କାଳବୈଶାଖୀ ପ୍ରଭାବରେ ରାଜ୍ୟରେ କମିଲା ତାତି

ଭୁବନେଶ୍ୱର : ଆଜି ସକାଳ ଠାରୁ ସାରା ରାଜ୍ୟରେ ପାଗରେ ପରିବର୍ତ୍ତନ ଦେଖାଦେଇଛି । ପ୍ରଚଣ୍ଡ ଖରା ତାତି କମି ପାଗ ମେଘୁଆ ରହିଥିଲା I ଆଜି ଆଭ୍ୟନ୍ତରୀଣ ଓଡ଼ିଶାରେ ସକାଳ ସମୟରେ ୭ଟି ଜାଗାରେ ବିଜୁଳି ଓ ଘଡଘଡି ସହ ମେଘୁଆ ପାଗ ରହିଥିଲା ଏହାପରେ ଦିନବେଳା ସାମାନ୍ୟ ବର୍ଷ ହେଇଜିବାରୁ ମିଳିଛି ତାତିରୁ ସାମାନ୍ୟ ଆଶ୍ୱସ୍ତି। ପାଗରେ ପରିବର୍ତ୍ତନ ସହ ହାଲୁକା ବର୍ଷା, ଥଣ୍ଡା ପବନ ପାଇଁ ଗୁଳୁଗୁଳି ମଧ୍ୟ କମିଛି I ଆସନ୍ତା […]

Samaya Live Picture
Published On

ଭୁବନେଶ୍ୱର : ଆଜି ସକାଳ ଠାରୁ ସାରା ରାଜ୍ୟରେ ପାଗରେ ପରିବର୍ତ୍ତନ ଦେଖାଦେଇଛି । ପ୍ରଚଣ୍ଡ ଖରା ତାତି କମି ପାଗ ମେଘୁଆ ରହିଥିଲା I ଆଜି ଆଭ୍ୟନ୍ତରୀଣ ଓଡ଼ିଶାରେ ସକାଳ ସମୟରେ ୭ଟି ଜାଗାରେ ବିଜୁଳି ଓ ଘଡଘଡି ସହ ମେଘୁଆ ପାଗ ରହିଥିଲା ଏହାପରେ ଦିନବେଳା ସାମାନ୍ୟ ବର୍ଷ ହେଇଜିବାରୁ ମିଳିଛି ତାତିରୁ ସାମାନ୍ୟ ଆଶ୍ୱସ୍ତି। ପାଗରେ ପରିବର୍ତ୍ତନ ସହ ହାଲୁକା ବର୍ଷା, ଥଣ୍ଡା ପବନ ପାଇଁ ଗୁଳୁଗୁଳି ମଧ୍ୟ କମିଛି I ଆସନ୍ତା ୫ ଦିନରେ ମେଘୁଆ ପାଗ ସହ ଚାରିରୁ ପାଞ୍ଚ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିବ । ରାଜ୍ୟରେ କାଳବୈଶାଖୀ ପ୍ରଭାବ ବଢିବ। ଏହାସହ ୨୨ ଓ ୨୩ ତାରିଖରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ସହ ଓଡିଶାର କିଛି ଜିଲାରେ ବିଜୁଳି ଘଡଘଡି ସହ କୁଆପଥର ବର୍ଷା ତଥା ପବନ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବୋହିବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

ଫଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗ୍ରୀଷ୍ମଲହରୀ ପାଇଁ ଜାରି ହୋଇଥିବା ଚେତାବନୀ ହଟାଇ ଦିଆଯାଇଛି। ୩ ଦିନ ମଧ୍ୟରେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏଁ ତଳକୁ ଖସିବା ସମ୍ଭାବନା ରହିଛି।

ଆଜି ରାଜଧାନୀ ଭୁବନେଶ୍ବରରେ ପାରା ୧୩ ଡିଗ୍ରି ଖସିଛି। ଆଜି ଦିନ ୨ଟା ୩୦ରେ ଭୁବନେଶ୍ବରରେ ତାପମାତ୍ରା ୨୯ ଡିଗ୍ରି ରେକର୍ଡ ହୋଇଛି। ଏପ୍ରିଲ ୨୦ରେ ଭୁବନେଶ୍ବରରେ ୪୨.୬ ଡିଗ୍ରି ରେକର୍ଡ ହୋଇବାବେଳେ ଗତକାଲି ଠାରୁ ପ୍ରାୟ ୮ ଡିଗ୍ରୀ ହ୍ରାସ ପାଇଛି ଭୁବନେଶ୍ୱର ତାପମାତ୍ରା। ଆଜି ଭୁବନେଶ୍ୱରର ତାପମାତ୍ରା ୩୩.୨ ରେକର୍ଡ କରାଯାଇଛି। ବାଲେଶ୍ୱର ୩୬, ପୁରୀ ୩୩.୪, ପାରାଦୀପ ୩୨.୬, ଚାନ୍ଦବାଲି ୩୨, ଝାରସୁଗୁଡା ୩୨.୬, ଗୋପାଳପୁର ୩୧ ,ସମ୍ବଲପୁର ୩୦, କେନ୍ଦୁଝର ୨୮, ହୀରାକୁଦ ୨୯.୨ ଡିଗ୍ରୀ ରେକର୍ଡ କରାଯାଇଛି।

Tags: