ମାଛ ଧରିବା ହେଲା କାଳ, ବ୍ରିଜ ଉପରୁ ନଦୀକୁ ଗଳି ଗୁରୁତର

କଟକ : ଯୋବ୍ରା ଆନିକଟ ବ୍ରିଜରୁ ଖସି ପଡିଲେ ଜଣେ ଗୁରୁତର । ମାଛ ଧରିବାକୁ ଯାଇ ପୋଲ ଉପରୁ ତଳକୁ ଖସି ପଡ଼ିଥିଲେ ବ୍ୟକ୍ତି ଜଣଙ୍କ Iଖବର ପାଇ ଅଗ୍ନିଶମ ଟିମ୍ ପହଞ୍ଚି ବ୍ୟକ୍ତିଙ୍କୁ ଉଦ୍ଧାର କରିଛି । ବ୍ୟକ୍ତି ଜଣଙ୍କ ହେଉଛନ୍ତି ଟୁଟୁ ଦାସ । ସେ ଯୋବ୍ରା ମଝି ସାହି ବାସିନ୍ଦା । ଯୋବ୍ରା ବ୍ୟାରେଜରେ ଛିଡ଼ା ହୋଇ ମହାନଦୀରେ ମାଛ ମାରିବା ସମୟରେ ସେ ନଦୀରେ ଗଳି ପଡ଼ିଥିଲେ । ବ୍ୟାରେଜର […]

Samaya Live Picture
Published On

କଟକ : ଯୋବ୍ରା ଆନିକଟ ବ୍ରିଜରୁ ଖସି ପଡିଲେ ଜଣେ ଗୁରୁତର । ମାଛ ଧରିବାକୁ ଯାଇ ପୋଲ ଉପରୁ ତଳକୁ ଖସି ପଡ଼ିଥିଲେ ବ୍ୟକ୍ତି ଜଣଙ୍କ Iଖବର ପାଇ ଅଗ୍ନିଶମ ଟିମ୍ ପହଞ୍ଚି ବ୍ୟକ୍ତିଙ୍କୁ ଉଦ୍ଧାର କରିଛି । ବ୍ୟକ୍ତି ଜଣଙ୍କ ହେଉଛନ୍ତି ଟୁଟୁ ଦାସ । ସେ ଯୋବ୍ରା ମଝି ସାହି ବାସିନ୍ଦା ।

ଯୋବ୍ରା ବ୍ୟାରେଜରେ ଛିଡ଼ା ହୋଇ ମହାନଦୀରେ ମାଛ ମାରିବା ସମୟରେ ସେ ନଦୀରେ ଗଳି ପଡ଼ିଥିଲେ । ବ୍ୟାରେଜର ପ୍ରଥମ ଗେଟରେ ସେ ଅଟକି ରହିଥିଲେ । ଅଗ୍ନିଶମ ବାହିନୀ ଟୁଟୁଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବଡ଼ ମେଡ଼ିକାଲକୁ ପଠାଇଛନ୍ତି । ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି।

Tags: