ମହାନଦୀ ଅବବାହିକାରେ ନିର୍ମାଣ ହେବ ଜଳ ଭଣ୍ଡାର ଓ ବ୍ୟାରେଜ୍‌: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗୃହରେ ଉଠିଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ । ଏ ସଂକ୍ରାନ୍ତରେ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାନଦୀ ଅବବାହିକାରେ ନିର୍ମାଣ କରାଯିବ ଏକାଧିକ ଜଳଭଣ୍ଡାର ଏବଂ ବ୍ୟାରେଜ । ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି, ନୂଆ ପ୍ରକଳ୍ପ ଲାଗି ସର୍ବେକ୍ଷଣ ଏବଂ ଅନୁସନ୍ଧାନ କାର୍ଯ୍ୟ ଜାରି ରହିଛି। ପ୍ରକଳ୍ପ ପାଇଁ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ସହିତ ତଥ୍ୟ ଆଦାନ ପ୍ରଦାନ କରାଯାଉଛି। କିଛି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ପାଇଁ […]

Samaya Live Picture
Published On

ଭୁବନେଶ୍ୱର : ଗୃହରେ ଉଠିଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ । ଏ ସଂକ୍ରାନ୍ତରେ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାନଦୀ ଅବବାହିକାରେ ନିର୍ମାଣ କରାଯିବ ଏକାଧିକ ଜଳଭଣ୍ଡାର ଏବଂ ବ୍ୟାରେଜ । ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି, ନୂଆ ପ୍ରକଳ୍ପ ଲାଗି ସର୍ବେକ୍ଷଣ ଏବଂ ଅନୁସନ୍ଧାନ କାର୍ଯ୍ୟ ଜାରି ରହିଛି। ପ୍ରକଳ୍ପ ପାଇଁ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ସହିତ ତଥ୍ୟ ଆଦାନ ପ୍ରଦାନ କରାଯାଉଛି। କିଛି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ପାଇଁ ମୁଖ୍ୟଯନ୍ତ୍ରୀମାନଙ୍କୁ ନକ୍ସା ହସ୍ତାନ୍ତର କରାଯାଇଛି।

ମହାନଦୀ ଜଳ ବିବାଦର ସମାଧାନ ପାଇଁ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅନୌପଚାରିକ ସ୍ତରରେ କେବଳ ଆଲୋଚନା କରିଛନ୍ତି । ହେଲେ ଏହି ସମ୍ପର୍କରେ କିନ୍ତୁ ବର୍ତ୍ତମାନ ପର୍ୟ୍ୟନ୍ତ କୌଣସି ପ୍ରକାର ଲିଖିତ ଦାବି ଉପସ୍ଥାପନ କରାଯାଇନି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଅନ୍ୟପଟେ ବିଧାୟକ ସୌଭିକ ବିଶ୍ୱାଳ ମଧ୍ୟ ମହାନଦୀ ପ୍ରସଙ୍ଗରେ ବିଧାନସଭାରେ ପ୍ରଶ୍ନ କରିଛନ୍ତି । ବିଗତ ୫ ବର୍ଷରେ ହୀରାକୁଦ ତଳମୁଣ୍ଡରେ କେତେ ମାସରେ କେତେ ଜଳପ୍ରବାହ ହେଇଛି ଏବଂ କେତେ ଥର ବନ୍ୟା ହେଇଛି ସେନେଇ ପ୍ରଶ୍ନ କରିଛନ୍ତି ସୌଭିକ । ଏଥିସହ ମହାନଦୀର ସୁରକ୍ଷା ପାଇଁ ସରକାର କି କି ପଦକ୍ଷେପ ନେଇଛନ୍ତି ସେ ନେଇ ମଧ୍ୟ ସୌଭିକ ବିଶ୍ୱାଳ ପ୍ରଶ୍ନ କରିଛନ୍ତି । ଯାହାର ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସୂଚନାଯୋଗ୍ୟ, ଛତିଶଗଡ଼ ମହାନଦୀର ଉପରମୁଣ୍ଡରେ ବହୁ ସଂଖ୍ୟକ ବ୍ୟାରେଜ ନିର୍ମାଣ କରିଛି। ଏହା ପରଠାରୁ ଓଡ଼ିଶାର ଜୀବନରେଖା କୁହାଯାଉଥିବା ମହାନଦୀ ବର୍ଷର ଅଧିକାଂଶ ସମୟ ଶୁଖିଲା ପଡ଼ୁଛି। ଏପରି କି ଶ୍ରାବଣ ମାସରେ ବି ମହାନଦୀର ଶାଖାନଦୀଗୁଡ଼ିକ ଶୁଖିଲା ରହୁଛି। ତେଣୁ ସରକାର ଓଡ଼ିଶାରେ ମହାନଦୀ ଅବବାହିକାରେ ବ୍ୟାରେଜ ନିର୍ମାଣ ଲାଗି​‌ ଯୋଜନା କରିଛନ୍ତି।

Tags: