ମୋ ଝିଅ ସହିତ ଯାହା ହେଲା,ଆଉ କାହା ସହିତ ଏଭଳି ନହେଉ – ମୃତ ଛାତ୍ରୀଙ୍କ ବାପା

ଭୁବନେଶ୍ୱର: ରବିବାର ଦିନ ରାଜଧାନୀ ସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଜଣେ ବିଦେଶୀ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି । ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ମୃତା ପରିବାର । ଘଟଣାକୁ ନେଇ ଆଜି ଛାତ୍ରୀଙ୍କ ବାପା ପ୍ରତିକ୍ରିୟା ରଖି କହିଛନ୍ତି ଯେ ଉଚ୍ଚ ଶିକ୍ଷା ଗ୍ରହଣ କରିବାକୁ ଏତେ ଦୂର ପଠାଇଥିଲୁ। ସରକାର ଓ ପୁଲିସ ଉପରେ ଭରସା ରହିଛି । ଆମକୁ ନିଶ୍ଚିତ ନ୍ୟାୟ ମିଳିବ। ମୋ ଝିଅ ଆଉ ନାହିଁ, ଅନ୍ୟ ଛାତ୍ରଛାତ୍ରୀଙ୍କ […]

ମୋ ଝିଅ ସହିତ ଯାହା ହେଲା,ଆଉ କାହା ସହିତ ଏଭଳି ନହେଉ – ମୃତ ଛାତ୍ରୀଙ୍କ ବାପା
Samaya Live Picture
Published On

ଭୁବନେଶ୍ୱର: ରବିବାର ଦିନ ରାଜଧାନୀ ସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଜଣେ ବିଦେଶୀ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି । ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ମୃତା ପରିବାର । ଘଟଣାକୁ ନେଇ ଆଜି ଛାତ୍ରୀଙ୍କ ବାପା ପ୍ରତିକ୍ରିୟା ରଖି କହିଛନ୍ତି ଯେ ଉଚ୍ଚ ଶିକ୍ଷା ଗ୍ରହଣ କରିବାକୁ ଏତେ ଦୂର ପଠାଇଥିଲୁ। ସରକାର ଓ ପୁଲିସ ଉପରେ ଭରସା ରହିଛି । ଆମକୁ ନିଶ୍ଚିତ ନ୍ୟାୟ ମିଳିବ। ମୋ ଝିଅ ଆଉ ନାହିଁ, ଅନ୍ୟ ଛାତ୍ରଛାତ୍ରୀଙ୍କ ପ୍ରତି ଏଭଳି ନ ହେଉ। ଆମ ଦେଶକୁ ଯାଇ ଆମ କଲେଜରେ ପାଠ ପଢ଼ାଅ ବୋଲି କର୍ତୃପକ୍ଷ ଏଠାକୁ ଡାକି ଆଣିଥିଲେ। ଆମ ପିଲା ଆସି ପଢ଼ିବା ପରେ ତାଙ୍କୁ କଲେଜ ଦୁର୍ବ୍ୟବହାର କରୁଛି ବୋଲି ମୃତା ଛାତ୍ରୀଙ୍କ ବାପା କୋହ ଭରା କଣ୍ଠରେ ପ୍ରକାଶ କରିଛନ୍ତି ।

ଭୁବନେଶ୍ୱର ଏମ୍‌‌ସରେ ଆଜି ହେବ ମୃତା ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ । ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ ହେବ ଏବଂ ବ୍ୟବଚ୍ଛେଦ ସମୟର ସମ୍ପୂର୍ଣ୍ଣ ଭିଡିଓ ରେକର୍ଡିଂ କରାଯିବ। ଛାତ୍ରୀଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି।

ଅପରପକ୍ଷରେ ପରିବାର ଲୋକେ ମୃତା ଛାତ୍ରୀଙ୍କ ମୃତଦେହକୁ ନିଜ ଘରକୁ ନେଇଯିବାକୁ ଅନୁରୋଧ କରିଥିବା ଜଣାପଡିଛି।

ସେପଟେ ଘରୋଇ ବିଶ୍ୱ ବିଦ୍ୟାଳୟରେ ବିଦେଶୀ ଛାତ୍ରୀ ମୃତ୍ୟୁ ଘଟଣାକ୍ରମ ନେଇଛି ବିବାଦୀୟ ମୋଡ଼। ଏହା ପାଲଟିଛି ଅନ୍ତର୍ଜାତୀୟ ପ୍ରସଙ୍ଗ। ନିର୍ଦ୍ଦିଷ୍ଟ ଘରୋଇ ବିଶ୍ୱବିଦ୍ୟାଳୟ ପାଇଁ ଅନ୍ତର୍ଜାତୀୟ ସ୍ତରରେ ବଦନାମ ହୋଇଛି ଓଡ଼ିଶା। ପ୍ରଥମେ ଛାତ୍ରୀ ମୃତ୍ୟୁ ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରାଗଲା। ପରେ ଏହି ଘଟଣାରେ ଅସନ୍ତୋଷ ପ୍ରକାଶ କରୁଥିବା ଛାତ୍ରଛାତ୍ରୀଙ୍କୁ ମାଡ଼ ମରାଗଲା, ଧମକ ଚମକ ଦେଇ କ୍ୟାମ୍ପସରୁ ବିଦା କରିଦିଆଗଲା।

ପୂରା ମାମଲାରେ ବିବାଦ ଘେରକୁ ଆସିଛି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଭୂମିକା। ମାନବାଧିକାର ଉଲ୍ଲଂଘନ ଭଳି ସାଂଘାତିକ ଅଭିଯୋଗ ହୋଇଛି। ବିଶ୍ୱବିଦ୍ୟାଳୟ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଓ ଭାରତ ବଦନାମ ହୋଇଛି।

ସୂଚନାନୁସାରେ,ମୃତ ଛାତ୍ରୀ ହେଲେ ପ୍ରକୃତି ଲମସାଲ । ତାଙ୍କ ଘର ବିଦେଶରେ ହୋଇଥିବା ବେଳେ ସେ ଉକ୍ତ ଶିକ୍ଷାନୁଷ୍ଠାନରେ ବିଟେକ୍‌ ତୃତୀୟ ବର୍ଷରେ ପଢୁଥିଲେ । ତାଙ୍କ ପ୍ରେମିକ ଅଦ୍ଭିକ ଶ୍ରୀବାସ୍ତବ(୨୧)ର ଘର ଉତ୍ତରପ୍ରଦେଶରେ । ସେ ମଧ୍ୟ ବିଟେକ ପଢିବା ସମୟରେ ୨ ବର୍ଷ ପୂର୍ବରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତେବେ ଏହି ସମ୍ପର୍କ ୧୪ ତାରିଖ ଭାଲେଣ୍ଟାଇନ୍ ଡେ’ରେ ଭାଙ୍ଗି ଯାଇଥିଲା। ସେମାନଙ୍କ ଭିତରେ ବ୍ରେକ୍ଅପ୍ ହୋଇଥିଲା । କିନ୍ତୁ ପାଖରେ ରଖିଥିବା କିଛି ଭିଡିଓ ଓ ଫଟୋକୁ ନେଇ ଶ୍ରୀବାସ୍ତବ ବ୍ଲାକମେଲ କରିବା ଆରମ୍ଭ କରିଥିଲା। ତେଣୁ ପ୍ରକୃତି ମାନସିକ ଅବସାଦରେ ଥିଲେ। ଏହାପରେ ଗତ ୧୬ ତାରିଖ ଦିନ ବିଶ୍ୱବିଦ୍ୟାଳୟର ଉତ୍ସବ ଚାଲିଥିଲା । କଲେଜ ପରିସରରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ହଷ୍ଟେଲର ସମସ୍ତ ଛାତ୍ରୀ ଯାଇଥିଲେ । କିନ୍ତୁ ଏହି ସମୟରେ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ ୬ ନମ୍ବର ହଷ୍ଟେଲ୍ ୪ ଏ/୧୨୫ ରୁମରେ ପ୍ରକୃତି ପଙ୍ଖାର ଝୁଲି ଆତ୍ମହତ୍ୟା କରିଥିଲେ । ଏହି ଖବର ବିଜୁଳି ବେଗରେ କ୍ୟାମ୍ପସରେ ଖେଳି ଯାଇଥିଲା। ଛାତ୍ରଛାତ୍ରୀମାନେ ହଷ୍ଟେଲ୍ ରୁମରୁ ବାହାରି ଆସି ପାଟିତୁଣ୍ଡ କରିଥିଲେ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଅଧ୍ୟାପକ, ଅଧ୍ୟାପିକାମାନେ ବୁଝାସୁଝା କରିଥିଲେ ସୁଦ୍ଧା ସେମାନଙ୍କ ରାଗ ଥମି ନଥିଲା। ଗଣ୍ଡଗୋଳ ବଢ଼ିବା ଆଶଙ୍କାରେ ପୁଲିସକୁ ଖବର ଦିଆଯାଇଥିଲା। ୧୦ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୪ଟି ଥାନାର ଅଧିକାରୀମାନଙ୍କୁ ନେଇ ଏସିପି ସେଠାରେ ପହଞ୍ଚିଥିଲେ। ରାତି ପାହିଲା ପର୍ଯ୍ୟନ୍ତ ଗଣ୍ଡଗୋଳ ଥମିବା ନାଁ ନେଇନଥିଲା। ତେଣୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସାଇନ୍-ଏ-ଡାଏ ଘୋଷଣା କରି ହଷ୍ଟେଲ୍ ଖାଲି କରିବାକୁ କହି ସେହି ନିର୍ଦ୍ଦିଷ୍ଟ ଛାତ୍ରଛାତ୍ରୀମାନଙ୍କୁ ବାଧ୍ୟ କରି ନେଇ କଟକ ରେଳ ଷ୍ଟେସନରେ ଛାଡି ଆସିଥିଲେ ।

Tags: