ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ସହ ମିଳିବ ଗହମ

ଭୁବନେଶ୍ୱର : ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ସହ ଗହମ ମିଳିବ । ଏଣିକି ମାଗଣା ଚାଉଳ ସାଙ୍ଗକୁ ଗହମ ପାଇବେ ହିତାଧିକାରୀ । ପୂର୍ବରୁ ରାସନ କାର୍ଡଧାରୀଙ୍କୁ ରାସନକାର୍ଡରେ କେବଳ ଚାଉଳ ମିଳୁଥିଲା,ଏବେ ପୁଣି ଗହମ ଦେବେ ସରକାର । ତେବେ ପୂର୍ବରୁ ଗହମ ଯୋଗାଣ ବନ୍ଦ ଥିବା ବେଳେ ହିତାଧିକାରୀଙ୍କୁ ଗହମ ଯୋଗାଇବାକୁ ନିଷ୍ପତି ନେଇଛନ୍ତି ସରକାର । ଏଥିପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲୁ, ତାକୁ ମଞ୍ଜୁରୀ ବି ମିଳିଛି। କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା […]

ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ସହ ମିଳିବ ଗହମ
Samaya Live Picture
Published On

ଭୁବନେଶ୍ୱର : ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ସହ ଗହମ ମିଳିବ । ଏଣିକି ମାଗଣା ଚାଉଳ ସାଙ୍ଗକୁ ଗହମ ପାଇବେ ହିତାଧିକାରୀ । ପୂର୍ବରୁ ରାସନ କାର୍ଡଧାରୀଙ୍କୁ ରାସନକାର୍ଡରେ କେବଳ ଚାଉଳ ମିଳୁଥିଲା,ଏବେ ପୁଣି ଗହମ ଦେବେ ସରକାର । ତେବେ ପୂର୍ବରୁ ଗହମ ଯୋଗାଣ ବନ୍ଦ ଥିବା ବେଳେ ହିତାଧିକାରୀଙ୍କୁ ଗହମ ଯୋଗାଇବାକୁ ନିଷ୍ପତି ନେଇଛନ୍ତି ସରକାର । ଏଥିପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲୁ, ତାକୁ ମଞ୍ଜୁରୀ ବି ମିଳିଛି। କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ପରେ ପ୍ରଥମ ପର୍ଯ୍ୟାୟ ଗହମ ପହଞ୍ଚିଛି । କିନ୍ତୁ ଗହମ ରଖିବା ପାଇଁ ଗୋଦାମ ବ୍ୟବସ୍ଥା ଓ ପରିବହନ ବ୍ୟବସ୍ଥା ସୁବିଧା ନଥିବାରୁ ଏପର୍ଯ୍ୟନ୍ତ ଗହମ ଯୋଗା ଯାଇ ପାରିନାହିଁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

ତେବେ କେବେ ଠାରୁ ଗହମ ମିଳିବ, କେତେ ଚାଉଳ କେତେ ଗହମ ମିଳିବ ବୋଲି ଗୃହରେ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ । ତାଙ୍କ ପ୍ରଶ୍ନର ଉତ୍ତରରେ କିନ୍ତୁ କେବେଠାରୁ ଗହମ ମିଳିବ, କେତେ ଅନୁପାତରେ ମିଳିବ ସେ ନେଇ କୌଣସି ସ୍ପଷ୍ଟ ଉତ୍ତର ରଖି ନାହାନ୍ତି ମନ୍ତ୍ରୀ ।

ସେହିପରି ଧାନକିଣାକୁ ନେଇ ମନ୍ତ୍ରୀ କହିଛନ୍ତି, ପୂର୍ବପେକ୍ଷା ଧାନ ଉତ୍ପାଦନ ବଢୁଥିବାରୁ ଚାଉଳ ଉତ୍ପାଦନ ବି ବଢ଼ିଛି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ୨୬ ଲକ୍ଷ ମେଟ୍ରିକ ଧାନ ଅଧିକ କିଣାହୋଇଛି। ପ୍ରତ୍ୟେକ ବର୍ଷ ୧୬ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ FCI ନିଏ। ଏଥର ଅଧିକ ୨୦ ଲକ୍ଷ ମେଟ୍ରିକ ଟନ୍‌ ଧାନ ନେବାକୁ ରାଜି ହୋଇଛନ୍ତି।

ଚଳିତ ବର୍ଷ ମୋଟ ୪୬ ଲକ୍ଷ ମେଟ୍ରିକ ଟନ ଚାଉଳ ନେବ FCI। ତା’ପରେ ବି ୧୫ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ବଳକା ରହୁଛି। ୧୦ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ରଖିବାକୁ ଗୋଦାମ କରୁଛୁ। ବଳକା ଚାଉଳକୁ ମଧ୍ୟ ଫ୍ରି’ ସେଲ କରିବାକୁ ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି। ।

Tags: