ପଶ୍ଚିମବଙ୍ଗ ବେଲପାହାଡ଼ି ଜଙ୍ଗଲରେ ଜିନ୍ନତ
ବାରିପଦା: ଝାଡ଼ଖଣ୍ଡରୁ ଯାଇ ପଶ୍ଚିମବଙ୍ଗ ପହଞ୍ଚିଲା ବାଘୁଣୀ ‘ଜିନ୍ନତ୍’ । ପଶ୍ଚିମବଙ୍ଗ ବେଲପାହାଡ଼ି ଜଙ୍ଗଲରେ ଜୀନତ୍ ବୁଲୁଥିବା ଜଣାପଡ଼ିଛି । ଗତକାଲି ରାତିରେ ଜିନ୍ନତ ଝାଡ଼ଖଣ୍ଡ ରାଜ୍ୟର ଜାମସେଦପୁର ରେଞ୍ଜ ଛାଡି ପଶ୍ଚିମବଙ୍ଗର ବେଲପାହାଡି ଜଙ୍ଗଲକୁ ପଳାଇଥିବା ସୂଚନା ଦେଇଛନ୍ତି ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଭାନୁମିତ୍ର ଆଚାର୍ଯ୍ୟ। ଜିନ୍ନତକୁ ମହାରାଷ୍ଟ୍ରର ତଡବା ଜଂଗଲରୁ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇ ଏନକ୍ଲୋଜରରେ ରଖି ଗତିବିଧି ଅନୁଧ୍ୟାନ କରିବା ପରେ ଶିମିଳିପାଳ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ (କୋର ଏରିଆ) ଭିତରେ […]
ବାରିପଦା: ଝାଡ଼ଖଣ୍ଡରୁ ଯାଇ ପଶ୍ଚିମବଙ୍ଗ ପହଞ୍ଚିଲା ବାଘୁଣୀ ‘ଜିନ୍ନତ୍’ । ପଶ୍ଚିମବଙ୍ଗ ବେଲପାହାଡ଼ି ଜଙ୍ଗଲରେ ଜୀନତ୍ ବୁଲୁଥିବା ଜଣାପଡ଼ିଛି । ଗତକାଲି ରାତିରେ ଜିନ୍ନତ ଝାଡ଼ଖଣ୍ଡ ରାଜ୍ୟର ଜାମସେଦପୁର ରେଞ୍ଜ ଛାଡି ପଶ୍ଚିମବଙ୍ଗର ବେଲପାହାଡି ଜଙ୍ଗଲକୁ ପଳାଇଥିବା ସୂଚନା ଦେଇଛନ୍ତି ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଭାନୁମିତ୍ର ଆଚାର୍ଯ୍ୟ। ଜିନ୍ନତକୁ ମହାରାଷ୍ଟ୍ରର ତଡବା ଜଂଗଲରୁ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇ ଏନକ୍ଲୋଜରରେ ରଖି ଗତିବିଧି ଅନୁଧ୍ୟାନ କରିବା ପରେ ଶିମିଳିପାଳ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ (କୋର ଏରିଆ) ଭିତରେ ଛଡ଼ାଯାଇଥିଲା। ତେବେ ଗତ ୧୦ ତାରିଖରେ ଜିନ୍ନତ ଶିମିଳିପାଳ ଛାଡି ଝାଡ଼ଖଣ୍ଡ ପଳାଇଥିଲା ତାକୁ ଧରିବାକୁ ନାକେଦମ ହୋଇଥିଲା ଉଭୟ ଓଡ଼ିଶା ଓ ଝାଡଖଣ୍ଡ ବନବିଭାଗ। ମଇଁଷି ଥୋପ ଦେଇ ଜଗିରହିଥିଲା ବନ ବିଭାଗ । ଟ୍ରାଙ୍କୁଲାଇଜ କରି ଫେରାଇ ଆଣିବାକୁ ଉଦ୍ୟମ ବି ଫେଲ୍ ମାରିଥିଲା । ଝାଡ଼ଖଣ୍ଡର ଜାମସେଦପୁର ରେଞ୍ଜର ଚାକୁଳିଆ ଅଞ୍ଚଳରେ ୧୦ ଦିନ ରହିବା ପରେ ସେ ପୁଣି ସେଠାରୁ ଖସି ପଶ୍ଚିମବଙ୍ଗର ବେଲପାହାଡି ଜଂଗଲରେ ପହଞ୍ଚିଥିବା ପ୍ରକାଶ। ଜିନତ ଜନବସତି ଆଡ଼କୁ ମାଡିଗଲେ ଟ୍ରାଙ୍କୁଲାଇଜ୍ କରିବାକୁ ଏକ୍ସପର୍ଟ ଟିମ୍ ସଜାଗ ଅଛନ୍ତି। ପୁରା ଝାଡଗ୍ରାମ ଜିଲ୍ଲାକୁ ହାଇଆଲର୍ଟରେ ରଖାଯାଇଛି। ଗତ ନଭେମ୍ବର ୧୫ ତାରିଖରେ ଶିମିଳିପାଳରେ ଜିନତକୁ ଛଡାଯାଇଥିଲା।




