ବାଲୁକା କଳାରେ ଅତିଥିଙ୍କୁ ସ୍ୱାଗତ,କୋଣାର୍କରେ ପ୍ରବାସୀଙ୍କ ଗହଳି

ଭୁବନେଶ୍ୱର : ଆଜିଠାରୁ ଓଡ଼ିଶାରେ ଅନୁଷ୍ଠିତ ହେଉଛି ୧୮ତମ ପ୍ରବାସୀ ଭାରତୀୟ ଦିବସ। ସେଥିପାଇଁ ରାଜଧାନୀ ଭୁବନେଶ୍ୱର ରେ ଉତ୍ସବର ମାହୋଲ । ଚାରିଆଡେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଚାଲିଛି ବିଭିନ୍ନ ଉତ୍ସବ । ଏୟାରପୋର୍ଟ ଠାରୁ ଆରମ୍ଭ କରି ଭୁବନେଶ୍ୱରର ରାଜରାସ୍ତା ସବୁଠି ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ ପାଇଁ ପୁରା ପ୍ରସାଶନ ପ୍ରସ୍ତୁତ ରହିଛନ୍ତି । କେବଳ ରାଜଧାନୀ ନୁହେଁ ପୁରୀ ,କୋଣାର୍କ ,ଚନ୍ଦ୍ରଭାଗା ଆଦି ଅନେକ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ପ୍ରବାସୀଙ୍କ ସ୍ୱାଗତ ପାଇଁ […]

Samaya Live Picture
Published On

ଭୁବନେଶ୍ୱର : ଆଜିଠାରୁ ଓଡ଼ିଶାରେ ଅନୁଷ୍ଠିତ ହେଉଛି ୧୮ତମ ପ୍ରବାସୀ ଭାରତୀୟ ଦିବସ। ସେଥିପାଇଁ ରାଜଧାନୀ ଭୁବନେଶ୍ୱର ରେ ଉତ୍ସବର ମାହୋଲ । ଚାରିଆଡେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଚାଲିଛି ବିଭିନ୍ନ ଉତ୍ସବ । ଏୟାରପୋର୍ଟ ଠାରୁ ଆରମ୍ଭ କରି ଭୁବନେଶ୍ୱରର ରାଜରାସ୍ତା ସବୁଠି ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ ପାଇଁ ପୁରା ପ୍ରସାଶନ ପ୍ରସ୍ତୁତ ରହିଛନ୍ତି । କେବଳ ରାଜଧାନୀ ନୁହେଁ ପୁରୀ ,କୋଣାର୍କ ,ଚନ୍ଦ୍ରଭାଗା ଆଦି ଅନେକ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ପ୍ରବାସୀଙ୍କ ସ୍ୱାଗତ ପାଇଁ ହୋଇଛି ସଜବାଜ ।

ଏହି ଅବସରରେ ପୁରୀ ଲାଇଟ୍ ହାଉସ ସ୍ଥିତ ସ୍ବର୍ଣ୍ଣାଭ ବେଳାଭୂମୀରେ ଏକ ସୁନ୍ଦର ଓ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ୬ ଫୁଟ ଉଚ୍ଚତା ୨୦ ଫୁଟ୍ ଓସାର ବିଶିଷ୍ଟ ଏହି ବାଲୁକା କଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଚିତ୍ର ରହିଥିବା ବେଳେ ଓଡିଶାର କଳା କାରୁକାର୍ଯ୍ୟ,ସଂସ୍କୃତି ,ଭାସ୍କର୍ଯ୍ୟର ଚିତ୍ର ମଧ୍ୟ ରହିଛି । ଏହି ବାଲୁକାକଳା ନିର୍ମାଣ କରିବାକୁ ମାନସଙ୍କୁ ସାତ ଘଣ୍ଟା ସମୟ ଲାଗିଛି । ଏହି ବାଲୁକା କଳା ମାଧ୍ୟମରେ ସେ ପ୍ରବାସୀ ଭାରତୀୟ ମାନଙ୍କୁ ସ୍ୱାଗତ ଜଣାଇଥିବା କହିଛନ୍ତି । ଏହି ବାଲୁକା କଳା ପାଇଁ ଦଶ ଟନ୍ ବାଲି ବ୍ୟବହାର ହୋଇଛି ।

ସେହିପରି ଜନତା ମୈଦାନ ଓଡିଶା ପାଭିଲିଆନ ରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ବାଲୁକା କଳାରେ ଚିତ୍ରକଳା କରି ପ୍ରବାସୀ ମାନଙ୍କୁ ସ୍ୱାଗତ କରିଛନ୍ତି ।

ଅନ୍ୟପଟେ ବୁଧବାର ଦିନତମାମ ବିଶ୍ବ ଐତିହ୍ୟ ସୂର୍ଯ୍ୟମନ୍ଦିରରେ ପ୍ରବାସୀଙ୍କ ଗହଳି ଲାଗି ରହିଥିଲା। ଦୁବାଇ, ଇଂଲଣ୍ଡ, ଆମେରିକା, ମାଲେସିଆ ଓମାନ,କେନିଆ ଆଦି ଦେଶରୁ ପ୍ରାୟ ୭୦ରୁ ଅଧିକ ପ୍ରବାସୀ କୋଣାର୍କ ବୁଲିବାକୁ ଆସିଥିଲେ।

ଏହି ଅବସରରେ ଆମେରିକା ଟେକସାସର ଡ଼ଃ ଶରତ ଲଖନ ପାଲ କହିଛନ୍ତି ଆମକୁ ବହୁତ୍ ଭଲ ଲାଗୁଛି। ଭାରତ ସରକାର ଆମକୁ ସମ୍ବର୍ଦ୍ଧନା କରିବା ପାଇଁ ଡାକିଛନ୍ତି। ଓଡ଼ିଶା ବହୁତ ସୁନ୍ଦର । ପ୍ରବାସୀ ଭାରତୀୟଙ୍କ ପାଇଁ କୋଣାର୍କରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାସ୍ତା ଉଭୟ ପାର୍ଶ୍ବରେ ଯାନବାହାନ ପାର୍କିଂ ବାରଣ କରାଯାଇଛି। କୋଣାର୍କ ସୂର୍ଯ୍ୟମନ୍ଦିରରେ ଆଲୋକ ବ୍ୟବସ୍ଥା ବଢ଼ାଇ ଦିଆଯାଇଥିବା ଦେଖିବାକୁ ମିଳିଛି ।

Tags: