ଭଉଁରୀ ତିଥିରେ ତିନି ରଥର ଚକ-ଅଖ ଡେରା ନୀତି ସମ୍ପନ୍ନ

ପୁରୀ : ଆଜି ପବିତ୍ର ଭଉଁରୀ ତିଥିରେ ଚକ..ଅଖ ଡେରା ନୀତି ପାଳିତ ହୋଇଛି I ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ବଳଭଦ୍ର ମହାପ୍ରଭୁଙ୍କ ତାଳଧ୍ଵଜ ରଥ ଏବଂ ଦେବୀ ସୁଭଦ୍ରା ଙ୍କ ଦର୍ପ ଦଳନ ରଥର ଚକ ସହ ଅଖ ସଂଯୋଗ ପୂର୍ବକ ଆଜି ଚକ ଡେରା ନୀତି ସମ୍ପନ୍ନ ହୋଇଛି I ଶ୍ରୀମନ୍ଦିରରୁ ଶ୍ରୀ ବିଗ୍ରହଙ୍କ ଆଜ୍ଞା ମାଳ ବିଜେ ପରେ ପୂଜାର୍ଚ୍ଚନା ପୂର୍ବକ ଏହି ନୀତି ସମ୍ପନ୍ନ ହୋଇଅଛି। ମହାପ୍ରଭୁଙ୍କ ସକାଳ […]

Samaya Live Picture
Published On

ପୁରୀ : ଆଜି ପବିତ୍ର ଭଉଁରୀ ତିଥିରେ ଚକ..ଅଖ ଡେରା ନୀତି ପାଳିତ ହୋଇଛି I ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ବଳଭଦ୍ର ମହାପ୍ରଭୁଙ୍କ ତାଳଧ୍ଵଜ ରଥ ଏବଂ ଦେବୀ ସୁଭଦ୍ରା ଙ୍କ ଦର୍ପ ଦଳନ ରଥର ଚକ ସହ ଅଖ ସଂଯୋଗ ପୂର୍ବକ ଆଜି ଚକ ଡେରା ନୀତି ସମ୍ପନ୍ନ ହୋଇଛି I ଶ୍ରୀମନ୍ଦିରରୁ ଶ୍ରୀ ବିଗ୍ରହଙ୍କ ଆଜ୍ଞା ମାଳ ବିଜେ ପରେ ପୂଜାର୍ଚ୍ଚନା ପୂର୍ବକ ଏହି ନୀତି ସମ୍ପନ୍ନ ହୋଇଅଛି।

ମହାପ୍ରଭୁଙ୍କ ସକାଳ ଧୂପ ଶେଷ ହେବାପରେ ରତ୍ନ ସିଂହାସନରୁ ତିନି ଠାକୁରଙ୍କ ଆଜ୍ଞା ମାଳ ଶ୍ରୀନଅରକୁ ଯାଇଥିଲା ଶ୍ରୀମନ୍ଦିର ରତ୍ନ ସିଂହାସନରୁ ଶ୍ରୀ ବିଗ୍ରହ ମାନଙ୍କ ଆଜ୍ଞା ମାଳ ବିଜେ କରାଇ ଶୋଭାଯାତ୍ରାରେ ବଡ ଠାକୁରଙ୍କ ବାଡରୁ ଶ୍ରୀ ନରସିଂହ ପୂଜାପଣ୍ଡା ସାମନ୍ତ, ଦେବୀ ସୁଭଦ୍ରାଙ୍କ ବାଡରୁ ଶ୍ରୀ ରାଧା ଗୋବିନ୍ଦ ପୂଜାପଣ୍ଡା ସାମନ୍ତ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡରୁ ଶ୍ରୀ କୃଷ୍ଣ ଚନ୍ଦ୍ର ପୂଜାପଣ୍ଡା ସାମନ୍ତେ ଆସି ଭଉଁରୀ ତିଥିରେ ତିନି ରଥର ଚକ ଆଖରେ ଆଜ୍ଞା ମାଳ ଲାଗି ସମ୍ପନ୍ନ କରିଥିଲେ ।

ଭଉଁରୀ ତିଥିରେ ଚକା ଡେରା ନୀତି ପରେ ପରମ୍ପରା ଅନୁସାରେ ରଥ ଖଳାରେ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥାଏ I ଆଜି ମଧ୍ୟାହ୍ନ ବିରତି ପର୍ଯ୍ୟନ୍ତ ତିନି ରଥର ମୋଟ ୨୦ ଗୋଟି ଚକ ନିର୍ମାଣ ଶେଷ ହୋଇଛି ।ତାଳଧ୍ଵଜ ରଥର ଗତକାଲି ସୁଦ୍ଧା ୫ ଟି ଚକ ନିର୍ମାଣ ଶେଷ ହୋଇଛି I ଆଜି ଆଉ ଦୁଇଟି ତୁମ୍ବ ସିଙ୍ଗଡ଼ା ରେ ପଇ ସଂଯୋଗ ପୂର୍ବକ ପାଇ କଳସା ଶେଷ ପର୍ଯ୍ୟାୟରେ ପହଁଚିଛି।

ସେହିପରି ଦର୍ପଦଳନ ରଥର ଗତକାଲି ସୁଦ୍ଧା ୫ଟି ଚକ ନିର୍ମାଣ ଶେଷ ହୋଇଥିଲା ଆଜି ଆଉ ଦୁଇଟି ଚକ ନିର୍ମାଣ ଶେଷ ହୋଇ ଆଜିସୁଦ୍ଧା ଦର୍ପଦଳନ ରଥର ୭ଗୋଟି ଚକ ନିର୍ମାଣ ଶେଷ ହୋଇଛି। ଅନ୍ୟପଟେ ନନ୍ଦି ଘୋଷ ରଥର ଗତକାଲି ସୁଦ୍ଧା ୬ ଗୋଟି ଚକ ନିର୍ମାଣ ଶେଷ ହୋଇଥିବାବେଳେ ଆଜି ନନ୍ଦି ଘୋଷ ରଥର ମହାରଣା ସେବକ ମାନେ ୮ଗୋଟି ଚକ ନିର୍ମାଣ ଶେଷ କରିଛନ୍ତି । ଏହିପରି ତିନି ରଥର ଆଜି ସୁଦ୍ଧା ୨୦ ଗୋଟି ଚକ ନିର୍ମାଣ ଶେଷ ହୋଇଅଛି ।

Tags: