ଫଲ୍ସ ନ୍ୟାରେଟିଭ୍ ପାଇଁ ହାରିଲୁ – ନବୀନ
ଭୁବନେଶ୍ୱର : କ୍ରମାଗତ ନବମ ଥର ପାଇଁ ବିଜେଡ଼ି ସଭାପତି ହୋଇଛନ୍ତି ନବୀନ ପଟ୍ଟନାୟକ । ଶନିବାର ବିଜେଡ଼ି ସାଙ୍ଗଠନିକ ନିର୍ବାଚନରେ ବିଧିବଦ୍ଧଭାବେ ସଭାପତି ନାମ ଘୋଷଣା କରାଯାଇଛି । ଦଳରେ ଆଉ କୌଣସି ନେତା ସଭାପତି ପାଇଁ ନାମାଙ୍କନ ଭରି ନ ଥିବାରୁ ନବୀନ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ବିଜେଡ଼ି ନିର୍ବାଚନ ଅଧିକାରୀ ପ୍ରତାପ ଦେବ। ସଭାପତି ହେବା ପରେ ନବୀନ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ନବୀନ […]
ଭୁବନେଶ୍ୱର : କ୍ରମାଗତ ନବମ ଥର ପାଇଁ ବିଜେଡ଼ି ସଭାପତି ହୋଇଛନ୍ତି ନବୀନ ପଟ୍ଟନାୟକ । ଶନିବାର ବିଜେଡ଼ି ସାଙ୍ଗଠନିକ ନିର୍ବାଚନରେ ବିଧିବଦ୍ଧଭାବେ ସଭାପତି ନାମ ଘୋଷଣା କରାଯାଇଛି । ଦଳରେ ଆଉ କୌଣସି ନେତା ସଭାପତି ପାଇଁ ନାମାଙ୍କନ ଭରି ନ ଥିବାରୁ ନବୀନ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ବିଜେଡ଼ି ନିର୍ବାଚନ ଅଧିକାରୀ ପ୍ରତାପ ଦେବ।
ସଭାପତି ହେବା ପରେ ନବୀନ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ନବୀନ କହିଛନ୍ତି ଯେ ବିଜୁ ବାବୁଙ୍କ ଆଦର୍ଶ ସବୁବେଳେ ବାଟ ଦେଖାଇ ଆସିଛି । ଓଡ଼ିଆବାସୀଙ୍କ ଆର୍ଶୀବାଦରେ ବିଜେଡ଼ି ୨୦୦୦ରୁ ୨୦୨୪ ଓଡ଼ିଶା ମାଆର ସେବାର ସୁଯୋଗ ପାଇଛି । ଏହି ସମୟ ଓଡ଼ିଶା ବିକାଶର ସୁବର୍ଣ୍ଣ ଯୁଗ ଥିଲା । ଏହି ସମୟରେ ଓଡ଼ିଶା ଅନେକ ରାଜ୍ୟ ପାଇଁ ରୋଲ୍ ମଡେଲ୍ ହୋଇଥିଲା । ବିଜେଡ଼ି ସାଙ୍ଗଠନିକ ଶକ୍ତିକୁ କେହି ଅଣଦେଖା କରିବା ଉଚିତ ନୁହେଁ ବୋଲି ଚେତାଇ ଦେଇଛନ୍ତି ନବୀନ ।
ସେହପରି ଦଳର କର୍ମୀଙ୍କ ମନୋବଳ ବଢ଼ାଇ ନବୀନ କହିଛନ୍ତି ଦଳୀୟ କର୍ମୀ ମାନେ ହେଉଛନ୍ତି ରିୟଲ ଆସେଟ । ଦଳର ନୀତି ଆଉ ଆଦର୍ଶ ବିଜେଡ଼ିର ଶକ୍ତି ଅଟେ । ସରକାର ରହୁ କିମ୍ବା ନ ରହୁ ବିଜେଡ଼ି ସବୁବେଳେ ଜନତା ସେବା କରିଛି ଏବଂ କରି ଚାଲିବ । ତେବେ ଗତ ସାଧାରଣ ନିର୍ବାଚନରେ ଫଲ୍ସ ନ୍ୟାରେଟିଭ୍ ପାଇଁ ବିଜେଡି ହାରିଲା । ମିଥ୍ୟା ପ୍ରଚାରକୁ ଠିକରେ କାଉଣ୍ଟର କରିପାରି ନଥିଲୁ। ସୋସିଆଲ ମିଡିଆରେ ଠିକରେ କାଉଣ୍ଟର କରିପାରିନଥିଲୁ। ବିଜେଡି ଭାଇ ଓ ଭଉଣୀଙ୍କ ଉପରେ ପୂରା ଭରସା ଅଛି। ସେମାନେ ମିଥ୍ୟା ପ୍ରଚାରର ଉଚିତ ଜବାବ ଦେବେ। ଏହାକୁ ଦୂର କରିବାକୁ ପଡ଼ିବ ବୋଲି କହିଛନ୍ତି ନବୀନ ।
ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏହା ପୂର୍ବରୁ ରାଜ୍ୟ ତିନି ପ୍ରମୁଖ ଦଳ ସଜବାଜ ହେଉଛନ୍ତି । ପ୍ରଥମେ ରାଜ୍ୟ କଂଗ୍ରେସ ତାର ମୁଖିଆ ଚୟନ କରିଥିଲା । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ ପିସିସି ସଭାପତି ହୋଇଥିଲେ । ଏହା ରାଜ୍ୟରେ ଆଉ ଏକ ପ୍ରମୁଖ ଦଳ ବିଜେଡ଼ି ତାର ସଭାପତି ବାଛି ସାରିଛି । ସେହିପରି ବିଜେଡ଼ି ୧୮ଟି ଜିଲ୍ଲା ସଭାପତିଙ୍କ ନାମ ମଧ୍ୟ ଘୋଷଣା କରିସାରିଛି । ଏବେ ସମସ୍ତଙ୍କ ନଜର ଭାରତୀୟ ଜନତା ପାର୍ଟି ଉପରେ ରହିଛି । ବିଜେପି କେବେ ତାର ନୂତନ ରାଜ୍ୟ ସଭାପତିଙ୍କ ଚୟନ କରିବ ସେଥିପାଇଁ ଚର୍ଚ୍ଚା ଆରମ୍ଭ ହୋଇଛି ।




