେଲା କାଳ,ପରସ୍ପର ସହ ଧକ୍କା ହୋଇ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର
ଝାରସୁଗୁଡା : ଟ୍ରକ ସହ ଜାଳି ଯାଇ ୩ ଡ୍ରାଇଭରଙ୍କ ଶୋଚନୀୟ ମୃତ୍ୟୁ I ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡ଼ା ଜିଲ୍ଲା ସଦର ଥାନା ସମ୍ମୁଖ ୧୦ ନଂ ରାଜ୍ୟ ରାଜପଥରେ ଘଟି ଯାଇଛି ଏକ ଭୟଙ୍କର ଦୁର୍ଘଟଣା I ଗୋଟିଏ ଟ୍ରକ ଅନ୍ୟ ଏକ ଗାଡିକୁ ଓଭରଟେକ କରୁଥିବାବେଳେ ସାମ୍ନା ପଟୁ ଆସୁଥିବା ଏକ ଟ୍ରଲର ସହ ମୁହାଁମୁହିଁ ଧକ୍କା ହୋଇ ନିଆଁ ଲାଗି ଯାଇଥିଲା I ଏହି ସମୟରେ ପଛପଟୁ ଆଉ ଏକ ୧୬ […]
ଝାରସୁଗୁଡା : ଟ୍ରକ ସହ ଜାଳି ଯାଇ ୩ ଡ୍ରାଇଭରଙ୍କ ଶୋଚନୀୟ ମୃତ୍ୟୁ I ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡ଼ା ଜିଲ୍ଲା ସଦର ଥାନା ସମ୍ମୁଖ ୧୦ ନଂ ରାଜ୍ୟ ରାଜପଥରେ ଘଟି ଯାଇଛି ଏକ ଭୟଙ୍କର ଦୁର୍ଘଟଣା I ଗୋଟିଏ ଟ୍ରକ ଅନ୍ୟ ଏକ ଗାଡିକୁ ଓଭରଟେକ କରୁଥିବାବେଳେ ସାମ୍ନା ପଟୁ ଆସୁଥିବା ଏକ ଟ୍ରଲର ସହ ମୁହାଁମୁହିଁ ଧକ୍କା ହୋଇ ନିଆଁ ଲାଗି ଯାଇଥିଲା I ଏହି ସମୟରେ ପଛପଟୁ ଆଉ ଏକ ୧୬ ଚକିଆ ଟ୍ରକ୍ ଧକ୍କା ଦେଇଥିଲା I ଦୁର୍ଘଟଣା ପରେ ୩ଟି ଯାକ ଗାଡ଼ି ସର୍ଟସର୍କିଟରୁ ଜଳି ଯାଇଥିବା ବେଳେ ଭିତରେ ବସିଥିବା ଚାଳକମାନେ ବାହାରିପାରିନଥିଲେ। ଖବରପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବଳକୁ ୩ ଜଣ ଡ୍ରାଇଭର ଜୀଅନ୍ତା ଜଳି ଯାଇଥିଲେ। ଦୁର୍ଘଟଣା ଯୋଗୁ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା। ଆଜି ସକାଳେ ଗାଡ଼ିଗୁଡ଼ିକୁ ସାଇଡ କରାଯିବା ପରେ ସକାଳେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିବା ଜଣାଯାଇଛି।
ଏଣେ ସକାଳେ କ୍ରେନ ସାହାଯ୍ୟରେ ୩ଟି ଗାଡ଼ିକୁ ରାସ୍ତାର ପାର୍ଶ୍ୱକୁ ନିଆଯାଇ ସେଥିମଧ୍ୟରୁ ୩ ଚାଳକଙ୍କ ମୃତଦେହକୁ ବାହାରକୁ ଅଣାଯାଇଥିଲା। ଗାଡ଼ିଗୁଡ଼ିକ ମାତ୍ରାଧିକ ବେଗରେ ଯାଉଥିବା ଏବଂ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ହେତୁ ଏହି ବଡ଼ ଧରଣର ସଡ଼କ ଦୁର୍ଘଣଟା ଘଟିଥିବା କୁହାଯାଉଛି।
ସୂଚନା ପାଇ ଝାରସୁଗୁଡା ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ମାତ୍ର ଏଯାଏ ମୃତକଙ୍କ ପରିଚୟ ମିଳିପାରିନାହିଁ।




