ଅସହ୍ୟ ତାତିରୁ ସାମାନ୍ୟ ମୁକ୍ତି,ଆସନ୍ତା ୩ ଦିନ ଯାଏଁ କାଳ ବୈଶାଖୀ
ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ,ତା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ I ଆଗାମୀ ୨୦ ତାରିଖ ଯାଏ ପାଗ ଏଭଳି ଲାଗି ରହିବ ।ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ଶୁଷ୍କ ବାୟୁ ପ୍ରଭାବରେ ତାତି ଅନୁଭୁତ ହେବ। ଗତକାଲି ୧୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ୪ ସହରରେ ୪୪ ଡିଗ୍ରୀ ଉପରେ ଥିଲା ପାରଦ। ପ୍ରବଳ ଗରମ ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ […]
ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ,ତା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ I ଆଗାମୀ ୨୦ ତାରିଖ ଯାଏ ପାଗ ଏଭଳି ଲାଗି ରହିବ ।ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ଶୁଷ୍କ ବାୟୁ ପ୍ରଭାବରେ ତାତି ଅନୁଭୁତ ହେବ। ଗତକାଲି ୧୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ୪ ସହରରେ ୪୪ ଡିଗ୍ରୀ ଉପରେ ଥିଲା ପାରଦ। ପ୍ରବଳ ଗରମ ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଦେଇଛି ୟେଲୋ ୱାର୍ଣ୍ଣିଂ ।
ଖରା ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ଯାଏ ଘର ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ତେବେ ଉପକୂଳ ଜିଲ୍ଲାରେ ଆଗାମୀ ୩ ଦିନ ଯାଏ କାଳବୈଶାଖୀ ବର୍ଷା ହେବା ନେଇ ମଧ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ, ଗତ ସନ୍ଧ୍ୟାରେ ରାଜଧାନୀ ସମେତ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବାରୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଆଜି ସକାଳ ଠାରୁ ପ୍ରଚଣ୍ଡ ଖରା ସତ୍ତ୍ୱେ ଗୁଳୁଗୁଳି ମଧ୍ୟ କମିଛି I
ଏପଟେ ରାଜ୍ୟ ଉପରେ ଉତ୍ତର ବିହାରରୁ ମଧ୍ୟ ଛତିଶଗଡ଼ ପର୍ଯ୍ୟନ୍ତ ଏକ ଟ୍ରପ ଲାଇନ ରହିଛି। ଏହାର ପ୍ରଭାବରେ ଉତ୍ତର ଓଡଶା ସମେତ ଦକ୍ଷିଣ ଓଡିଶାରେ ବିଜୁଳି ଘଡଘଡି ଜନିତ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ-ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ନିକୋବର ଦ୍ୱୀପ ର କିଛି ଅଞ୍ଚଳକୁ ଅଗ୍ରସର ହେବାକୁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ୧୮ ଏବଂ ୧୯ ତାରିଖ ପାଇଁ ଝଡ଼ ପବନ ନେଇ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।




