ଜାରି ରହିଛି ଅଗ୍ନିଵର୍ଷା , ସକାଳ ୮.୩୦ ସୁଦ୍ଧା ଭବାନୀପାଟଣା ଉତପ୍ତ ସହର

ଭୁବନେଶ୍ୱର : ବଦଳୁ ନାହିଁ ପାଣିପାଗ ମିଜାଜ I ସକାଳୁ ସକାଳୁ ଆରମ୍ଭ ହେଉଛି ଅଗ୍ନିଵର୍ଷା I ଅସହ୍ୟ ତାତିରେ ଅସ୍ତବ୍ୟସ୍ତ ଜନଜୀବନ I ଗୁଳୁଗୁଳି ଗରମ ସାଙ୍ଗକୁ ମୁଣ୍ଡଫଟା ଖରା I ୪୫ ଡିଗ୍ରୀ ମୁହାଁ ପହଁଚିଲାଣି ପାରଦ I ଆଜି ସକାଳୁ ସକାଳୁ ୩୫ ଡିଗ୍ରୀ ଛୁଇଁଲାଣି ତାତି । ୮ଟା ୩୦ ସୁଦ୍ଧା ଭବାନୀପାଟଣାରେ ସର୍ବାଧିକ ୩୫ ଡିଗ୍ରୀ ରେକର୍ଡ କରାଯାଇଛି । ବଲାଙ୍ଗୀରରେ ୩୪ ଦଶମିକ ୨, ରାଉରକେଲାରେ ୩୩ ଦଶମିକ […]

Samaya Live Picture
Published On

ଭୁବନେଶ୍ୱର : ବଦଳୁ ନାହିଁ ପାଣିପାଗ ମିଜାଜ I ସକାଳୁ ସକାଳୁ ଆରମ୍ଭ ହେଉଛି ଅଗ୍ନିଵର୍ଷା I ଅସହ୍ୟ ତାତିରେ ଅସ୍ତବ୍ୟସ୍ତ ଜନଜୀବନ I ଗୁଳୁଗୁଳି ଗରମ ସାଙ୍ଗକୁ ମୁଣ୍ଡଫଟା ଖରା I ୪୫ ଡିଗ୍ରୀ ମୁହାଁ ପହଁଚିଲାଣି ପାରଦ I ଆଜି ସକାଳୁ ସକାଳୁ ୩୫ ଡିଗ୍ରୀ ଛୁଇଁଲାଣି ତାତି । ୮ଟା ୩୦ ସୁଦ୍ଧା ଭବାନୀପାଟଣାରେ ସର୍ବାଧିକ ୩୫ ଡିଗ୍ରୀ ରେକର୍ଡ କରାଯାଇଛି । ବଲାଙ୍ଗୀରରେ ୩୪ ଦଶମିକ ୨, ରାଉରକେଲାରେ ୩୩ ଦଶମିକ ୪ ଡିଗ୍ରୀ ରେକର୍ଡ ହୋଇଛି । ଚାନ୍ଦବାଲିରେ ୮, କଟକ, ବାରିପଦା, କେନ୍ଦୁଝର, ଝାରସୁଗୁଡ଼ା ଓ ବାଲେଶ୍ୱରରେ ପାରଦ ୩୩ ଡିଗ୍ରୀ ରହିଛି । ଟିଟିଲାଗଡ଼ରେ ୩୨ ଦଶମିକ ୪, ଭୁବନେଶ୍ୱର ଓ ତାଳଚେରରେ ୩୨ ଦଶମିକ ୨, ଭଦ୍ରକ, ନୂଆପଡ଼ା ଓ ଜଗତସିଂହପରେ ୩୧ ୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଆଜି ନୟାଗଡ଼, ଅନୁଗୁଳୁ, ମୟୁରଭଞ୍ଜ ଓ ବୌଦ୍ଧରେ ଭୀଷଣ ଗ୍ରୀଷ୍ମପ୍ରବାହ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ଆଜି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆ ଯାଇଛି I

ଅନ୍ୟପଟେ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ୨୮ ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି I ସେହିପରି ଗତକାଲି ରାଜ୍ୟରେ ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ଘଟିଥିବା ନେଇ ଏସଆରସି ପକ୍ଷରୁ ସୂଚନା ଦିଆ ଯାଇଥିଲା I ମୃତକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅଞ୍ଚଳର ଲକ୍ଷ୍ମୀକାନ୍ତ ସାହୁ I

Tags: